LIVE TV

ନୂଆପଡ଼ା ଉପନିର୍ବାଚନ : ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

NEWS7
the-prime-ministers-street-vendors-self-defense-fund-scheme-will-be-implemented-in-bhubaneswar

ନୂଆପଡ଼ା ୧୮।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି ଜୟ । ନୂଆପଡ଼ା ଉପଜିଲ୍ଲାପାଳଙ୍କ ଅଫି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ପ୍ରାର୍ଥିପତ୍ର ଦାଖଲ ସମୟରେ ବିଜେପି ସଭାପତି ମନମୋହନ ସାମଲ, କଳାହାଣ୍ଡି ସାଂସଦ ମାଳବିକା ଦେଓ, ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ପୂର୍ବତନ ଲୋକସଭା ସଦସ୍ୟ ବସନ୍ତ ପଣ୍ଡା ଓ ତାଙ୍କ ପୁତ୍ର ଅଭିନନ୍ଦନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କିଛି ମନ୍ତ୍ରୀ, ବିଧାୟକ ଓ ନେତା ମାନେ ମଧ୍ୟ ଶୋଭାଯାତ୍ରାରେ ସାମିଲ ଥିଲେ ।
ସୂଚନାଯୋଗ୍ୟ ଯେ, ନୂଆପଡା ଖରିଆର ରୋଡ୍ ସ୍ଥିତ ବାସଭବନରୁ ମା’ଙ୍କ ଆଶୀର୍ବାଦ ନେଇ ଉପଜିଲ୍ଲାପାଳଙ୍କ ଅଫିସ୍ ଅଭିମୁଖେ ବାହାରିଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଶୋଭାଯାତ୍ରାରେ ଯିବା ପୂର୍ବରୁ ଘରୁ ଦହି ଚିନି ଖାଇ ସେ ବାହାରିଥିଲେ । ନାମାଙ୍କନ ଭରିବାକୁ ଯିବା ସମୟରେ ସେ କହିଥିଲେ ଯେ, ନୂଆପଡ଼ାବାସୀଙ୍କ ବିକାଶ ପାଇଁ କାମ କରିବି । ମୋତେ ପ୍ରାର୍ଥୀ କରିଥିବାରୁ ବିଜେପି ନେତୃତ୍ବଙ୍କୁ ଧନ୍ୟବାଦ ଦେଉଛି । ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଚେଷ୍ଟା କରିବି ।