ବିଜନେସ୍ ଟାଇକୁନ୍ କି କ୍ରିକେଟର ନୁହଁନ୍ତି...ଭାରତର ସବୁଠାରୁ ବଡ଼ ଟ୍ୟାକ୍ସ ପେୟର କିଏ ?

NEWS7
the-moving-car-caught-fire-the-passenger-jumped-to-save-his-life

ନୂଆଦିଲ୍ଲୀ: ଅନେକ ସମୟରେ ଦେଖିବାକୁ ମିଳେ ଲୋକେ ଚଞ୍ଚକତା କରି ଟ୍ୟାକ୍ସ ଫାଙ୍କନ୍ତି । ସରକାରଙ୍କୁ କର ଦିଅନ୍ତି ନାହିଁ । କର ବା ଟ୍ୟାକ୍ସ ଦେବା ପାଇଁ ସରକାର ଯେତେ ସରଳ ଉପାୟ କଲେ ମଧ୍ୟ ଲୋକେ ଗଳାବାଟ ଦେଖି ଖସିଯାଆନ୍ତି । କିନ୍ତୁ ଦେଶରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ସଚ୍ଚୋଟତାର ସହ ନିର୍ଦ୍ଧାରିତ ସମୟରେ ଆୟକର ଭରନ୍ତି । ଆଉ ଏହି ଟଙ୍କା ଦେଶ ଚଳାଇବା ପାଇଁ ଉପଯୋଗ ହୁଏ । ଏହି କ୍ରମରେ କିଛି ବ୍ୟକ୍ତିବିଶେଷ ଏବଂ କମ୍ପାନି ସର୍ବାଧିକ ଟ୍ୟାକ୍ସ ଦେଇ ଚର୍ଚ୍ଚାକୁ ଆସନ୍ତି । ଆମ ଦେଶରେ ଅନେକ ଧନୀ କମ୍ପାନି ଅଛି, ସେଗୁଡ଼ିକ ମୋଟାଅଙ୍କର ଟ୍ୟାକ୍ସ ସରକାରଙ୍କୁ ଦିଅନ୍ତି । କିନ୍ତୁ ବ୍ୟକ୍ତିଙ୍କ କଥା କହିବାକୁ ଗଲେ, କିଏ ସର୍ବାଧିକ ଟ୍ୟାକ୍ସ ଦିଅନ୍ତି ଆପଣ ଜାଣିଛନ୍ତି କି ?

ବ୍ୟକ୍ତିବିଶେଷଙ୍କ କଥା ଆସିଲେ, ଅମ୍ବାନୀ କିମ୍ବା ଆଦାନୀଙ୍କ ଭଳି ମହାଧନୀଙ୍କ କଥା ମନକୁ ଚାଲିଆସେ । କିନ୍ତୁ ୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବାଧିକ ଟ୍ୟାକ୍ସ ଦେଇଥିବା ବ୍ୟକ୍ତି ଜଣେ ବିଜନେସ୍ ଟାଇକୁନ କିମ୍ବା ଆଗଧାଡ଼ିର କ୍ରିକେଟର ନୁହଁନ୍ତି । ସେ ଘରେ ଘରେ ପରିଚିତ, ତାଙ୍କର ବ୍ୟକ୍ତିତ୍ବ ସମସ୍ତଙ୍କୁ ପ୍ରଭାବିତ କରେ । କଥା ଯେମିତି, କାମ ବି ସେମିତି । ସେ ବଲିଉଡ ସହ ଜଡ଼ିତ । ତାଙ୍କୁ ବଲିଉଡ୍ର ଶେହନଶାହ ବୋଲି କୁହାଯାଏ । ଏବେ ଆପଣମାନେ ଜାଣିସାରିଥିବେ ସେ କିଏ ?

ସେ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଦି ଗ୍ରେଟ୍ ଅମିତାଭ ବଚ୍ଚନ । ୨୦୨୪-୨୫ ଆର୍ଥିକ ବର୍ଷରେ ସର୍ବାଧିକ ଟ୍ୟାକ୍ସ ଦେଇଛନ୍ତି ବିଗ୍-ବି । ୮୨ ବର୍ଷୀୟ ଅଭିନେତା ୧୨୦ କୋଟି ଟଙ୍କା ଟ୍ୟାକ୍ସ ସରକାରଙ୍କୁ ଦେଇଛନ୍ତି । ବାର୍ଷିକ ପ୍ରାୟ ୩୫୦ କୋଟି ଟଙ୍କାର ଆୟ ଉପରେ ସେ ଏହି ଟ୍ୟାକ୍ସ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ପରିଣତ ବୟସରେ ବି ଅମିତାଭ ବଚ୍ଚନ ବେଶ୍ ଆକ୍ଟିଭ । ସତେ ଅବା ତାଙ୍କ ପାଇଁ ବୟସ, କେବଳ ଗୋଟିଏ ସଂଖ୍ୟା । ଏହି ବୟସରେ, ବଡ଼ ଫିଲ୍ମରେ ଅଭିନୟ କରୁଛନ୍ତି, ଟିଭିରେ କାର୍ଯ୍ୟକ୍ରମର ହୋଷ୍ଟ ସାଜୁଛନ୍ତି ଏବଂ ତା ସହ ବିଭିନ୍ନ ବ୍ରାଣ୍ଡର ପ୍ରମୋସନ ବି କରୁଛନ୍ତି । ତାଙ୍କ ସମସାମୟିକ ଅଭିନେତା ସ୍କ୍ରିନରୁ ପ୍ରାୟତଃ ଦୂରେଇ ଯାଇଛନ୍ତି, ହେଲେ ବିଗ ବିଙ୍କ ସ୍କ୍ରିନ୍ ପ୍ରେଜେନ୍ସ ଲୋକଙ୍କୁ ପାଗଳ କରୁଛି ।

କ୍ଲିୟର ଟ୍ୟାକ୍ସ ଅନୁସାରେ, ୨୦୨୩-୨୪ ତୁଳନାରେ ବିଗ୍ ବିଙ୍ଗ ଟ୍ୟାକ୍ସ ୬୯ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୫ ମାର୍ଚ୍ଚରେ ଅମିତାଭ ୫୨.୫ କୋଟି ଟଙ୍କା ଟ୍ୟାକ୍ସ ଦେଇଥିଲେ । ଏହା ସହ ଅମିତାଭ ବଚ୍ଚନ ଶାହରୁଖ ଖାନଙ୍କୁ ଟପି ଯାଇଛନ୍ତି । ଶାହରୁଖ ଖାନ ୨୦୨୩-୨୪ରେ ସର୍ବାଧିକ ୯୨ କୋଟି ଟଙ୍କା ଟ୍ୟାକ୍ସ ଦେଇଥିଲେ ।