ଭାଲେଣ୍ଟାଇନ୍ ଡେ’ରେ ବିବାହ କରିବେ ମୃଣାଳ ! ୱେଡିଂକୁ ନେଇ କଲେ ଖୁଲାସା

NEWS7
the-dog-kept-awake-all-night-and-looked-at-the-owner-the-owner-was-shaken

ମୁମ୍ବାଇ, ୧୨୦୨ : ଆଜିକାଲି ବେଶ ଚର୍ଚ୍ଚାରେ ରହୁଛନ୍ତି ଅଭିନେତ୍ରୀ ମୃନାଲ ଠାକୁର । ତାଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଗୁଜବ ଶୁଣିବାକୁ ମିଳୁଛି । ତାମିଲ ଷ୍ଟାର ଧନୁଷଙ୍କ ସହ ତାଙ୍କ ନାମକୁ ମଧ୍ୟ ଯୋଡ଼ା ଯାଉଛି । କୁହାଯାଉଛି କି, ଉଭୟ ବିବାହ ବନ୍ଧନରେ ବାନ୍ଧିହେବେ । ତେବେ ଏହି ଚର୍ଚ୍ଚା ଭିତରେ ମୃନାଲ ଏବେ ନିଜ ଫିଲ୍ମ ‘ଦୋ ଦିଓ୍ବାନେ ସହର ମେଁ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ।

ଏହି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଥିବା ମୃନାଲ ନିକଟରେ ଏକ ଜାତୀୟ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟାରେ ବାହାଘର ଗୁଜବ ସମ୍ପର୍କରେ ମୁହଁ ଖୋଲିଛନ୍ତି । ତାଙ୍କୁ ପଚରା ଯାଇଥିଲା କି, ବାସ୍ତବ ଜୀବନରେ ଆପଣଙ୍କ ପରିବାର ଲୋକେ ବାହାଘର ପାଇଁ ପ୍ରେସର କରୁଛନ୍ତି କି ? ଉତ୍ତରରେ ମଜାଳିଆ ଢ଼ଙ୍ଗରେ କହିଥିଲେ କି, ମୁଁ କାଲି ବାପାଙ୍କୁ କହିଥିଲି କି ମୋ ପାଇଁ ଗୋଟେ ଭଲ ପୁଅ ଦେଖ । ସେ କହିଥିଲେ ମୋ ନଜରରେ ସେମତି ଭଲ ପୁଅ କେହି ନାହାନ୍ତି । ଏବେ କୁହନ୍ତୁ ମୁଁ କଣ କରିପାରିବି । ଏହାସହ କହିଲେ କି, ମୋ ପାଇଁ ବ୍ୟକ୍ତିଗତ ଜୀବନ ସହ କ୍ୟାରିୟର ବହୁତ ଗୁରୁତ୍ବ ବହନ କରୁଛି । ସେ ମଜାରେ କହିଥିଲେ କି, ଆଜି ମୋର ହଳଦୀ, କାଲି ମେହେନ୍ଦୀ ଆଉ ଭାଲେଣ୍ଟାଇନ୍ ଡେ’ରେ ବାହାଘର ।

ତେବେ ଏହି ସମୟରେ ଅଭିନେତା ସିଦ୍ଧାର୍ଥ ଚତୁର୍ବଦେୀ ପାଖରେ ରହିଥିଲେ । ସେ ସାଙ୍ଗେ ସାଙ୍ଗେ ହସି ଉତ୍ତର ଦେଇଥିଲେ କି, ଯଦି ଏମିତି ହେବ ତାହେଲେ ଫେବୃଆରୀ ୧୪ ତାରିଖରେ ପୁଅମାନେ ମୃନାଲଙ୍କ ଘର ଆଗରେ ଧାଡ଼ି ଲମ୍ବାଇବେ । ଏହାପରେ ମୃନାଲ କହିଥିଲେ କି, ଯଦି କେହି ଏହାକୁ ସତ ବୋଲି ଭାବନ୍ତି ତାହେଲେ ସେମାନଙ୍କ ପାଇଁ ଏହା ଏପ୍ରିଲ୍ ଫୁଲ୍ । ତେବେ ଅନେକ କଳାକାର ନିଜର ବ୍ୟକ୍ତିଗତ ଜୀବନକୁ ଲୁଚାଇ ରଖୁଥିବାବେଳେ ମୃନାଲ କିଛି ନିଆରା । ସେ ସମସ୍ତ କଥା ଫ୍ୟାନ୍ସ ଆଗରେ ଜଣାଇଥାନ୍ତି । ଇଣ୍ଟରିୟୁ ସମୟରେ କହିଥିଲେ କି, ମୋ ମନର ମଣିଷ ଆଉ ପ୍ରକୃତ ପ୍ରେମ ମିଳିଲେ ଆପଣଙ୍କୁ ଜଣାଇବି । ମୁଁ ଲୁଚାଇବାକୁ ଚେଷ୍ଟା କରିବିନି ବରଂ ଗର୍ବରେ ସମସ୍ତଙ୍କୁ ଜଣାଇବି ।