ବିଜେପି ନେତାଙ୍କୁ ନେଇ ମିଛ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | April 02, 2024 IST

ନୂଆଦିଲ୍ଲୀ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବିରୋଧରେ ବେଙ୍ଗାଲୁରୁ ପୋଲିସ ମାମଲା ରୁଜୁ କରିଛି । ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବିଜେପି ନେତାଙ୍କୁ ନେଇ ମିଛ ଏବଂ ଉତ୍ତେଜନା ସୃଷ୍ଟିକାରୀ ଭିଡିଓ ପୋଷ୍ଟ କରିଥିବା ଅଭିଯୋଗ ହୋଇଛି । 

ପଢନ୍ତୁ: ୨ ଜିଲ୍ଲାପାଳ ଏବଂ ୫ ଏସପିଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

ବିଜେପି ନେତା ଯୋଗେନ୍ଦ୍ର ହୋଡ଼ାଘାତଙ୍କ ଅଭିଯୋଗ ପରେ ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଫର୍ ପିପୁଲ୍ ରିପ୍ରେଜେନଟେଟିଭସଙ୍କ ନିର୍ଦ୍ଦେଶ ଆଧାରରେ ପୋଲିସ ମାମଲା ରୁଜୁ କରିଛି । ଡିକେ ଶିବକୁମାର ଏବଂ କଂଗ୍ରେସ ମିଡିଆ ସେଲ୍ ମୁଖ୍ୟ ବିଆର ନାଇଡୁଙ୍କ ନାଁ ମାମଲା ରୁଜୁ କରାଯାଇଛି । ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଇପିସିର ଧାରା ୧୫୩ଏ, ୫୦୪, ୫୦୬ ଏବଂ ୪୬୪ରେ କେସ୍ ପଞ୍ଜିକୃତ କରାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.