ନୂଆଦିଲ୍ଲୀ: ଆସନ୍ତା ମାସ ମୁମ୍ବାଇରେ ନିଜ ଶୋ ରୁମ୍ ଖୋଲି ଇଲେକ୍ଟ୍ରିକ କାର୍ ବିକ୍ରି କରିବା ଆରମ୍ଭ କରି ଟେସ୍ଲା। ୟୁରୋପ ଓ ଚୀନରେ କାର ବିକ୍ରି କମିଯିବା ପରେ ଏବେ ବିଶ୍ୱର ତୃତୀୟ ବଡ଼ ଅଟୋମୋବାଇଲ୍ ମାର୍କେଟ୍ ଭାରତରେ ନିଜର ଭାଗ୍ୟ କରିବ ଏଲନ ମସ୍କଙ୍କ କମ୍ପାନୀ ଟେସଲା। ଏନେଇ ବ୍ଲୁମବର୍ଗ ନ୍ୟୁଜ୍ରେ ଖବର ପ୍ରକାଶ ପାଇଛି। ତେବେ ମୁମ୍ବାଇ ଶୋ ରୁମ୍ରେ ଚୀନରୁ ତିଆରି ହୋଇ ଆସିଥିବା କାର୍ ବିକ୍ରି କରାଯିବ ବୋଲି ସୂଚନା ମିଳିଛି।
କମ୍ପାନୀ ପ୍ରଥମେ ମୁମ୍ବାଇରେ ଶୋ ରୁମ ଖୋଲିବ ପରେ ଦିଲ୍ଲୀରେ ଖୋଲିବ ବୋଲି କୁହାଯାଉଛି। ବ୍ଲୁମବର୍ଗର ରିପୋର୍ଟ ଅନୁସାରେ ଏଥିପାଇଁ ଟେସ୍ଲା ଆମେରିକା, ଚୀନ ଓ ନେଦରଲ୍ୟାଣ୍ଡରୁ ସୁପରଚାର୍ଜର କମ୍ପୋନେଣ୍ଟ, କାର ସାମଗ୍ରୀ ଓସ୍ପେୟାର ପାର୍ଟସ୍ ଆଦି ଆମଦାନୀ କରିଛି। ଘଟଣା ସହ ପରିଚିତ ଜଣେ ଅଧିକାରୀ ବ୍ଲୁମବର୍ଗଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କମ୍ପାନୀ ଚୀନରୁ ବିଶ୍ୱରେ ବହୁଳ ବିକ୍ରି ହେଉଥିବା ଲୋକପ୍ରିୟ ୱାଇ ମଡେଲ ରିୟର ହୁଇଲ ଏୟସୁଭି କାର୍କୁ ଆମଦାନୀ କରି ସାରିଛି।
ପଢ଼ନ୍ତୁ- ଶସ୍ତା ହେଲା ବିଶ୍ୱର ପ୍ରଥମ ସିଏନ୍ଜି ବାଇକ୍: ଅଫର କେବଳ ସୀମିତ ସମୟ ପାଇଁ
ସ୍ଥାନୀୟ ଉତ୍ପାଦନ ଓ ଅଧିକ ଶୁଳ୍କ ନେଇ ଟେସଲା ଓ ଭାରତ ସରକାରଙ୍କ ମଧ୍ୟରେ ଅଚଳାବସ୍ଥା ଲାଗି ରହିଥିଲା। ହେଲେ ଫେବୃଆରୀରେ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ଟେସଲାର ଭାରତ ଏଣ୍ଟ୍ରି ସଫଳ ହୋଇଛି।
ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ୫ଟି ମଡେଲ୍ Y କାର ଟେସଲାର ସାଂଘାଇ କାରଖାନାରୁ ମୁମ୍ବାଇରେ ଆସି ପହଞ୍ଚିଛି। ଏହି ଯାନଗୁଡ଼ିକର ମୂଲ୍ୟ ୨.୭୭ ମିଲିଅନ ଟଙ୍କା (୩୧,୯୮୮ ଡଲାର) ଘୋଷଣା କରାଯାଇଥିଲା ଏବଂ ଏଥିରୁ ୨୧ ନିୟୁତ ଟଙ୍କାରୁ ଅଧିକ ଆମଦାନୀ ଶୁଳ୍କ ଆଦାୟ କରାଯାଇଥିଲା। ବ୍ଲୁମବର୍ଗ ନ୍ୟୁଜ୍ ତଥ୍ୟା ଯାଞ୍ଚ କରିବା ପରେ ଏହି ରିପୋର୍ଟ ପ୍ରକାଶ କରିଛି।
ଅପରିଚିତ ଅଧିକାରୀଙ୍କ କହିବା ଅନୁସାରେ, ଟେସଲା ୱାଇ ମଡେଲ କାର୍କୁ ଭାରତରେ ଶୁଳ୍କ ଓ ବିମାନ ବ୍ୟତତୀ ୫୬ ହଜାର ଡଲାରରେ ବିକ୍ରି କରିପାରେ। ତେବେ ଟେସଲା ଏହାର ମାର୍ଜିନ୍ ଏବଂ ସ୍ଥିତି ରଣନୀତି ଆଧାରରେ ଚୂଡ଼ାନ୍ତ ମୂଲ୍ୟ ନିର୍ଦ୍ଧାରଣ କରିବ। ଏହି ସମାନ କାର୍ର ଦାମ ଆମେରିକାରେ ୪୪,୯୯୦ ଡଲାରରେ ବିକ୍ରି ହେଉଛି। ଟ୍ୟାକ୍ସ ପରେ ଏହାର ମୂଲ୍ୟ ୩୭,୪୯୦ ଡାଲାରରେ ବିକ୍ରି କରାଯାଉଛି।