LIVE TV

ଅଭାବନୀୟ ! ପୁଅର ଟାଙ୍ଗିଆ ମାଡ଼ରେ ବାପାର ମୃତ୍ୟୁ : ଛାତି, ହାତ ଓ ଜଙ୍ଘରେ ଲାଗିଛି ଗଭୀର ଆଘାତ

NEWS7
the-body-of-the-minor-boy-was-found-after-missing-from-3rd-november-in-rourkela

ଉମରକୋଟ ୧୦: ପୁଅର ଟାଙ୍ଗିଆ ମାଡ଼ରେ ବୃଦ୍ଧ ବାପାର ମୃତ୍ୟୁ । ଏହିଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମେରକୋଟ ବ୍ଲକ ବଡ଼ବାସିନୀ ଗ୍ରାମରେ । ପୁଅ ବିଶ୍ୱନାଥ ରଜଗଣ୍ଡ ନିଜ ୮୦ବର୍ଷ ବୟସ୍କ ବୃଦ୍ଧ ବାପା ସାଧୁ ରାଜଗଣ୍ଡଙ୍କୁ ଶୋଇଥିବା ସମୟରେ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଛି । ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଓ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସେମଳା ପଞ୍ଚାୟତ ଅଧୀନରେ ଥିବା ବଡ଼ବାସିନୀ ଗ୍ରାମର ସାଧୁ ରାଜଗଣ୍ଡ ଘରେ ଶୋଇଥିବା ସମୟରେ ପୁଅ ବିଶ୍ଵନାଥ ରାଜଗଣ୍ଡ ଏକ ଟାଙ୍ଗିଆରେ ତାଙ୍କ ଛାତି, ହାତ ଓ ଜଙ୍ଘରେ ଆକ୍ରମଣ କରି ଲହୁଲୁହାଣ କରିଥିଲା ଏହି ସମୟରେ ବାପା ସାଧୁ ଚିତ୍କାର କରିବାରୁ ଘଟଣାସ୍ଥଳରୁ ପୁଅ ଫେରାର ହୋଇ ଯାଇଥିଲା । ବାପାଙ୍କୁ ଆକ୍ରମଣ ହୋଇଥିବା ଖବର ପାଇ ଝିଅ ଲକ୍ଷ୍ମୀ ଦୁରୁଆ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବାପାଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଭର୍ତ୍ତି କରିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସାଧୁ ରାଜଗଣ୍ଡଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହ ସହ ଜମିଜମା ବିବାଦ ନେଇ ହତ୍ୟା ହୋଇଥିବା ଚର୍ଚ୍ଚା ହେଉଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ଟିମ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ କରିବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।