IMF ପରେ Moodys ମଧ୍ୟ ମାନିଲା, ବଢାଇଲା ଭାରତର GDP ଅନୁମାନ

NEWS7
the-announcement-of-pm-dhan-dhanya-krishi-yojana

ନୂଆଦିଲ୍ଲୀ ୧୯।୧: ରେଟିଂ ଏଜେନ୍ସୀ ‘ମୁଡିଜ୍’ ଜାରି ଆର୍ଥିକ ବର୍ଷ ନିମନ୍ତେ ଭାରତର ଆର୍ଥିକ ବୃଦ୍ଧି ହାର ୭.୩% ରହିବ ବୋଲି ଆକଳନ କରିଛି। ଏଣୁ ମଜଭୁତ ଆର୍ଥିକ ବିସ୍ତାର ଯୋଗୁ ହାରାହାରି ଘରୋଇ ଆୟକୁ ସମର୍ଥନ ମିଳିବ ଓ ବୀମାର ଚାହିଦା ବଢିବ ବୋଲି ଅନୁମାନ କରାଯାଉଛି। ଭାରତର ବୀମା କ୍ଷେତ୍ର ଉପରେ ଜାରି ନିଜ ରିପୋର୍ଟରେ ମୁଡିଜ୍ କହିଛି ଯେ ଉଦ୍ୟୋଗକୁ ପ୍ରିମିୟମରେ ନିରନ୍ତର ବୃଦ୍ଧିର ସମ୍ଭାବନା ରହିଛି, ଯାହା ମଜଭୁତ ଆର୍ଥିକ ବିସ୍ତାର, ବଢୁଥିବା ଡିଜିଟାଲିକରଣ, କର ପରିବର୍ତ୍ତନ ଓ ସରକାରୀ ମାଲିକାନାଧୀନ ବୀମା କ୍ଷେତ୍ରରେ ପ୍ରସ୍ତାବିତ ସୁଧାର ଦ୍ୱାରା ପ୍ରେରିତ ହେବ ବୋଲି ଆକଳନ କରାଯାଉଛି।

ଏହା ଦ୍ୱାରା ଏବେ ଦୁର୍ବଳ ଅନୁଭବ କରୁଥିବା ଉଦ୍ୟୋଗର ଲାଭରେ ସୁଧାର ଆସିବ। ମୁଡିଜ କହିଛି ଯେ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ଅର୍ଥ ବ୍ୟବସ୍ଥା ୭.୩% ହାରରେ ଅଭିବୃଦ୍ଧି କରିବ, ଯାହା ପିଛିଲା ଆର୍ଥିକ ବର୍ଷରେ ୬.୫%ରୁ ଅଧିକ ଥିଲା। ଏଥିରେ ଲୋକଙ୍କ ହାରାହାରି ଆୟରେ ବୃଦ୍ଧି ହେବା ସହ ବୀମା ଚାହିଦାକୁ ସମର୍ଥନ ମିଳିବ। ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରତି ବ୍ୟକ୍ତି ଜିଡିପି ବାର୍ଷିକ ଆଧାରରେ ୮.୨% ବଢି ୧୧,୧୭୬ ଡଲାରକୁ ପହଞ୍ଚିଥିଲା। ଏହି ସମୟରେ ମୋଟ ଜିଡିପି ବୃଦ୍ଧି ହାର ୬.୫% ରେକର୍ଡ ହୋଇଥିଲା।

ମୁଡିଜ ଅନୁସାରେ ଭାରତର ଦୃଢ ଆର୍ଥିକ ଅଭିବୃଦ୍ଧି ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ୮ ମାସ (ଏପ୍ରିଲ-ନଭେମ୍ବର)ରେ ମୋଟ ବୀମା ପ୍ରିମିୟମ ଆୟ ୧୭% ବଢି ୧୦.୯ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଥିଲା। ଏହି ସମୟରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମରେ ୧୪%ଓ ଜୀବନ ବୀମା ନୂଆ ପ୍ରପୋଜାଲ ପ୍ରିମିୟମରେ ୨୦% ଅଭିବୃଦ୍ଧି ରେକର୍ଡ ହୋଇଥିଲା। ଏହି ବୃଦ୍ଧି ୨୦୨୪-୨୫ ତୁଳନାରେ ଢେର ଅଧିକ ଥିଲା। ଏହି ସମୟରେ ମୋଟ ପ୍ରିମିୟମ ୭% ବଢି ୧୧.୯ଲକ୍ଷ କୋଟି ଟଙ୍କା ହୋଇଥିଲା।

ରେଟିଂ ଏଜେନ୍ସୀ କହିଛି ଯେ ପ୍ରିମିୟମ ଆୟରେ ବୃଦ୍ଧି ଭାରତୀୟ ଉପଭୋକ୍ତାଙ୍କ ମଧ୍ୟରେ ରିସ୍କ ପ୍ରତି ବଢୁଥିବା ସଚେତନତା ଓ ଦେଶର ଅର୍ଥ ବ୍ୟବସ୍ଥାରେ ହେଉଥିବା ଲଗାତାର ଡିଜିଟାଲିକରଣକୁ ମଧ୍ୟ ଦର୍ଶାଉଛି। ଡିଜିଟାଲକରଣ ଯୋଗୁ ବୀମା ଉତ୍ପାଦର ବିତରଣ ଅଧିକ ସୁଗମ ହେଉଛି। ଏହା ବୀମା ନିୟାମକଙ୍କ ୨୦୪୭ ସୁଦ୍ଧା ସମସ୍ତଙ୍କ ବୀମା ଲକ୍ଷ୍ୟ ଅନୁରୂପ ବୋଲି କୁହାଯାଇଛି।