ତାଞ୍ଜାନିଆରେ ଭୟଙ୍କର ଦୁର୍ଘଟଣା ; ଦୁଇ ବସ୍ ମୁହାଁମୁହିଁ ଧକ୍କାରେ ୩୭ ମୃତ, ୩୦ ଆହତ

Published By : Prameya-News7 Bureau | June 30, 2025 IST

ନୂଆଦିଲ୍ଲୀ ୩୦।୦୬; ଉତ୍ତର ତାଞ୍ଜାନିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶନିବାର ସକାଳେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ନିଆଁ ଲାଗିଯାଇଥିଲା  । ଏହି ଦୁର୍ଘଟଣାରେ ଅତି କମରେ ୩୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ଜଣ ଆହତ ହୋଇଛନ୍ତି। ଏନେଇ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଶନିବାର ସନ୍ଧ୍ୟାରେ କିଲିମାଞ୍ଜାରୋ ଅଞ୍ଚଳର ମୋଶି-ଟାଙ୍ଗା ରାଜପଥ ନିକଟବର୍ତ୍ତୀ ସାବାସାବା ଅଞ୍ଚଳରେ ବସ୍ ମଧ୍ୟରେ ଧକ୍କା ହୋଇଥିଲା।

ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ବସ୍‌ର ଅଧିକାଂଶ ଯାତ୍ରୀ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ତେଣୁ ବସ୍‌ରେ ସାଧାରଣ ଅପେକ୍ଷା ଅଧିକ ଲୋକ ଥିଲେ। ଦୁଇଟି ବସ୍‌ ନିୟନ୍ତ୍ରଣ ହରାଇ ମୁହାଁମୁହିଁ ଧକ୍କା ହୋଇଥିଲେ । ଯାହାଫଳରେ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଯାହାଫଳରେ ଯାତ୍ରୀମାନେ ବାହାରକୁ ବାହାରି ପାରିନଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ତୁରନ୍ତ ଉଦ୍ଧାରକାରୀ ଟିମ୍‌କୁ ଡକାଯାଇଥିଲା। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଥିରୁ ୬ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ତାଞ୍ଜାନିଆର ନାଗରିକ ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ରବିବାର ଘଟଣାରେ କହିଛନ୍ତି ଯେ ଅଧିକ ପୋଡ଼ିଯିବାରୁ ୩୭ ଜଣଙ୍କ ମୃତଦେହ ଚିହ୍ନଟ ହୋଇପାରି ନାହିଁ।

ରାଷ୍ଟ୍ରପତିଙ୍କ ଶୋକ ବାର୍ତ୍ତା

ତାଞ୍ଜାନିଆର ରାଷ୍ଟ୍ରପତି ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ଟ୍ୱିଟର୍‌ରେ ପୋଷ୍ଟ କରିଛନ୍ତି ଯେ ମୁଁ ଶୋକସନ୍ତପ୍ତ ପରିବାର, ଆତ୍ମୀୟ ଏବଂ ବନ୍ଧୁମାନଙ୍କ ପ୍ରତି ମୋର ଗଭୀର ସମବେଦନା ପ୍ରକାଶ କରୁଛି। ଈଶ୍ୱର ଦିବଙ୍ଗତ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କରନ୍ତୁ। ଏହା ସମଗ୍ର ତାଞ୍ଜାନିଆବାସୀଙ୍କ ପାଇଁ ଏକ ଦୁଃଖଦ ଘଟଣା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.