ଭୁବନେଶ୍ୱର, ୦୮/୦୩: ଭୁବନେଶ୍ବର ସହିଦ ନଗରରେ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା । ହୁତୁହୁତୁ ହୋଇ ଜଳିଥିଲା କାରଖାନା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା ।
ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲା ଅଗ୍ନିଶମ ବାହିନୀ । ତେବେ ନିଆଁ ଲାଗିବାର କାରଣ ଜଣାପଡ଼ିନଥିବା ବେଳେ ସ୍ଥାନୀୟ ପରିବେଶ ଧୁଆଁମୟ ହୋଇଯାଇଛି । ସେଠାରେ ଥିବା ସ୍ଥାନୀୟ ବାସିନ୍ଦା ଭୟଭୀତ ଅବସ୍ଥାରେ ରହିଛନ୍ତି ।
ସୂଚନା ଥାଉକି, ସହିଦନଗର ଅଞ୍ଚଳରେ ଥିବା ମିକ୍ସଚର ଫ୍ୟାକ୍ଟ୍ରି ତଥା ଦୋକାନରେ ଶନିବାର ସକାଳୁ ନିଆଁ ଲାଗିଯାଇଥିଲା । ଦେକାନ ଭିତରେ ନିଆଁ ଲାଗିବା କାରଣରୁ ପ୍ରବଳ ମାତ୍ରାରେ ଧୂଆଁ ଉଠିଥିଲା ।
ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଅଗ୍ନିଶନ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନାଶମ ବାହିନୀର ଟିମ୍ ପହଞ୍ଚିଛନ୍ତି । ସେଠାରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା ଜାରି ରଖିଛି । ତେବେ କେଉଁ କାରଣରୁ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି, ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି ।