ପୋଲର ସ୍ଥାନ ପରିବର୍ତ୍ତନକୁ ବିରୋଧ, ବାଲି ମାଫିଆଙ୍କ ଚାପରେ ହେଉଥିବା ଅଭିଯୋଗ

NEWS7
the-old-age-allowance-has-not-been-received-for-three-months

ଭଦ୍ରକ ୧୬।୧: ପୋଲ କାର୍ଯ୍ୟ ସ୍ଥାନାନ୍ତରଣକୁ ଗ୍ରାମବାସୀଙ୍କ ଜୋରଦାର ବିରୋଧ । ଗୋଟିଏ ସ୍ଥାନରେ ପୋଲ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଥିବାବେଳେ ସେହି ପୋଲକୁ ଅନ୍ୟ ସ୍ଥାନରେ ନିର୍ମାଣ କରାଯିବାକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରି ବ୍ଲକ ଝୁଣ୍ଟୁଣା ପଞ୍ଚାୟତ ଦାଦେଶ୍ୱର ଗ୍ରାମବାସୀ । ଅଭିଯୋଗ ଅନୁଯାୟୀ ଗ୍ରାମବାସୀଙ୍କ ଯାତାୟାତରେ ସୁବିଧା ପାଇଁ ଗ୍ରାମ ରାସ୍ତାକୁ ସଂଲଘ୍ନ କରି ବୈତରଣୀ ନଦୀର ଦାଦେଶ୍ୱର ନାଳ ଉପରେ ପୋଲ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଛି । ମାତ୍ର କେତେକ ବାଲି ମାଫିଆ ନିଜ ଫାଇଦା ପାଇଁ ଅନ୍ୟତ୍ର ସଂପୃକ୍ତ ପୋଲ ନିର୍ମାଣ କାର୍ଯ୍ୟକୁ ସ୍ଥାନାନ୍ତର କରିବାକୁ ପ୍ରୟାସ ଚଳାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଗ୍ରାମବାସୀ ମାନେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି କାର୍ଯ୍ୟାଦେଶ ହୋଇଥିବା ସ୍ଥାନରେ ପୋଲ ନିର୍ମାଣ କରିବାକୁ ଦାବି କରିଛନ୍ତି । ଏହା ନହେଲେ ଆଗାମୀ ଦିନରେ ଗ୍ରାମବାସୀ ମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାବନୀ ଦେଇଛନ୍ତି ।