ଜୁନ୍ ୧୫ରୁ ୨୦ ଭିତରେ ଆସିବ ଅବକାରୀ ନୀତି, ୪ ଜଣିଆ କମିଟି ଗଠନ

Published By : Prameya-News7 Bureau | May 23, 2025 IST

ଭୁବନେଶ୍ବର ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ନୂଆ ଅବକାରୀ ନୀତି । ଆସନ୍ତା ଜୁନ୍ ୧୫ରୁ ୨୦ ମଧ୍ୟରେ ଆସିବ ଅବକାରୀ ନୀତି । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହଛନ୍ତି, ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ନୂଆ ଅବକାରୀ ନୀତି । ୩ ବର୍ଷିଆ ପଲିସି ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ୪ ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟି ବିଭିନ୍ନ ରାଜ୍ୟ ଗସ୍ତ କରି ରିପୋର୍ଟ ଦେବେ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସରିଛି ବୈଠକ । ସଚିବଙ୍କ ନେତୃତ୍ବରେ ଏକ୍‌ ଟିମ୍‌ ଆନ୍ଧ୍ରପ୍ରଦେଶ ଯିବେ । ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟକୁ ଯାଇ ଅନୁଧ୍ୟାନ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ପୂର୍ବ ସରକାର ଲାଗୁ କରିଥିବା ଅବକାରୀ ନୀତି ପ୍ରଚଳନ ହେଉଛି । ଗତ ମାର୍ଚ୍ଚ ମାସରେ ପୁରୁଣା ଅବକାରୀ ନୀତିକୁ ଆଉ ମାସକୁ ବୃଦ୍ଧି କରାଯାଇଥିଲା । ଏହା ଭିତରେ ୨ ମାସ ବିତିଗଲାଣି । ହେଲେ ସରକାର ଏପର୍ଯ୍ୟନ୍ତ ନୂଆ ଅବକାରୀ ନୀତି ଲାଗୁ କରିନାହାନ୍ତି ।

You Can Read:

ଆସନ୍ତା ମେ’ ୩୧ରୁ ଜୁନ୍ ୨୬ ପାଳନ ହେବ ନିଶା ନିବାରଣ କାର୍ଯ୍ୟକ୍ରମ, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.