ନୂଆଁଖାଇ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି, ମା’ ସମଲେଇଙ୍କ ମନ୍ଦିରକୁ ଆସିଲା ନୂଆ ଧାନ

Published By : Prameya-News7 Bureau | August 24, 2025 IST

ସମ୍ବଲପୁର ୨୪।୮: ନୂଆଁଖାଇ ପାଇଁ ମା’ ସମଲେଇଙ୍କ ମନ୍ଦିରକୁ ଆସିଲା ନୂଆ ଧାନ । ଚଳିତ ଅଗଷ୍ଟ ମାସ ୨୮ ତାରିଖରେ ନୂଆଁଖାଇ ପର୍ବ ପାଳନ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ଇଷ୍ଟ ଦେବୀ ମା’ ସମଲେଶ୍ବରୀଙ୍କ ଠାରେ ଦିନ ୧୦ଟା ୩୩ମିନିଟ୍‌ରୁ ୧୦ଟା ୫୫ ମିନିଟ୍ ମଧ୍ୟରେ ଲାଗି ହେବ ନବାନ୍ନ । ନୂଆଁଖାଇରେ ସବୁ ନୂଆ ହେଉଥିବା ବେଳେ ନୂଆ ଧାନ ବେଶୀ ଆବଶ୍ୟକ ହୋଇଥାଏ । ଏହି ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ଇଷ୍ଟ ଦେବୀଙ୍କ ଠାରେ ଅର୍ପଣ କରିବାର ବିଧି ରହିଛି । ଇଷ୍ଟ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିରକୁ ନୂଆଁଖାଇ ପାଇଁ ଶନିବାର ଆସିଛି ନୂଆ ଧାନ । 

୬୦ ଦିନରେ ଅମଳ ହେଉଥିବା ଏହି ଧାନକୁ କ୍ଷତରେ ପୂଜାର୍ଚ୍ଚନା କରି କାଟିବା ପରେ ମା' ସମଲେଶ୍ବରୀଙ୍କ ମନ୍ଦିରକୁ ଆସି ମୁଖ୍ୟ ପୂଜକଙ୍କୁ ଅର୍ପଣ କରିଥିଲେ ବଲବସପୁରର ଚାଷୀ ସୁବାସ ବେହେରା । ଚାଷୀ ସୁବାସ ବେହେରା କହିଛନ୍ତି, ‘ମା’ ସମଲେଶ୍ବରୀଙ୍କୁ ବର୍ଷର ପ୍ରଥମ ଉତ୍ପାଦିତ ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ଅର୍ପଣ କରିବାର ବିଧି ରହିଛି । ସେଥିପାଇଁ ବହୁତ ବର୍ଷ ହେବ ମା’ ସମଲେଶ୍ବରୀଙ୍କ ପାଖରେ ନୂଆ ଧାନ ଦେଇ ଆସୁଛି । ପୂଜକ ଅମ୍ବିକା ରାୟଙ୍କ ଅନୁଯାୟୀ, ଗଣପର୍ବ ନୂଆଁଖାଇରେ ସବୁ ନୂଆ ହେଉଥିବା ବେଳେ ନୂଆ ଧାନର ଆବଶ୍ୟକତା ସବୁଠୁ ଅଧିକ । ବର୍ଷର ପ୍ରଥମ ଉତ୍ପାଦିତ ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ନୂଆଁଖାଇରେ ଇଷ୍ଟ ଦେବୀଙ୍କ ଠାରେ ଲାଗି କରାଯାଏ ।

You Can Read:

ପାଣି ଆଣିବାକୁ ଯାଉଥିବା ବେଳେ କାନ୍ଥ ପଡି ମହିଳାଙ୍କ ମୃତ୍ୟୁ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.