ବନ୍ଦ କୋଠରୀରେ ମ୍ୟାଜିସିଆନଙ୍କ ମୃତଦେହ, କବାଟ ଭାଙ୍ଗି ହେଲା ଉଦ୍ଧାର

Published By : Prameya-News7 Bureau | August 24, 2025 IST

ଜଳେଶ୍ବର ୨୪।୮: ବନ୍ଦ କୋଠରୀରେ ମୃତଦେହ । କୋଠରୀ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭିତରପଟୁ କୋଠରୀଟି ବନ୍ଦ ଥିବା ବେଳେ ବାହାରୁଥିବା ପଚା ଗନ୍ଧ । କବାଟ ଭାଙ୍ଗି ଉଦ୍ଧାର କରାଗଲା ମୃତଦେହ । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ବାଳିଆପାଟି ଛକ ନିକଟରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ହସିନପୁର ଗ୍ରାମର ସନ୍ୟାସୀ ଜେନା ପେଶାରେ ଜଣେ ମ୍ୟାଜିସିଆନ । ସେ ବିଭିନ୍ନ ସ୍ଥାନରେ ମ୍ୟାଜିକ ଦେଖାନ୍ତି । ସନ୍ୟାସୀ ଜେନାଙ୍କ ଘରେ ସ୍ତ୍ରୀ ଓ ପିଲାମାନେ ରହୁଥିଲା ବେଳେ ସେ ଦୀର୍ଘ ୧୦ ବର୍ଷ ହେବ ଘରକୁ ନଯାଇ ଏକାକୀ ଭଡ଼ା ଘରେ ଭଡାରେ ରହି ଆସୁଥିଲେ । ତେବେ ଉକ୍ତ ଘର ଭିତର ପଟୁ ତାଲା ବନ୍ଦ ଥିଲା ବେଳେ ଭିତରୁ ଗନ୍ଧ ବାହାରୁ ଥିବାରୁ ରାସ୍ତାରେ ଯାତାୟତ କରୁଥିବା ଲୋକ ଜାଣିପାରି ସିଂଲା ପୋଲିସକୁ ଖବର ଦେଇଥିଲେ । ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘରର କବାଟ ଭାଙ୍ଗିଥିଲେ । ଘର ଭିତରେ ସନ୍ୟାସୀ ଜେନାଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ପାଇଥିଲେ । ସିଂଲା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । କାହିଁକି ସେ ଆତ୍ମହତ୍ୟା କଲେ ତାହା ତଦନ୍ତ ପରେ ସ୍ପଷ୍ଟ ।

You Can Read:

ଅନଲାଇନ୍ ମନି ଗେମ୍ ଆପ୍ ଜରିଆରେ ୨୦କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗ : କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା ହାତରେ ତଦନ୍ତ ଭାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.