କେନ୍ଦ୍ରାପଡ଼ା ୭।୭: ତୁଳସୀ କ୍ଷେତ୍ରରେ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥ ସୋମବାର ସନ୍ଧ୍ୟା ପ୍ରାୟ ୫ଟାରେ ବଡ ଦେଉଳ ନିକଟରେ ପହଞ୍ଚିଲା l ବାହୁଡାର ତୃତୀୟ ଦିନରେ ଚକଡାରେ ଲାଗିଲା ବ୍ରହ୍ମ ତାଳଧ୍ୱଜ l ବାରମ୍ବାର ରଥ ବାମମୋଡ ନେବାରୁ ରଥଟଣା ବିଳମ୍ବ ହେଲା l ତେବେ ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ରଥକୁ ମାଉସୀ ମା’ ମନ୍ଦିର ନିକଟରୁ ବଡ଼ ଦେଉଳ ଅଭିମୁଖେ ଟାଣି ଆଣିଲେ l
ପରମ୍ପରା ଅନୁଯାୟୀ ସୋମବାର ଶ୍ରୀଜୀଉ ରଥ ଉପରେ ରହିବେ l ମଙ୍ଗଳବାର ସ୍ନାନ, ସକାଳ ଧୂପ ଇତ୍ୟାଦି ପରେ ମହାପ୍ରଭୁଙ୍କର ରଘୁନାଥଜୀଉ ବେଶ ଅନୁଷ୍ଠିତ ହେବ l ସନ୍ଧ୍ୟାରେ ଅଧରପଣା ନୀତି ପରେ ତିନି ଦିଅଁ ବଡ ଦେଉଳକୁ ବିଜେ କରିବେ l
ତୁଳସୀ କ୍ଷେତ୍ରରେ ରଥଟଣାରେ ବିଭ୍ରାଟ l ରବିବାର ବାହୁଡାର ଦ୍ଵିତୀୟ ଦିନରେ ମଧ୍ୟ ବ୍ରହ୍ମ ତାଳଧ୍ଵଜ ବଡ଼ଦେଉଳରେ ପହଞ୍ଚି ପାରିନାହିଁ l ରଥ ବାରମ୍ବାର ବାମ ମୋଡ ନେବାରୁ ରଥଟଣା ବାଧାପ୍ରାପ୍ତ ହୋଇଛି l
You Can Read:
ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ପର୍ଯ୍ୟଟକଙ୍କ ଗାଡ଼ି : ଉଦ୍ଧାରକାରୀ ଯୁବକଙ୍କ ମୃତ୍ୟୁ, ୬ ପର୍ଯ୍ୟଟକ ଗୁରୁତର