‘ଗିରଫ ପରେ ଜନ୍ମ ହୋଇଥିଲା ଝିଅ ... ବାପାର ସ୍ନେହ ମିଳିଲା ନାହିଁ ' : ମୁମ୍ୱାଇ ଟ୍ରେନ୍‌ ବ୍ଲାଷ୍ଟ କେସ୍‌ରେ ନିର୍ଦ୍ଦୋଷରେ ଖଲାସ ଅଭିଯୁକ୍ତଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | July 21, 2025 IST

ନୂଆଦିଲ୍ଲୀ - ୨୦୦୬ରେ ହୋଇଥିବା ମୁମ୍ୱାଇ ଲୋକାଲ ଟ୍ରେନ ବ୍ଲାଷ୍ଟ କେସରେ ହାଇକୋର୍ଟ ଆଜି ଐତିହାସିକ ରାୟ ଶୁଣାଇଛନ୍ତି। ସବୁ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଅଭିଯୋଗକାରୀ ପକ୍ଷ ନିଜର ଅଭିଯୋଗ ପ୍ରମାଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ ଏବଂ ଏହା ବିଶ୍ୱାସ କରିବା ମୁସ୍କିଲ ଯେ, ଅଭିଯୁକ୍ତମାନେ ହିଁ ଏହି ଅପରାଧ କରିଥିଲେ। ଏହି ମାମଲାରେ ହାଇକୋର୍ଟ ଟ୍ରାୟଲ କୋର୍ଟଙ୍କ ପକ୍ଷକୁ ଦୋଷୀ ସାବ୍ୟସ୍ତ କରାଯାଇ ଥିବା ୧୨ରୁ ୧୧ ଜଣ ଅଭିଯୁକ୍ତଙ୍କୁ ସବୁ ଅଭିଯୋଗରୁ ନିର୍ଦ୍ଦୋଷରେ ଖଲାସ କରିଦିଆ ଯାଇଛି, ଏପରିକି ଜଣେ ଅଭିଯୁକ୍ତର ଅପିଲ ବିଚାରାଧୀନ ବେଳେ ମୃତ୍ୟୁ ହୋଇଥିଲା।

ଏହି ରାୟ ପରେ ଅଭିଯୁକ୍ତ ଓ ତାଙ୍କ ପରିବାର ନିଜର ଯନ୍ତ୍ରଣା ସେୟାର କରିଛନ୍ତି। ଡାକ୍ତର ତନବୀର ଅନସାରୀଙ୍କ ଭାଇ କହିଛନ୍ତି , ଆମକୁ ପ୍ରଥମ ଦିନରୁ ହିଁ ଜଣା ଥିଲା ଯେ, ଏହି କେସ୍‌ ମିଛ। ଯେବେ ତାଙ୍କୁ ଗିରଫ କରାଗଲା , ଏହି ସମୟରେ ସେ ହସ୍ପିଟାଲରେ ଡ୍ୟୁଟିରେ ଥିଲେ। ନା ସେ ଘଟଣାସ୍ଥଳରେ ଥିଲେ ନା ହିଁ ତାଙ୍କ ଫୋନରୁ କିଛି ମିଳିଲା। ଆମର ବିଶ୍ୱାସ ଥିଲା ଯେ, ଦିନେ ନ୍ୟାୟ ନିଶ୍ଚୟ ମିଳିବ। କିନ୍ତୁ ଏହି ଆଘାତରେ ଆମେ ନିଜର ବାପାଙ୍କୁ ହରାଇ ଦେଲୁ। 

ଜମିର ଅହମ୍ମଦ ଶେଖ୍‌ଙ୍କ ବଡ଼ ଭାଇ କୋର୍ଟର ବାହାରେ କହିଛନ୍ତି , ପ୍ରସିକ୍ୟୁସନ କହିଛନ୍ତି ଯେ, ମୋ ଭାଇ SIMI ସହ ସଂପୃକ୍ତ ଥିଲେ ଏବଂ ସେ ପାକିସ୍ତାନୀଙ୍କ ସଂପର୍କରେ ଥିଲେ ,ଯାହାକି ଏସବୁ ମନଗଢା ଥିଲା। ତାଙ୍କ ଠାରୁ ଜବରଦସ୍ତ ସ୍ୱୀକାରୋକ୍ତି  ନିଆଯାଇ ଥିଲା, ଧମକା ଯାଇଥିବା ଯେ ଯଦି ସେ ଦସ୍ତଖତ ନକରନ୍ତି ତ ପୂରା ପରିବାକୁ ଫସାଇ ଦେବୁ।

ମାମଲାରେ ପୂର୍ବରୁ ନିର୍ଦ୍ଦୋଷରେ ଖଲାସ ହୋଇସାରି ଥିବା ୱାହିଦ ଶେଖ ( ଯିଏ ଏବେ ଜେଲ୍ ସଂସ୍କାର ପାଇଁ କାମ କରନ୍ତି ) କହିଥିଲେ , ଆମେ ପ୍ରଥମ ଦିନରୁ କହିଛୁ କି, ଏହି କେସ୍‌ ଭୁଲ୍। ରାୟ ବିଳମ୍ୱରେ ଆସିଲା , କିନ୍ତୁ ଆସିଲା। ଯଦି ସରକାର ସୁପ୍ରିମକୋର୍ଟକୁ ଯାଆନ୍ତି ତ, ଆମେ ନିଶ୍ଚିତ ଯେ ସତ୍ୟର ପୁଣି ଥରେ ବିଜୟ ହେବ।" 

ମହମ୍ମଦ ସାଜିଦ୍ ଅନସାରୀ ( ଯାହାଙ୍କୁ ୨୦୧୫ରେ ଆଜୀବନ କାରାଦଣ୍ଡ ଦିଆ ଯାଇଥିଲା ଏବଂ ଏବେ ନିର୍ଦ୍ଦୋଷରେ ଖଲାସ କରିଦିଆ ଯାଇଛି,) କହିଛନ୍ତି- ମୁଁ ଇଲେକ୍ଟ୍ରୋନିକ୍ସ ଇଂଜିନିୟର ଥିଲି। ଏଟିଏସ୍‌କୁ କେହି ଏମିତି ବ୍ୟକ୍ତି ଆବଶ୍ୟକ ଥିଲା , ଯାହାଙ୍କୁ ଟେକ୍ନିକାଲି ଭାବେ କେସ୍‌ରେ ଫସା ଯାଇ ପାରିବ। ମୋ ଉପରେ ସିମିର ଆଉ ଦୁଇ କେସ୍‌ ଥିଲା , ଯେଉଁଥିରୁ ମୁଁ ପୂର୍ବରୁ ନିର୍ଦ୍ଦୋଷରେ ଖଲାସ ହୋଇ ସାରିଛି ଏବଂ ଏବେ ଏହି କେସ୍‌ରୁ ମଧ୍ୟ। ମୋ ଝିଅ ମୋ ଗିରଫଦାରୀର ତିନି ମାସ ପରେ ଜନ୍ମ ହୋଇଥିଲା। ତାକୁ କେବେ ବାପାର ସ୍ନେହ ମିଳିଲା ନାହିଁ। ମୁଁ ଏବେ ଲ’ ପଢୁଛି। ମୁଁ ବ୍ଲାଷ୍ଟ ପୀଡ଼ିତଙ୍କୁ କହିବାକୁ ଚାହୁଁଛି ଯେ , ଆମେ ବି ପୀଡ଼ିତ – ମିଛ କେସର ଶିକାର ।

୨୦୦୬ ମୁମ୍ୱାଇ ଟ୍ରେନ୍‌ ବିସ୍ଫୋରଣ କେସ୍‌ – 

୧୧ଜୁଲାଇ ୨୦୦୬ : ୭ଟି ବୋମା ଧମାକା ମୁମ୍ୱାଇର ଲୋକାଲ ଟ୍ରେନରେ ହୋଇଥିଲା, ୧୮୭ଜଣ ଲୋକଙ୍କ ମୃତ୍ୟୁ, ୮୨୪ ଆହତ। 

ଜୁଲାଇ-ଅଗଷ୍ଟ ୨୦୦୬ : ୧୩ ଲୋକଙ୍କ ଗିରଫଦାରୀ 

୩୦ ନଭେମ୍ୱର ୨୦୦୬ : ୩୦ ଲୋକଙ୍କ ବିରୋଧରେ ଚାର୍ଜସିଟ ଦାଖଲ , ଯେଉଁଥିରେ ୧୩ ପାକିସ୍ତାନୀ ନାଗରିକ ମଧ୍ୟ ସାମିଲ। 

୨୦୦୭ : ଟ୍ରାୟଲ ଆରମ୍ଭ ।

ସେପ୍ଟେମ୍ୱର ୨୦୧୫ : ୧୨ ଲୋକଙ୍କୁ ଦୋଷୀ ସାବ୍ୟସ୍ତ, ୫ ଜଣଙ୍କୁ ଫାଶୀ , ୭ଜଣଙ୍କୁ ଆଜୀବନ ସଜା ।

୨୦୨୪ : ହାଇକୋର୍ଟ କେସ୍‌ର ଶୁଣାଣି କଲେ । 

୨୧ ଜୁଲାଇ ୨୦୨୫ : ସବୁ ୧୧ ଜଣ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, କୋର୍ଟ କହିଲେ – ଅଭିଯୋଗକାରୀ ପକ୍ଷ ଅଭିଯୋଗ ସାବ୍ୟସ୍ତ କରିବାରେ ଅସଫଳ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.