ଓଡ଼ିଶା ବନ୍ଦର ପ୍ରଭାବ : ଶୌଚଠୁ ଆରମ୍ଭ କରି ଗାଧୋଇବା ଓ ଖାଇବାରେ ହଇରାଣ ତୀର୍ଥଯାତ୍ରୀ, ଅଟକିଲେ ଏନ୍‌ଏଚ୍ଏଆଇ ଅଧିକାରୀ

Published By : Prameya-News7 Bureau | July 17, 2025 IST

ଭଦ୍ରକ ୧୭୭: ଫକୀରମୋହନ କଲେ ଛାତ୍ରୀଙ୍କ ମୃତ୍ୟୁ ପରେ କଂଗ୍ରେସ ଦଳ ପକ୍ଷରୁ ଓଡ଼ିଶା ବନ୍ଦ ଘୋଷଣା କରାଯାଇଛି । ଏହି ବନ୍ଦ ଡାକରାର ପ୍ରଭାବ ଭଦ୍ରକରେ ଦେଖିବା ପାଇଁ ମିଳିଛି । ଦୋକାନ ବଜାର ବନ୍ଦ ରହିଛି । କଂଗ୍ରେସ ସହ ବିଭିନ୍ନ ବାମପନ୍ଥୀ ଦଳ, କେତେକ ମହିଳା ସଂଗଠନ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକ ଓ ଭଦ୍ରକ ସହରର ପ୍ରମୁଖ ସ୍ଥାନ ଗୁଡିକରେ ବନ୍ଦ ପାଳନ ହେଉଛି । ୧୬ ନମ୍ୱର ଜାତୀୟ ରାଜପଥରେ ବହୁ ସଂଖ୍ୟକ ଗାଡ଼ି ଅଟକି ରହିଛି ।

ବନ୍ଦ ପାଳନ ବେଳେ ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ମଧ୍ୟ ଛାଡିଲେ ନାହିଁ ଆନ୍ଦୋଳନକାରୀ । ମହିଳା ମାନେ ଗାଡ଼ି ଅଟକାଇବା ସହ ପ୍ରଶ୍ନ ପରେ ପ୍ରଶ୍ନ କରିଥିଲେ । ଅଧିକାରୀ ଜଣକ ବହୁ ସମୟ ଧରି ଅଟକି ରହିଥିଲେ । ତେବେ ଫକୀରମୋହନ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ସେ ମଧ୍ୟ ନିନ୍ଦା କରିଛନ୍ତି । କହିଛନ୍ତି ଗାଡ଼ି ନ ଛାଡିଲେ ସେ ଫୋନ୍ ଯୋଗେ କାମ କରିବେ । 

ଓଡ଼ିଶା ବନ୍ଦ ପାଳନ ବେଳେ ରାସ୍ତାରେ ଫସିଛନ୍ତି ତୀର୍ଥଯାତ୍ରୀ ଦଳ । ଗ୍ୱାଲିୟରରୁ ଆସିଥିବା ତୀର୍ଥ ଯାତ୍ରୀ ୧୬ ନମ୍ୱର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ ଅଟକି ରହିଛନ୍ତି । ବନ୍ଦ ବିଷୟରେ ପୂର୍ବରୁ ଅବଗତ ନଥିବା କହିଛନ୍ତି । ବନ୍ଦ ପାଇଁ ସେମାନେ ଶୌଚ ଠାରୁ ଆରମ୍ଭ କରି ଗାଧୋଇବା ଓ ଖାଇବାରେ ହଇରାଣ ହେଉଥିବା କହିଛନ୍ତି ।

You Can Read:

ଟ୍ରଲିକୁ ଧକ୍କା ଦେଲା ପାସେଞ୍ଜର ଟ୍ରେନ୍ : ଶ୍ରମିକ ମୃତ, ଦୁଇ ଆହତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.