Hijab controversy: ନୀତୀଶଙ୍କୁ ସମର୍ଥନ କରି ଗିରିରାଜ କହିଲେ, ସେ ମହିଳା ନର୍କକୁ ଯାଆନ୍ତୁ, ମନ୍ତବ୍ୟରେ ତାତିଲେ ଇଲତିଜା ମୁଫ୍‌ତୀ

NEWS7
tension-in-digha-udaipur-after-balasore-admin-pulls-down-plaque-put-up-by-west-bengal

ନୂଆଦିଲ୍ଲୀ: ଏକ ନିଯୁକ୍ତି ପତ୍ର ବଣ୍ଟନ କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜଣେ ମହିଳାଙ୍କ ଚାକିରି ଆଶାୟୀ ମୁହଁରୁ ହିଜାବ ହଟାଇବା ବିବାଦ ଆହୁରି ବଡ଼ ରୂପ ନେଇଛି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ନୀତୀଶଙ୍କୁ ସମର୍ଥନ ଜଣାଇବା ସହିତ ସେ କିଛି ଭୁଲ୍ କରି ନାହାନ୍ତି ବୋଲି କହିଛନ୍ତି।

ଏଏନ୍ଆଇକୁ ପ୍ରତିକ୍ରିୟା ଦେଇ ଗିରିରାଜ କହିଛନ୍ତି “ ନୀତୀଶ କୁମାର କିଛି ଭୁଲ କାମ କରି ନାହାନ୍ତି। ଯଦି କେହି ନିଯୁକ୍ତି ପତ୍ର ନେବାକୁ ଯାଉଛନ୍ତି, ତେବେ ସେ କ’ଣ ତାଙ୍କ ଚେହେରା ଦେଖାଇବେ ନାହିଁ? ଏ କ’ଣ ଇସ୍ଲାମିକ ଦେଶ କି ?” ନୀତୀଶ କୁମାର ଠିକ୍ କରିଛନ୍ତି ବୋଲି ଗିରିରାଜ ଆହୁରି କହିଛନ୍ତି ଯେ ନୀତୀଶ କୁମାର ଜଣେ ଗାର୍ଜନ ହିସାବରେ ଏପରି କରିଛନ୍ତି। ଆପଣ ପାସ୍ପୋର୍ଟ ନେବାକୁ ଗଲା ବେଳେ ଚେହେରା ଦେଖାନ୍ତି କି ନାହିଁ? ଆପଣ ଏୟାରପୋର୍ଟକୁ ଗଲେ ଚେହେରା ଦେଖାଉଛନ୍ତି କି ନାହିଁ। ଲୋକେ ଏଠି ପାକିସ୍ତାନ ଓ ଇଂଲିସ୍ତାନ କଥା କହୁଛନ୍ତି। ଏହା ଭାରତ। ଭାରତରେ ଆଇନର ରାଜ ଚାଲିବ। ନୀତୀଶ କୁମାର ଠିକ୍ କରିଛନ୍ତି ବୋଲି ଗିରିରାଜ କହିଛନ୍ତି।

ଏହାପରେ ରିପୋର୍ଟରମାନେ ଗିରିରାଜଙ୍କୁ ପଚାରିଥିଲେ ଯେ ଉକ୍ତ ମହିଳା ଚାକିରି ପ୍ରତ୍ୟାଖ୍ୟାନ କରିଛନ୍ତି। ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ସେ ପ୍ରତ୍ୟାଖ୍ୟାନ କରନ୍ତୁ କିମ୍ବା ନର୍କକୁ(ଜାହାନ୍ନୁମ) ଜାଆନ୍ତୁ।

ନୀତୀଶ କୁମାରଙ୍କର ଏଭଳି ଆଚରଣକୁ ନେଇ ଦେଶ ବ୍ୟାପୀ ବିରୋଧ ତେଜିଛି। ବିଭିନ୍ନ କ୍ଷେତ୍ରର ଲୋକେ ଏହାକୁ ବିରୋଧ କରିଛନ୍ତି। ବଲିଉଡ୍ର ପ୍ରଖ୍ୟାତ ଲେଖକ ଜାଭେଦ ଅଖତର ନୀତୀଶଙ୍କର ଏଭଳି ଆଚରଣକୁ ଦୃଢ଼ ନିନ୍ଦା କରିବା ସହିତ ନୀତୀଶ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି।

ଅନ୍ୟପଟେ ଗିରିରାଜ ସିଂହଙ୍କ ଏହି ବୟାନକୁ ନେଇ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ନେତ୍ରୀ ଇଲତିଜା ମୁଫତୀ ତୀବ୍ର ଆସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଏକ୍ସରେ ପ୍ରତିକ୍ରିୟା ପୋଷ୍ଟ କରେ ଇଲତିଜା ଲେଖିଛନ୍ତି " ଏହି ବ୍ୟକ୍ତିଙ୍କ ଖରାପ ପାଟି ସଫା କରିବା ପାଇଁ କେବଳ ଫିନାଇଲ ହିଁ କାମରେ ଆସିବ। ଆମର ମୁସଲିମ ମା' ଏବଂ ଭଉଣୀଙ୍କ ହିଜାବ ଏବଂ ନିକାବକୁ ଛୁଇଁବାକୁ ସାହସ କର ନାହିଁ। ନଚେତ୍, ଆମେ ମୁସଲିମ ମହିଳାମାନେ ତୁମକୁ ଏପରି ଏକ ଶିକ୍ଷା ଦେବୁ ଯାହା ତୁମେ ଏବଂ ତୁମ ପରି ଲୋକମାନେ ଜୀବନ ସାରା ମନେ ରଖିବେ।"