ପ୍ରକାଶ ପାଇଲାନି ୧୧୮୫ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ, ଆମରଣ ଅନଶନରେ ବସିଲେ

Published By : Prameya-News7 Bureau | May 24, 2025 IST

ପଦ୍ମପୁର ୨୪।୫: ପ୍ରକାଶ ପାଇଲାନି ୧୧୮୫ ପିଲାଙ୍କ ଭାଗ୍ୟର ଫଳାଫଳ । ଆମରଣ ଅନଶନରେ ୯ ଜଣ ଛାତ୍ରଛାତ୍ରୀ ଏବଂ ଆନ୍ଦୋଳନରେ ବସିଲେ ଶହ ଶହ ଛାତ୍ରଛାତ୍ରୀ ।

ସୂଚନାଯୋଗ୍ୟ ଯେ, ସିବିଏସଇ ଦ୍ଵାରା ପରିଚାଳିତ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ଫଳାଫଳ ଗତ ୧୩ ତାରିଖ ଦିନ ପ୍ରକାଶ ପାଇଥିଲା । ହେଲେ ପଦ୍ମପୁର ଉପଖଣ୍ଡର ୬ଟି ବିଦ୍ୟାଳୟର ୧୧୮୫ ପିଲାଙ୍କ ପରୀକ୍ଷା ଫଳାଫଳ ଆଜି ଯାଏଁ ପ୍ରକାଶ ପାଇନାହିଁ । ଅନ୍ୟପଟେ ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ ନାମଲେଖା ପାଇଁ ଅନଲାଇନ ଆବେଦନ ଆରମ୍ଭ ହୋଇସାରିଛି । ପରୀକ୍ଷା ଫଳ ପ୍ରକାଶ କରିନଥିବା ୧୧୮୫ ପିଲାଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ଦ୍ଵନ୍ଦ୍ବରେ ଛାତ୍ରଛାତ୍ରୀ ଓ ଅଭିଭାବକ । ଦୀର୍ଘ ଦିନ ଅପେକ୍ଷା ପରେ ଶହ ଶହ ଛାତ୍ରଛାତ୍ରୀ ଓ ଅଭିଭାବକ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରୁଛନ୍ତି । ଏଥିରେ ଦୁଇଟି ଘରୋଇ ବିଦ୍ୟାଳୟ ରହିଥିବା ବେଳେ ୪ଟି ଆଦର୍ଶ ବିଦ୍ୟାଳୟ ରହିଛି ।  

ପଦ୍ମପୁର ଆଦର୍ଶ ବିଦ୍ୟାଳୟର ୧୧୬ ଜଣ, ଗାଇସିଲାଟ ଆଦର୍ଶ ବିଦ୍ୟାଳୟର ୧୫୮ ଜଣ, ପାଇକମାଲ ଆଦର୍ଶ ବିଦ୍ୟାଳୟର ୯୮ ଜଣ, ସୋହେଲା ଆଦର୍ଶ ବିଦ୍ୟାଳୟର ୮୩ ଜଣ, ପଦ୍ମପୁର ପବ୍ଲିକ ସ୍କୁଲର ୪୯୪ ଜଣ ଓ ଜେନିଥ ଲାୟନ୍ସ ଗୁରୁକୁଳ ପଦ୍ମପୁରର ୨୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଫଳରୁ ବଞ୍ଚିତ ଅଛନ୍ତି  । ଆଉ କିଛି ଦିନ ପରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ପାଇଁ ନାମଲେଖା ଆରମ୍ଭ ହେବ, ହେଲେ ଏବେ ଯାଏଁ ଏହି ପିଲା ମାନଙ୍କ ପରୀକ୍ଷା ଫଳ ପ୍ରକାଶିତ ନହେବା ଅଭିଭାବକ ମାନଙ୍କ ଚିନ୍ତାର ବିଷୟ ପାଲଟିଛି  ।

ଆମରଣ ଅନଶନରେ ବସିଥିବା ୯ ଜଣ ଛାତ୍ରଛାତ୍ରୀ ଏବଂ ଆନ୍ଦୋଳନରେ ବସିଲେ ଶହ ଶହ ଛାତ୍ରଛାତ୍ରୀ ମାନଙ୍କୁ ଭେଟିବା ପାଇଁ ପଦ୍ମପୁର ବିଧାୟିକା ପହଞ୍ଚି ତାଙ୍କ ସହିତ ସଭାସ୍ଥଳରେ ବସିଥିଲେ ଓ ତାଙ୍କର ପୂର୍ଣ୍ଣ ସମର୍ଥନ ଜଣାଇଥିଲେ । ପରୀକ୍ଷା ଫଳ ଏତେଦିନ ହେଲା ନବାହାରିବା ଏକ ନିନ୍ଦାର ବିଷୟ ବୋଲି କହିଥିଲେ ଏବଂ ନା ପ୍ରଶାସନ ନା ସରକାର ଏହି ବିଷୟରେ ଦେଉଛନ୍ତି ବୋଲି ଅଭିଯୋଗ କରିବା ସହିତ ମୁଁ ନିଜେ ବିଭିନ୍ନ ସରକାରୀ ଅଧିକାରୀ ସହିତ ସମାଧାନ ପାଇଁ ଚର୍ଚ୍ଚା କରିଥିଲି ହେଲେ ସେମାନେ ମଧ୍ୟ ଏହାକୁ ଖାମଖିଆଲି ଭାବରେ ନେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଡବଲ ଇଞ୍ଜିନ ସରକାର ଡବଲ ଧୋକା ଦେଇଛି ଓ କାହା ଚାପରେ ପରୀକ୍ଷା ଫଳ ବାହାରୁ ନାହିଁ ବୋଲି ଅଭିଯୋଗ କରିଛନ୍ତି । 

You Can Read:

ବିଲରେ ପଥର ବ୍ଲାଷ୍ଟିଂ ବେଳେ ଅଘଟଣ, ହାତରେ ବୋମା ଫାଟି ଯୁବକ ଗୁରୁତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.