ନୂଆଦିଲ୍ଲୀ ୨୫/୭: ଆଜିକୁ ଠିକ୍ ୮୦ ବର୍ଷ ପୂର୍ବେ । ୬ ଅଗଷ୍ଟ ୧୯୪୫ ହିରୋସୀମା । କେବଳ ୧୫ କିଲୋ ଟନ୍ର ପରମାଣୁ ବୋମା । ଆଉ ପ୍ରାୟ ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ । ଏହି ବୋମା ପୁରା ଦୁନିଆକୁ ହଲାଇ ଦେଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ଅସଲ ରେସ୍ । ନ୍ୟୁକ୍ଲିୟର ଆର୍ମ ରେସ୍ । ପରମାଣୁ ବୋମା ତିଆରି କରିବାକୁ ନେଇ ବିଭିନ୍ନ ଦେଶ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ପ୍ରତିଯୋଗିତା । ଏହି ସମୟରେ ରୁଷିଆ ତିଆରି କରିଥିଲା ଦୁନିଆର ସବୁଠାରୁ ବିନାଶକାରୀ ବୋମା ଜାର୍ । ୩୦ ଅକ୍ଟୋବର ୧୯୬୧, ଆଟଲାଣ୍ଟିକ ସାଗରରେ ନୋଭାୟା ଜେମଲ୍ୟା ଦ୍ବୀପ ସମୂହ ପାଖରେ କରାଯାଇଥିଲା ପରୀକ୍ଷଣ । ପରୀକ୍ଷଣ ବେଳେ ଏତେ ଜୋରଦାର ଧମାକା ହୋଇଥିଲା ଯାହା ଆଗରୁ କେବେ କେହି ଶୁଣିନଥିଲେ । ବିକଟାଳ ଶବ୍ଦରେ ଥରି ଉଠିଥିଲା ପୃଥିବୀ । ଆକାଶରେ ଉଠିଥିବା ନିଆଁ ଓ ଧୂଆଁର ଝୁଲ ହଜାର କିଲୋମିଟର ଦୂର ଯାଏ ଦେଖାଯାଉଥିଲା ।
ଏହାର ଭୟଙ୍କର ଚମକ ପୃଥିବୀରେ ସୂର୍ଯ୍ୟ ଉଦୟ ପରି ଭ୍ରମ ସୃଷ୍ଟି କରିଥିଲା । କ୍ୟାମେରାର ଫ୍ଲାସ ପରି ଏକ ଆଲୁଅ ଯାହାର ତୀବ୍ରତା ପ୍ରତିମୁହୁର୍ତ୍ତରେ ବଢୁଥିଲା । ଏତେ ବଢିଗଲା କି ଏୟାରକ୍ରାଫ୍ଟାରୁ ବୋମା ପକାଉଥିବା ପାଇଲଟଙ୍କୁ ଖାସ୍ କଳା ଚଷମା ପିନ୍ଧିବା ପରେ ମଧ୍ୟ ପ୍ଲେନ ଉଡାଇବା ମୁସ୍କିଲ ହୋଇପଡିଥିଲା । ରୁଷିଆର ଏହି ହାଇଡ୍ରୋଜେନ ବୋମା ଜାର୍ର ପରୀକ୍ଷଣ ପୁରା ଦୁନିଆକୁ ହଲାଇ ଦେଇଥିଲା । ଦୁନିଆର ସବୁଠାରୁ ଭୟଙ୍କର ଓ ବିନାଶକାରୀ ପରମାଣୁ ବୋମାର ଟେଷ୍ଟ ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ଆରମ୍ଭ ହୋଇଥିବା ଶୀତଳ ଯୁଦ୍ଧ ସମୟରେ ହୋଇଥିଲା ।
ଏହି ହାଇଡ୍ରୋଜେନ ବା ଥର୍ମୋନ୍ୟୁକ୍ଲିୟର ବୋମା ଜାର୍ର ଅଫିସିଆଲ ନାଁ ଥିଲା AN602 ଓଜନ ପ୍ରାୟ ୨୭ ଟନ୍ । ମାନେ ଏକ ଛୋଟ ଟ୍ରକ ଆକୃତିର । ଯିଏ ଲଣ୍ଡନ ପରି ସହରକୁ ପୁରା ଧ୍ବଂସ କରିବାର ଶକ୍ତି ରଖିଥିଲା । ଗୋଟିଏ ଝଟ୍କାରେ ୬୦ ଲକ୍ଷ ଲୋକଙ୍କୁ ଶେଷ କରିବାର ତାକତ । ଯେଉଁ ଜାଗାରେ ବୋମା ପଡିବ ତାର ୫୦ କିଲୋମିଟର ଯାଏ ସବୁକିଛି ଧ୍ବସଂ କରିଦେବ । ଏହାର ରେଡିଏସନର ପ୍ରଭାବ ବର୍ଷ ବର୍ଷ ଧରି ରହିଥିଲା । ଏହାକୁ ନେବା ପାଇଁ ବିଶେଷ ଭାବରେ ବୋମ୍ବର ବିମାନ Tu-95V ର ବ୍ୟବହାର କରାଯାଇଥିଲା । ଜାର୍ ବୋମାକୁ ପରୀକ୍ଷଣ ସମୟରେ ବୋମ୍ବର ବିମାନ Tu-95V ଠାରୁ ୧୦ହଜାର ୫ଶହ ମିଟର, ପ୍ରାୟ ୩୪ ହଜାର ୫ଶହ ଫିଟ୍ ଉଚ୍ଚରୁ ପକାଯାଇଥିଲା ।ହିରୋସୀମାରେ ପଡିଥିବା ପରମାଣୁ ବୋମା ଠାରୁ ଏହା ୩ହଜାର ୩ଶହ ୩୩ ଗୁଣ ଅଧିକ ଥିଲା ।
ପୁରା ବିଶ୍ବ ଯେତେବେଳେ ପରମାଣୁ ବୋମା ତିଆରିର ସ୍ବପ୍ନ ଦେଖୁଥିଲା ସେତେବେଳେ ରୁଷିଆ ଜାର୍ ନାମରେ ହାଇଡ୍ରୋଜେନ ବୋମା ତିଆରି କରିସାରିଥିଲା । ଯାହା କୌଣସି ବି ଆଟମ୍ ବମ୍ ଠାରୁ ହଜାରେ ଗୁଣ ଅଧିକ ଶକ୍ତିଶାଳୀ ଥିଲା । ଏହି ବୋମାକୁ ପୃଥିବୀକୁ ଶେଷ କରିବାର ହତିଆର କୁହାଯାଇଥାଏ । ଏହି ବୋମାର ପରୀକ୍ଷଣର ଭିଡିଓକୁ ରୁଷିଆ ପ୍ରାୟ ୬୦ ବର୍ଷ ଯାଏ ଦୁନିଆର ନଜରରୁ ଲୁଚାଇ ରଖିଥିଲା । ପରେ ଯେତେବେଳେ ପରୀକ୍ଷଣର ଭିଜୁଆଲ ଓ ଫଟୋ ରୁଷିଆ ରିଲିଜ କରିଥିଲା ସମସ୍ତେ ଯେମିତି ଚକିତ ହୋଇ ରହିଯାଇଥିଲା ରୁଷିଆକୁ ଏହି ଉପଲବ୍ଧି ଅନେକ ବର୍ଷର ପରିଶ୍ରମ କରିବାକୁ ପଡିଥିଲା । ଥର୍ମୋ ନ୍ୟୁକ୍ଲିୟର ବୋମା ତିଆରି କରିବାକୁ ବୈଜ୍ଞାନିକଙ୍କର ଏକ ବଡ ଟିମ୍ ତିଆରି କରାଯାଇଥିଲା । ଏକ ସିକ୍ରେଟ ଜାଗାରେ ତିଆରି ହୋଇଥିଲା ବୋମା । ୫୦ ମେଗାଟନ୍ର ଏହି ବୋମାକୁ ରୁଷିଆର ଦମ୍ ବୋଲି କୁହାଯାଏ । ଏହାକୁ କିଙ୍ଗ ଅଫ୍ ଅଲ୍ ଆଟମ୍ ବୋମ୍ ମଧ୍ୟ କୁହାଯାଏ । ରୁଷିଆ ଏହି ଧମାକା କରି ପୁରା ଦୁନିଆ ଖାସ୍ କରି ଆମେରିକାକୁ ଜଣାଇ ଦେଇଥିଲା କି ଆମକୁ କମ୍ଜୋର ଭାବିବା ବଡ ଭୁଲ ହେବ ।
ଦୁନିଆର ସବୁଠାରୁ ବିନାଶକାରୀ ବୋମାର ପରୀକ୍ଷଣ ଏକ ଐତିହାସିକ ଘଟଣା ଥିଲା । ଏହି ବୋମା ଏତେ ଭାରି ଥିଲା କି ସତସତିକା ଯୁଦ୍ଧରେ ବ୍ୟବହାର କରିବା ଅସମ୍ଭବ ଥିଲା ।ଏହି କାରଣରୁ ଜାର୍ ନ୍ୟୁକ୍ଲିୟର ବୋମାକୁ ଦୁନିଆକୁ ଧ୍ବଂସ କରିବାର ହତିଆର କୁହାଯାଉଥିଲା । ଏବେ ଦୁନିଆରେ ପ୍ରାୟ ୯ଟି ଦେଶରେ ପରମାଣୁ ବୋମା ରହିଛି ।ଅତୀତର ଏହି ବଡ ଧମାକା, ଭବିଷ୍ୟତ ପାଇଁ ବଡ ଚେତାବନୀ ନିଶ୍ଚିତ ରୂପେ କୁହାଯାଇପାରିବ ।