ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସାମିଲ ହେବ ୧୪ ପଞ୍ଚାୟତର ୩୪ଟି ଗାଁ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ

NEWS7
the-guest-chair-was-broken-on-the-live-tv-show-pakistan

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ (BeMC) ଅଞ୍ଚଳରେ ସାମିଲ ହେବ ୧୪ଟି ପଞ୍ଚାୟତର ୩୪ଟି ଗାଁ। ଏନେଇ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୌଣସି ଆପତ୍ତି, ଅଭିଯୋଗ ଓ ପରାମର୍ଶ ବିଜ୍ଞପ୍ତି ପ୍ରକାଶ ହେବାର ୩୦ଦିନ ଭିତରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କିମ୍ବା ଜିଲ୍ଲା ମାଜିଷ୍ଟ୍ରେଟ ଗଞ୍ଜାମଙ୍କ ଜରିଆରେ ଜଣାଇପାରିବେ ବୋଲି ଆହ୍ୱାନ କରିଛନ୍ତି।

ସୂଚାଥାଉକି, ଗତ ୧୭ ତାରିଖରେ ବ୍ରହ୍ମପୁର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗ୍ରେଟର ବ୍ରହ୍ମପୁର ନେଇ ଘୋଷଣା କରିଥିଲେ। ତେବେ ଏବେ ଏହା ସତ ହୋଇଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା।

୨୦୦୮ ମସିହାରେ ବ୍ରହ୍ମପୁର ମହାନଗର ନିଗମ ଘୋଷଣା କରାଯାଇଥିବା ବେଳେ ମହାନଗର ଆଖପାଖ ଅଞ୍ଚଳକୁ ଏପର୍ଯ୍ୟନ୍ତ ସାମିଲ କରାଯାଇନଥିଲା। କିନ୍ତୁ ବର୍ତ୍ତମାନର ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୪ଟି ପଞ୍ଚାୟତର ୩୪ଟି ଗାଁକୁ ମହାନଗର ଅଞ୍ଚଳରେ ସମ୍ମିଶ୍ରଣ ନେଇ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା।