ଯଦି ନେତାନ୍ୟାହୁ ବଞ୍ଚିଛନ୍ତି ତାହେଲେ...ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଇରାନର ଧମକ

NEWS7
tenure-of-odisha-governor-ganeshi-lal-ends-on-monday

ନୂଆଦିଲ୍ଲୀ, ୧୫ /୦୩:ମଧ୍ୟପ୍ରାଚ୍ୟରେ ଘମାଘୋଟ ଲଢେଇ । ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ । ଇରାନର ପାଲଟା ଜବାବ । ଏହା ଭିତରେ ସାମ୍ନାକୁ ଆସୁଛି ନୂଆ ନୂଆ ଖବର । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମୃତ୍ୟୁ ଏବଂ ନିଖୋଜ ଖବରକୁ ନେଇ ହଠାତ ସବୁ ଆଡେ ଚର୍ଚ୍ଚା । ଇସ୍ରାଏଲ ପକ୍ଷରୁ ନେତାନ୍ୟାହୁଙ୍କ ନିଖୋଜ ଖବରକୁ ଖଣ୍ଡନ କରାଯାଇଥିଲେ ମଧ୍ୟ ଟାର୍ଗେଟ୍ କରିଛି ଇରାନ୍ ।

ଇରାନ କହିଛି ଯେ, ନେତାନ୍ୟାହୁ ଜୀବିତ ନା ମୃତ ତାହା କେହି କହୁ ନାହାଁନ୍ତି । ଯଦି ସେ ବଞ୍ଚିଥାନ୍ତି ତେବେ ଇରାନ ତାଙ୍କୁ ହତ୍ୟା କରିବ । ଇସ୍ରାଏଲ ପିଏମଙ୍କୁ ନେଇ ବୁଲୁଥିବା ଅନେକ ଖବର ଭିତରେ ଇରାନ ଏପରି ପ୍ରତିକ୍ରିୟା ଦେଇଛି । ତେବେ ଇସ୍ରାଏଲ ପିଏମଓ ନେତାନ୍ୟାହୁ ସୁସ୍ଥ ଥିବା ଏବଂ ଠିକ୍ ଥିବା ସ୍ପଷ୍ଟ କରିସାରିଛି । ଏହାସହ ସମସ୍ତ ଖବରକୁ ଫେକ୍ କହିଛି ।

ଇରାନ୍ କହିଛି ଯେ, ନେତାନ୍ୟାହୁ ଅନେକ ହତ୍ୟା କରିଛନ୍ତି । ଇରାନର ଅନେକ ଶିଶୁଙ୍କ ସେ ହତ୍ୟାକାରୀ । ଯଦି ଶିଶୁ ହତ୍ୟାକାରୀ ନେତାନ୍ୟାହୁ ବଞ୍ଚିଛନ୍ତି ତାହାଲେ ତାଙ୍କୁ ଛଡାଯିବ ନାହିଁ । ଇରାନ ତାଙ୍କୁ ଖୋଜି ଖୋଜି ହତ୍ୟା କରିବ ।

ଏହି ଖବରଟି ପଢନ୍ତୁ... ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନିଖୋଜ? ଗୁଜବକୁ ଖଣ୍ଡନ କଲା Benjamin Netanyahu ଙ୍କ କାର୍ଯ୍ୟାଳୟ, କହିଲେ “ଏହା ଫେକ୍ ନ୍ୟୁଜ୍”

ଅନ୍ୟ ଦିଗରେ ଇରାନର ନୂଆ ସୁପ୍ରିମ ଲିଡର ମୋଜତବା ଖାମେନିଙ୍କୁ ନେଇ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନୂଆ କଥା କହିଛନ୍ତି । ପ୍ରଥମେ ମୋଜତବାଙ୍କ ଗୋଡ କଟାଯାଇଥିବା ଖବର ଆସିଥିଲା । ଏବେ ଟ୍ରମ୍ପ୍ ଜୁନିଅର ଖାମେନି ଜୀବିତ ନଥିବା କହିଛନ୍ତି । ତାଙ୍କୁ କେଉଁଠି ଦେଖିବାକୁ ମିଳୁନି । ସେ ଖାମେନିଙ୍କ ମୃତ୍ୟୁ ଖବର ଶୁଣିଛନ୍ତି ।

ସୂଚନାଯୋଗ୍ୟ, ଫେବ୍ରୁଆରୀ୨୮ତାରିଖରେ ଇରାନର ଅନେକ ସ୍ଥାନରେ ଆମେରିକା ଏବଂ ଇସ୍ରାଏଲ ଏୟାରଷ୍ଟ୍ରାଇକ୍ କରିଥିଲେ । ଯେଉଁଥିରେ ଇାରନର ସର୍ବୋଚ୍ଚ ନେତା ଆୟତୁଲ୍ଲାହ ଖାମେନିଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ସହ ଇରାନର ଅନେକ ଟପ୍ ନେତା ନିହତ ହୋଇଥିଲେ ।