IND-PAK ମ୍ୟାଚ୍ ଉପରେ ବଡ଼ ଅପଡେଟ୍, ICCର ଏହି ପଦକ୍ଷେପ ପରେ ନିଷ୍ପତ୍ତି ବଦଳାଇବ PCB !

NEWS7
the-sword-turned-during-the-zero-night-celebration-in-balangir

ନୂଆଦିଲ୍ଲୀ: ପାକିସ୍ତାନ ଟି-୨୦ ବିଶ୍ଵକପ୍ ୨୦୨୬ରେ ଭାରତ ବିପକ୍ଷ ମ୍ୟାଚ୍ ବହିଷ୍କାର କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିପାରେ। ପ୍ରଥମେ ଖବର ଆସିଥିଲା ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଏହି ମାମଲାକୁ ନେଇ ଆଇସିସି ସହ ଆଲୋଚନା କରିବାକୁ ପ୍ରସ୍ତୁତ। ଏବେ ଟାଇମ୍ସ ଅଫ ଇଣ୍ଡିଆର ଖବର ମୁତାବକ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ପ୍ରସଙ୍ଗରେ ଆଲୋଚନା ପାଇଁ ଆଇସିସିର ଦୁଇ ଜଣ ପ୍ରତିନିଧି ଲାହୋର ପହଞ୍ଚିଛନ୍ତି।

ଟାଇମ୍ସ ଅଫ ଇଣ୍ଡିଆ ଅନୁସାରେ, ଆଇସିସିର ଉପାଧ୍ୟକ୍ଷ ଇମରାନ ଖ୍ଵାଜା ଓ ଓ ଆସୋସିଏଟ ସଦସ୍ୟ ନିର୍ଦ୍ଦେଶକ ମୁଶବୀର ରେହମାନି ଫେବୃଆରୀ ୮ରେ ଲାହୋରେ ପହଞ୍ଚିଛନ୍ତି। ଉଭୟଙ୍କୁ ପିସିବି ପକ୍ଷରୁ ଆମନ୍ତ୍ରିତ କରାଯାଇଥିଲା। ଏହି ବୈଠକରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଜାରି ଗତିରୋଧ ଉପରୁ ସକରାତ୍ମକ ଫଳାଫଳ ମିଳିପାରେ। ଆଇସିସି ନିଜର ପ୍ରତିନିଧିଙ୍କୁ ପାକିସ୍ତାନ ପଠାଇବାର ନିଷ୍ପତ୍ତି ସ୍ପଷ୍ଟ ଦର୍ଶାଉଛି ଯେ, ଶୀଘ୍ର ସମସ୍ୟାର ସମାଧାନ ହୋଇପାରେ।

ମ୍ୟାଚ୍ ହେବାର ସମ୍ଭାବନା ୯୯ ପ୍ରତିଶତ

ନ୍ୟୁଜ ଏଜେନ୍ସି ଆଇଏନଏସର ଅନ୍ୟ ଏକ ରିପୋର୍ଟ ଅନୁସାରେ, ଆଇସିସି ଓ ପାକିସ୍ତାନ କ୍ରିକେଟ୍ ବୋର୍ଡର ବୈଠକ ପରେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ହେବାର ସମ୍ଭାବନା ୯୯ ପ୍ରତିଶତ ରହିଛି। କୁହାଯାଉଛି ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚ୍ ବହିଷ୍କାର କରିବାର ନିଷ୍ପତ୍ତିରୁ ଓହରିପାରେ।

ଏହା ପୂର୍ବରୁ ଫେବୃଆରୀ ୧ରେ ପାକିସ୍ତାନ ସରକାର ଘୋଷଣା କରିଥିଲା ଯେ, ପାକିସ୍ତାନର କ୍ରିକେଟ୍ ଦଳ ଫେବୃଆରୀ ୧୫ରେ ଭାରତ ବିପକ୍ଷ ମ୍ୟାଚ୍ ଖେଳିବ ନାହିଁ। ଏହାକୁ ନେଇ ବିଶ୍ଵ କ୍ରିକେଟ୍ରେ ଚହଳ ପଡ଼ି ଯାଇଥିଲା। କାରଣ ଭାରତ ବନାମ ପାକିସ୍ତାନ ମ୍ୟାଚ୍ରୁ ହିଁ ଆଇସିସିକୁ ସିଂହ ଭାଗର ରାଜସ୍ଵ ମିଳିଥାଏ। ବ୍ରଡକାଷ୍ଟର୍ସ ମାଲାମାଲା ହୋଇଥାନ୍ତି। ଯଦି ଏହି ମ୍ୟାଚ୍ ନ ହୁଏ ତେବେ ବ୍ରଡକାଷ୍ଟର୍ସ ସହ ଆଇସିସିକୁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡ଼ିପାରେ। ଅନ୍ୟ ଛୋଟ ଛୋଟ କ୍ରିକେଟ୍ ବୋର୍ଡକୁ ମିଳିବାକୁ ଥିବା ରାଜସ୍ଵ ମଧ୍ୟ କମିପାରେ।

ଆଇସିସି ପାକିସ୍ତାନର ଟୁର୍ଣ୍ଣାମେଣ୍ଟ ବର୍ଜନ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲା। ଏହି ସମୟରେ, ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପାକିସ୍ତାନକୁ ଚେତାବନୀ ଦେଇଥିଲା ଯେ ଭାରତ ବନାମ ପାକିସ୍ତାନ ମ୍ୟାଚ୍ ଆୟୋଜନ ନକରିବା ଦ୍ଵାରା ପ୍ରତିକୂଳ ପରିଣାମ ହୋଇପାରେ, ଯେଉଁଥିରେ ଶ୍ରୀଲଙ୍କାର ଅର୍ଥନୀତି ପ୍ରଭାବିତ ହୋଇପାରେ। ଏହା ସହିତ ଶ୍ରୀଲଙ୍କା ପିସିବିକୁ ଅତୀତର କଥା ମନେ ପକାଇ ଦେଇଛି। ଯେତେବେଳେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଦୟନୀୟ ସ୍ଥିତି ଦେଇ ଗତି କରୁଥିଲା ଏବଂ କୌଣସି ଦେଶ ପାକିସ୍ତାନ ଯିବାକୁ ପ୍ରସ୍ତୁତ ନ ଥିଲେ, ସେହି ସମୟରେ ଶ୍ରୀଲଙ୍କା କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରିଥିଲା। ଶ୍ରୀଲଙ୍କା ବୋର୍ଡ ପିସିବିକୁ ଯଥେଷ୍ଟ ସମ୍ମାନ ଦେଇଥିଲା।