ଲିଙ୍ଗରାଜ ମନ୍ଦିରରେ ମହିଳା ଭକ୍ତ ଅସୁସ୍ଥ, ଧାଡ଼ି ଦର୍ଶନକୁ ନେଇ ଅସନ୍ତୋଷ

NEWS7
the-impact-of-climate-change-is-also-falling-on-the-animal-world-experts-expressed-concern

ଭୁବନେଶ୍ୱର ୧୫।୦୨ : ଲିଙ୍ଗରାଜ ମନ୍ଦିରରେ ଅସନ୍ତୋଷ । ଲିଙ୍ଗରାଜ ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଖାସ୍ କରି ଭିଆଇପି ଦର୍ଶନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଭକ୍ତ ।

ଏ ଖବର ବି ପଢନ୍ତୁ:- ସୁରୁଖୁରୁରେ ଚାଲଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି, ପାସ୍ ବିଭ୍ରାଟ ଆଦୌ ହୋଇନି

ରବିବାର ସକାଳ । ଜାଗର ପାଇଁ ରାଜ୍ୟର ସାରା ଶୈବପୀଠ ଚଳଚଞ୍ଚଳ । ଏହିକ୍ରମରେ ଲିଙ୍ଗରାଜ ମନ୍ଦିରରେ ଚାଲିଥିଲା ଦର୍ଶନ । ହେଲେ ଭିଆଇପିଙ୍କ ଦର୍ଶନ ପାଇଁ ହୋଇଥିବା ଲାଇନ୍‌ରେ ଜଣେ ମହିଳା ଭକ୍ତ ପ୍ରବେଶ କରିଥିଲେ । ଯାହାକୁ ନେଇ ସେଠାରେ ଉପସ୍ଥିତ ଥିବା ଲୋକେ ଏବଂ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା । କିଛି ସମୟରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ସେପଟେ ଧାଡ଼ି ଦର୍ଶନରେ ଯାଉଥିବା ବେଳେ ଘଟିଲା ଅଘଟଣ । ଜଣେ ମହିଳା ଭକ୍ତ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ । ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହେବା ଲାଗି ମହିଳା ଜଣଙ୍କ ଅସୁସ୍ଥ ହୋଇଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏ ଖବର ବି ପଢନ୍ତୁ:- ଅଭିଷେକ ଇନ୍, କୁଲଦୀପଙ୍କ ଜବରଦସ୍ତ ଏଣ୍ଟ୍ରି, ଭାରତର ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ