ଏହି କାରଣ ପାଇଁ ସନ୍ଦୀପଙ୍କ ଫିଲ୍ମ ସ୍ଫିରିଟ୍ ଛାଡିଥିଲେ ଦୀପିକା ଦୀପିକା, ହେଲା ବଡ ଖୁଲାସା

Published By : Prameya-News7 Bureau | July 26, 2025 IST

ମୁମ୍ଵାଇ ୨୬।୦୭; ଫିଲ୍ମ ସ୍ପିରିଟ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି ଦୀପିକା ପାଦୁକୋନ୍ । ଏହି କାରଣରୁ ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ସହ ତାଙ୍କର ଆରମ୍ଭ ହୋଇଥିଲା ବିବାଦ। ପ୍ରଥମେ ଖବର ଆସିଥିଲା ଯେ ଭାଙ୍ଗାଙ୍କ ଫିଲ୍ମ 'ସ୍ପିରିଟ'ରେ ଦୀପିକା ପାଦୁକୋନ ଅଭିନୟ କରିବେ। ପରେ ଚର୍ଚ୍ଚା ହେଲା ଯେ ଦୀପିକା ଏହି ପ୍ରୋଜେକ୍ଟରୁ ବାହାରି ଗଲେ। ଏହା ପଛରେ ତାଙ୍କର ଅନେକ ଦାବି କଥା କୁହାଯାଇଥିଲା। ପରେ ସନ୍ଦୀପ ରେଡ୍ଡୀ ଘୋଷଣା କରିଥିଲେ ଯେ ଦୀପିକାଙ୍କ ସ୍ଥାନରେ ଫିଲ୍ମରେ ତୃପ୍ତି ଡିମରୀଙ୍କୁ ସାଇନ କରାଯାଇଛି ।

ହେଲେ ଏବେ ଶେଷରେ ଜଣାପଡ଼ିଛି ଯେ ଦୀପିକା କାହିଁକି ଭାଙ୍ଗାଙ୍କ ଫିଲ୍ମକୁ ନା କହିଥିଲେ? ଯେତେବେଳେ ଦୀପିକାଙ୍କ 'ସ୍ପିରିଟ'ରୁ ବାହାରିବାର ଖବର ଆସିଥିଲା । ୮ ଘଣ୍ଟିଆ ସିଫ୍ଟ ସହିତ ଅନେକ ଅନ୍ୟ ଦାବି ରଖିଥିଲେ। ଯେମିତି ସେ ଫିଲ୍ମରେ ହାଇ ଫି ଡିମାଣ୍ଡ ସହିତ ଲାଭର ଅଂଶ ମଧ୍ୟ ଚାହୁଁଥିଲେ। ପରେ ଭାଙ୍ଗା ଦୀପିକାଙ୍କୁ ଖରାପ ପିଆର ଖେଳ ଖେଳୁଥିବା ମଧ୍ୟ କହିଥିଲେ। ତେବେ ଦୀପିକା କିମ୍ବା ଭାଙ୍ଗା କେହି ଏ ବିଷୟରେ ଖୋଲାଖୋଲି ମୁହଁ ଖୋଲିନଥିଲେ। ରିପୋର୍ଟ ଅନୁସାରେ ଦୀପିକା ତାଙ୍କ ଦାବି କାରଣରୁ ନୁହେଁ ବରଂ ଅଟଲୀ ଏବଂ ଅଲୁ ଅର୍ଜୁନଙ୍କ ଫିଲ୍ମ କାରଣରୁ 'ସ୍ପିରିଟ'ରୁ ବାହାରିଗଲେ। ଦୀପିକାଙ୍କୁ 'ସ୍ପିରିଟ'ର ସ୍କ୍ରିପ୍ଟ ବହୁତ ପସନ୍ଦ ହୋଇଥିଲା। ସନ୍ଦୀପ ରେଡ୍ଡୀ ଭାଙ୍ଗା ତାଙ୍କୁ ଯେଉଁ ଭୂମିକା ଅଫର କରିଥିଲେ, ତାହା ଦୀପିକାଙ୍କୁ ବହୁତ ଭଲ ଲାଗିଥିଲା । ଏପରିକି ଫିଲ୍ମର ଚୁକ୍ତି ମଧ୍ୟ ପ୍ରସ୍ତୁତ ହେବାରେ ଲାଗିଥିଲା। କିନ୍ତୁ ଏହା ପରେ ଅଟଲୀ ଦୀପିକାଙ୍କୁ ଅଲୁ ଅର୍ଜୁନଙ୍କ ଫିଲ୍ମ AA22xA6 ଅଫର କଲେ। ଏହି ସ୍କ୍ରିପ୍ଟ ଦୀପିକାଙ୍କୁ ଭାଙ୍ଗାଙ୍କ 'ସ୍ପିରିଟ' ଅପେକ୍ଷା ଅଧିକ ପସନ୍ଦ ହେଲା। ଦୀପିକା ଏହି ଦୁଇଟି ପ୍ରୋଜେକ୍ଟ ଏକାସାଙ୍ଗେ କରି ପାରିବେ ନାହିଁ। ତେଣୁ ସେ 'ସ୍ପିରିଟ' ଛାଡ଼ିବାର ନିଷ୍ପତ୍ତି ନେଇଥିଲେ।

ଦୀପିକା ପାରିଶ୍ରମିକ, ୮ ଘଣ୍ଟିଆ ସିଫ୍ଟ ଏବଂ ଅନ୍ୟାନ୍ୟ ମତଭେଦ କାରଣ ଦେଖାଇ ଏହି ଫିଲ୍ମ ଛାଡ଼ିଥିଲେ। କିନ୍ତୁ ପ୍ରକୃତ କାରଣ ଏହା ନୁହେଁ। ରିପୋର୍ଟରେ ଆହୁରି କୁହାଯାଇଛି ଦୀପିକା ଯେଉଁ ସମସ୍ତ ଆପତ୍ତି ଉଠାଇଥିଲେ, ଭାଙ୍ଗା ସେଗୁଡ଼ିକୁ ମାନିବାକୁ ପ୍ରସ୍ତୁତ ଥିଲେ। କିନ୍ତୁ ଦୀପିକାଙ୍କୁ ଅଲୁ ଅର୍ଜୁନଙ୍କ ଫିଲ୍ମର ଅଫର ଅଧିକ ଭଲ ଲାଗିଥିଲା, ତେଣୁ ସେ 'ସ୍ପିରିଟ' ଛାଡ଼ି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.