ଶସ୍ତା ହେଲା ବିଶ୍ୱର ପ୍ରଥମ ସିଏନ୍‌ଜି ବାଇକ୍: ଅଫର କେବଳ ସୀମିତ ସମୟ ପାଇଁ

Published By : Prameya-News7 Bureau | June 20, 2025 IST

ନୂଆଦିଲ୍ଲୀ: Bajaj Auto ନିକଟରେ ଲଞ୍ଚ କରିଥିବା Freedom 125 CNG ମୋଟରସାଇକେଲ ଉପରେ ₹ ୫,୦୦୦ ର ରିହାତି ଘୋଷଣା କରିଛି। ଅର୍ଥାତ୍, ବର୍ତ୍ତମାନ ଏହି ବାଇକ୍‌ର ନୂଆ ରେଞ୍ଜ୍‌ ୮୫,୯୭୬ ଟଙ୍କା (ଏକ୍ସ-ଶୋରୁମ୍) ରୁ ଆରମ୍ଭ ହେଉଛି। କମ୍ପାନୀ ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ସୂଚନା ଦେଇଛି। ଏହି ରିହାତି କେବଳ ମୂଳ ଭାରିଆଣ୍ଟ ଅର୍ଥାତ୍ NG04 ଡ୍ରମ୍ ଭାରିଆଣ୍ଟ ଉପରେ ରହିବ। ତେବେ କମ୍ପାନୀ ପକ୍ଷରୁ ଏହି ଅଫର ସୀମିତ ସମୟ ପାଇଁ ଦିଆଯାଇଛି। 

ବାଜାଜ୍ ଫ୍ରିଡମ୍ ୧୨୫ ହେଉଛି ଦେଶର ପ୍ରଥମ CNG ଚାଳିତ ମୋଟରସାଇକେଲ୍, ଯେଉଁଥିରେ ୧୨୫ ସିସି ପେଟ୍ରୋଲ୍ ଇଞ୍ଜିନ୍ ଅଛି। ଏଥିରେ ୨ କିଲୋଗ୍ରାମ୍ CNG ଟ୍ୟାଙ୍କ୍ ଏବଂ ୨ ଲିଟର ପେଟ୍ରୋଲ୍ ଟ୍ୟାଙ୍କ୍ ଦିଆଯାଇଛି। ଫଳରେ ଏହି ବାଇକ୍‌ର ଅନ୍ୟ ୧୨୫ ସିସି ବାଇକ୍ ତୁଳନାରେ ଟିକିଏ ଓଜନିଆ ରହିଛି। ସିଏନ୍‌ଜି ବାଇକ୍‌ରେ ଦିଆଯାଇଥିବା ଇଞ୍ଜିନ୍ ୯.୪ bhp ପାୱାର ଏବଂ ୯.୭ Nm ଟର୍କ ଜେନେରେଟ୍ କରେ।

କମ୍ପାନୀର କହିବା ଅନୁଯାୟୀ, ଏହି ବାଇକ୍ ଅନ୍ୟ ୧୨୫ ସିସି ପେଟ୍ରୋଲ୍ ବାଇକ୍ ତୁଳନାରେ ପ୍ରାୟ ୫୦ ପ୍ରତିଶତ ଇନ୍ଧନ ଖର୍ଚ୍ଚ କମ୍‌ କରେ। ଫ୍ରିଡମ୍ ୧୨୫ର ମାଇଲେଜ୍ ଦେଖିଲେ ଏହା ଏକ କେଜି CNGରେ ୧୦୨ କିଲୋମିଟର ମାଇଲେଜ୍ ଦେଉଥିବା ବେଳେ ଏକ ଲିଟର ପେଟ୍ରୋଲ୍‌ରେ ୬୪ କିଲୋମିଟର ମାଇଲେଜ୍‌ ଦେଉଛି। ଟାଙ୍କି ଫୁଲ୍ କଲେ ଏହି ବାଇକ୍ CNGରେ ୨୦୦ କିଲୋମିଟର ଏବଂ ପେଟ୍ରୋଲ୍‌ରେ ୧୩୦ କିଲୋମିଟର ଯାତ୍ରା କରିପାରିବ। ମୋଟ ୩୩୦ କିଲୋମିଟର ରେଞ୍ଜ୍ ଦେଉଛି।

ଡିଜାଇନ୍ ବିଷୟରେ କହିବାକୁ ଗଲେ, ଏଥିରେ ଏକ ହରିଜୋଣ୍ଟାଲ୍ ଇଞ୍ଜିନ୍, ଟ୍ରେଲିସ୍ ଫ୍ରେମ୍ ଏବଂ ସିଟ୍ ତଳେ ସିଏନ୍‌ଜି ସିଲିଣ୍ଡର ଦିଆଯାଇଛି। ଏହା ବ୍ୟତୀତ, ଏଥିରେ ଏଲଇଡି ହେଡଲାଇଟ୍, ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫର୍କ ଏବଂ ରିୟର ମୋନୋଲିଙ୍କ୍ ସସପେନସନ୍ ଦିଆଯାଇଛି। ଟପ୍ ଭାରିଆଣ୍ଟରେ ବ୍ଲୁଟୁଥ୍ ସହିତ ଏକ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କନସୋଲ୍ ରହିଛି। ତଥାପି, ତେବେ ଉଚ୍ଚତା ୮୨୫ ମିମି ଏବଂ ଆରାମଦାୟକ ଦେଖାଯାଉଥିବା ସିଟ୍‌ରେ ଅଣ୍ଡର ଥାଇ ସପୋର୍ଟ ଅଭାବ ରହିଛି। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.