ରାଜ୍ୟରେ ଚିହ୍ନଟ ହେଲେଣି ୮ କୋଭିଡ୍ ଆକ୍ରାନ୍ତ, ସଚେତନ ଓ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ

Published By : Prameya-News7 Bureau | May 31, 2025 IST

ଭୁବନେଶ୍ବର ୩୧: ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ପୂର୍ବରୁ ରାଜ୍ୟରେ ୫ଟି କୋଭିଡ୍ ମାମଲା ସ୍ପଷ୍ଟ ହୋଇଥିବା ବେଳେ ଶନିବାର ଆଉ ୨ଟି ମାମଲାକୁ ସ୍ପଷ୍ଟ କରିଛି ସ୍ଵାସ୍ଥ୍ୟ ବିଭାଗ । ସେହିପରି ଆଣ୍ଟିଜେନ୍ ପରୀକ୍ଷା ଜରିଆରେ ଆଜି କୋଭିଡ୍ ଚିହ୍ନଟ ହୋଇଥିବା ଅନ୍ୟ ଜଣେ ରୋଗୀଙ୍କ ନମୁନା RTPCR ଟେଷ୍ଟ ପାଇଁ ଦିଆଯାଇଛି । ରିପୋର୍ଟ ଆସିବା ପରେ ଏହି ମାମଲାକୁ ସ୍ପଷ୍ଟ କରାଯାଇପାରିବ । ପୂର୍ବରୁ ଚିହ୍ନଟ ହୋଇଥିବା ରୋଗୀ ସୁସ୍ଥ ଅଛନ୍ତି । ଏବେ କୋଭିଡ୍ ପରିଚାଳନା ଲାଗି କେନ୍ଦ୍ର ସରକାରଙ୍କ ଠାରୁ ନିର୍ଦ୍ଦେଶ ଆସିଛି । ସେହି ହିସାବରେ କୋଭିଡ୍‌କୁ ପରିଚାଳନା କରାଯାଉଛି । ତେବେ ଏହି ଭାରିଆଣ୍ଟ ଅଧିକ କ୍ଷତିକାରକ ହେଉନଥିବାରୁ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ । ଲୋକମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପ୍ରତି ସଚେତନ ରୁହନ୍ତୁ ଓ ସତର୍କ ରୁହନ୍ତୁ ।

ସେପଟେ ସାରା ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୫୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣରେ ୭ ଜଣଙ୍କ ଜୀବନ ଯାଇଛି । କରୋନା ସଂକ୍ରମିତ ରାଜ୍ୟ ମଧ୍ୟରେ ସବୁଠାରୁ ଆଗରେ ରହିଛି କେରଳ । ଏଠାରେ ଏପର୍ଯ୍ୟନ୍ତ ୧୧୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହି ତୁଳନାରେ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୮ ରହିଛି । 

ଏହାସହ ଦେଶରେ ଏପର୍ଯ୍ୟନ୍ତ ମୋଟ୍ ୨୭୧୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରୁ ସର୍ବାଧିକ ବୟସ୍କ ଲୋକ ବୋଲି ଜଣାପଡିଛି । ସାରା ଦେଶରେ ୨୬ ତାରିଖ ସୁଦ୍ଧା ୧୦୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦ ତାରିଖ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୧୭୧୦ରେ ପହଞ୍ଚିଛି ।  

You Can Read:

ସ୍ପର୍ଶ ପକ୍ଷରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ, ସଚେତନତା ପଦଯାତ୍ରାରେ ଡାକ୍ତରଙ୍କ ସହ ସାମାଜିକ କର୍ମୀ ସାମିଲ


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.