ଡ୍ୟାନ୍ସ ବେଳେ ଯାତ୍ରା ପେଣ୍ଡାଲରେ ଟପିଗଲେ ସୀମା, ଉତ୍ୟକ୍ତ ଲୋକ ଫିଙ୍ଗିଲେ ଚେୟାର-ଜୋତା

NEWS7
the-president-of-singapore-to-visit-puri-on-18th-january

ଭଦ୍ରକ ୧୨।୦୧ : ସୁଧୁରିବେ କେବେ ? ବାରମ୍ବାର ତାଗିଦ ପରେ ବି ମଞ୍ଚରେ ଅଶ୍ଲୀଳ ନାଚ । ଯାହାକୁ ଦେଖି ଦର୍ଶକମାନେ ମଞ୍ଚକୁ ଜୋତା ଓ ଚେୟାର ମାଡ଼ କରିଛନ୍ତି । ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଭଣ୍ଡାରିପୋଖରୀ ବଜାର ନିକଟରେ ଏପରି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ।

ଭଣ୍ଡାରିପୋଖରୀ ବଜାର ନିକଟରେ ପାର୍ବତୀ ଗଣନାଟ୍ୟ ତାର ନାଟକ ପରିବେଶଣ କରୁଥିଲା । ପ୍ରଥମ ରାତିରେ ନାଟକ ପୂର୍ବରୁ ନିଶା ମହାରଣା ନାଚ ପରିବେଶଣ ନିମନ୍ତେ ପେଣ୍ଡାଲ ଉପରକୁ ଚଢିଥିଲେ । ପ୍ରଥମ କିଛି ମିନିଟ ପରିବେଶ ଠିକ୍ ଥିଲା । ନିଶା ମହାରଣା ନାଚ ପରିବେଶଣ ସମୟରେ ନିଜ ସବୁ ସୀମା ଟପି ଯାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଦର୍ଶକମାନେ ହଠାତ୍ ରାଗିଯାଇଥିଲା । ଆଉ ପେଣ୍ଡାଲ ଉପରକୁ ଜୋତା ଓ ଚେୟାର ଫିଙ୍ଗିଥିଲେ । ଜୋତା କିମ୍ବା ଚେୟାର ନିଶାଙ୍କ ଦେହରେ ବାଜିନଥିଲେ ମଧ୍ୟ ଯାତ୍ରା କମିଟିର ସଦସ୍ୟମାନେ ତାଙ୍କୁ ଭିତରକୁ ନେଇଯାଇଥିଲେ । ପରେ ଅନେକ ସମୟ ଧରି ଯାତ୍ରା ବନ୍ଦ ରହିଥିଲା । ଉପସ୍ଥିତ ଲୋକଙ୍କ ଯାତ୍ରା କମିଟିର ସଦସ୍ୟଙ୍କ ପକ୍ଷରୁ ବୁଝାସୁଝା କରାଯାଇଥିଲା ।