LIVE TV

୫୨ ବର୍ଷ ଦ୍ଵିତୀୟ ବିବାହ କଲେ କି ମହିମା ଚୌଧୁରୀ ? କହିଲେ-ମିଠା ଖାଇକି ଯିବ...

NEWS7
the-us-has-announced-the-suspension-of-additional-tariffs-on-india-for-90-days-until-9-july-2025

ମୁମ୍ଵାଇ ୦୧।୧୧; ବଲିଉଡ ଅଭିନେତ୍ରୀ ମହିମା ଚୌଧୁରୀ କ୍ୟାନ୍ସର ଯୁଦ୍ଧରେ ଜିତିବା ପରେ ସେ ପୁଣି କମ୍‌ବ୍ୟାକ କରିଛନ୍ତି । ଅଭିନେତ୍ରୀଙ୍କ କମବ୍ୟାକ ନେଇ ଫ୍ୟାନ୍ସ ଉତ୍ସାହିତ ମଧ୍ୟ ଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ସମସ୍ତେ ମହିମାଙ୍କ ବିବାହ ବିଷୟରେ କଥା ହେଉଛନ୍ତି ତାହା ମଧ୍ୟ ଜଣେ ୫୨ ବର୍ଷୀୟ ଅଭିନେତା ସଞ୍ଜୟ ମିଶ୍ରଙ୍କ ସହ । ଭିଡିଓରେ ଉଭୟ ବିବାହ ପୋଷାକାରେ ନଜର ଆସିଥିବା ବେଳେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଛି । ତେବେ ମହିମା ପ୍ରକୃତରେ କଣ ସଞ୍ଜୟଙ୍କୁ ବିବାହ କରୁଛନ୍ତି କି ?

ମହିମା ଏବଂ ସଞ୍ଜୟ ମିଶ୍ର ଦ୍ୱିତୀୟ ବିବାହ କଲେ କି ?

ଗତକାଲି (ବୁଧବାର) ମହିମା ଚୌଧୁରୀଙ୍କୁ ପିଙ୍କ ରଙ୍ଗର ବିବାହ ପୋଷାକରେ ଦେଖିବାକୁ ମିଳିଥିଲା । ତାଙ୍କ ସହ ବରିଷ୍ଠ ଅଭିନେତା ସଞ୍ଜୟ ମିଶ୍ର ମଧ୍ୟ ଥିଲେ। ଭିଡିଓରେ, ଦୁଇ ଷ୍ଟାର ଏକାଠି ଫଟୋ ପାଇଁ ପୋଜ୍ ଦେଉଥିବାର ଦେଖାଯାଇଛି । ଉପସ୍ଥିତ ସମସ୍ତେ ସେମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି । ଏହି ସମୟରେ ମହିମା କହୁଥିବା ଶୁଣାଯାଉଛି ଯେ ଯଦି ଉପସ୍ଥିତ ଫଟୋଗ୍ରାଫର ବନ୍ଧୁମାନେ ବିବାହରେ ଯୋଗ ଦେଇପାରିବେ ନାହିଁ, ତେବେ ସେମାନେ ଯିବା ପୂର୍ବରୁ ମିଠା ଖାଇବା ଉଚିତ ।

ଏହାକୁ ଦେଖି ମହିମା ଏବଂ ସଞ୍ଜୟଙ୍କ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଶେଷରେ, ଏହି ଭିଡିଓ ପଛରେ ଥିବା ସତ୍ୟ ପ୍ରକାଶ ପାଇଛି । ମହିମା ଏବଂ ସଞ୍ଜୟ ସେମାନଙ୍କର ଆଗାମୀ ଫିଲ୍ମ "ଦୁର୍ଲଭ ପ୍ରସାଦ କି ଦୁସରୀ ସାଦି"ର ପ୍ରମୋସନ ପାଇଁ ଏହି ଲୁକରେ ନଜର ଆସିଛନ୍ତି । ଏହି ଫିଲ୍ମରେ, ମହିମା ସଞ୍ଜୟ ମିଶ୍ରଙ୍କ ଦ୍ୱିତୀୟ ପତ୍ନୀ ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବେ । ଫିଲ୍ମଟି ଖୁବ୍ ଶୀଘ୍ର ଥିଏଟରରେ ମୁକ୍ତିଲାଭ କରିବ । ଏହି ଭାଇରାଲ ଭିଡିଓକୁ ସୋସିଆଲ ମିଡିଆରେ ଖୁବ୍‌ ପସନ୍ଦ କରାଯାଉଛି। ମହିମା ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରେ କମ୍ ଆକ୍ଟିଭ ଅଛନ୍ତି । ହେଲେ ସେ ଏହି ବର୍ଷ ଦୁଇଟି ଫିଲ୍ମରେ କାମ କରିଛନ୍ତିତାଙ୍କର ଏହି ବ୍ରାଇଡାଲ୍ ଲୁକ୍ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।