ବିଲେଇ ପାଇଁ କୋର୍ଟରେ କେସ୍ କଲେ ବ୍ୟକ୍ତି, ପଡୋଶୀଙ୍କ ବିରୋଧରେ ଲଣ୍ଡନ ବ୍ୟକ୍ତିଙ୍କ ଅଜବ ମାମଲା

NEWS7
the-48th-meeting-of-the-gst-council-will-be-held-on-17th-december

ଲଣ୍ଡନ, ୨୫/୧୨: ବିଲେଇ ପାଇଁ କୋର୍ଟ ଗଲେ ବ୍ୟକ୍ତି । ବିଲେଇର ଆଚରଣ ପାଇଁ ମାଲିକ ଏବେ ହାଇକୋର୍ଟରେ। ଏପରି ଏକ ଘଟଣା ସାମ୍ନାକୁ ଆସିଛି ଲଣ୍ଡନରେ । ଏଠାରେ ଜଣେ ବ୍ୟକ୍ତି ନିଜ ପଡୋଶୀଙ୍କ ବିଲେଇ ବିରୋଧରେ କେସ୍ କରିଛନ୍ତି । ଯେଉଁଥିପାଇଁ ପଡୋଶୀଙ୍କୁ କୋର୍ଟର ଦୁଆର ଦେଖିବାକୁ ପଡିଛି ।

ମିଡିଆ ରିପୋର୍ଟ ଅନୁସାରେ, ଲଣ୍ଡନରେ ରୁହନ୍ତି ରିଚାର୍ଡ ଓ୍ୱିଲିୟମସନ୍ । ତାଙ୍କ ପଡୋଶୀ ହେଲେ ସୁଜାନେ ପାରସନ୍ । ରିଚାର୍ଡଙ୍କ ଘରେ ଏକ ବିରାଟ ବଗିଚା ରହିଛି । ଯେଉଁଠାରେ ସେ ଗଛପତ୍ର ଲଗାନ୍ତି । ଏଠାରେ ତାଙ୍କ ସନ୍ତାନମାନେ ମଧ୍ୟ ଚଲାବୁଲା କରିବା ସହ ଖେଳିଥାନ୍ତି । କିନ୍ତୁ ଏଠାକୁ ରିଚାର୍ଡଙ୍କ ଦୁଇଟି ବିଲେଇ ଆସି ମଳତ୍ୟାଗ କରିବା ସହ ମାଟିକୁ ଖୋଳି ଦେଉଛନ୍ତି । ଯାହା ଓ୍ୱିଲିୟମସନଙ୍କ ସନ୍ତାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ତେଣୁ ହାଇକୋର୍ଟରେ ସେ ରିଚାର୍ଡଙ୍କ ଦୁଇ ବିଲେଇଙ୍କ ଚଳପ୍ରଚଳ ଉପରେ ରୋକ୍ ଲଗାଇବାକୁ ଅପିଲ କରିଛନ୍ତି ।

କୋର୍ଟ ରିପୋର୍ଟ ଅନୁସାରେ, ଜଣେ ବ୍ୟକ୍ତି ତାଙ୍କ ପଡୋଶୀଙ୍କ ବିଲେଇ ବିରୋଧରେ ଅଭିଯୋଗ କରିଛନ୍ତି । ବିଲେଇମାନେ କିପରି ତାଙ୍କ ଘର ଏବଂ ବଗିଚାରେ ପ୍ରବେଶ କରି ମଳତ୍ୟାଗ କରିଛନ୍ତି ତାହା ସେ ଆବେଦନରେ ଦର୍ଶାଇଛନ୍ତି । ଦୀର୍ଘଦିନ ହେବ ବିଲେଇର କାର୍ଯ୍ୟକଳାପରେ ଆବେଦନକାରୀ ଅତିଷ୍ଠ ହୋଇଯାଇଥିଲେ । ବିଲେଇକୁ ସେ ବଗିଚାରୁ ବାହାର କରିବା ପାଇଁ ଅନେକ ପ୍ରୟାସ କରିଛନ୍ତି । ଏପରିକି ପୋଷା ବିଲେଇର ମାଲିକଙ୍କୁ ମଧ୍ୟ ଏନେଇ କହିଛନ୍ତି । କିନ୍ତୁ କିଛି ଲାଭ ହୋଇନାହିଁ ।

ଖାଲି ଏତିକି ନୁହେଁ ବିଲେଇମାନେ ମଳତ୍ୟାଗ କରୁଥିବାର ଭିଡିଓ ମଧ୍ୟ ଓ୍ୱିଲିୟମସନ୍ କୋର୍ଟରେ ଦାଖଲ କରିଛନ୍ତି । ଏକ ଇମେଲ ଯୋଗେ ସେ ସମସ୍ତ ତଥ୍ୟ ଏବଂ ପ୍ରମାଣ ଦାଖଲ କରିଛନ୍ତି । ବିଲେଇମାନେ ପ୍ରତି ସପ୍ତାହରେ ବଗିଚାକୁ ଆସି ଅପରିଷ୍କାର କରିଥାନ୍ତି । ଯାହାର ସିସିଟିଭି ଫୁଟେଜ ରହିଛି । ଏହି ପ୍ରମାଣ ପର୍ଯ୍ୟାପ୍ତ । ପ୍ରମାଣ ଆଧାରରେ ବିଲେଇଙ୍କ ବଗିଚା ପ୍ରବେଶ ଉପରେ ବ୍ୟାନ୍ ଲଗାଇବା ପାଇଁ ହାଇକୋର୍ଟଙ୍କୁ ସେ ଅନୁରୋଧ କରିଛନ୍ତି ।