ଭିଜିଲାନ୍ସ ଜାଲରେ କୋରାପୁଟ ବନ ବିଭାଗ ଫରେଷ୍ଟର, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍

NEWS7
tension-in-bhubaneswar-padmakesharpur-village

କୋରାପୁଟ ୨୬।୧୨: ଭିଜିଲାନ୍ସ ଜାଲରେ କୋରାପୁଟ ବନ ବିଭାଗ ଫରେଷ୍ଟର । ଭିଜିଲାନ୍ସ ପକ୍ଷରୁ କୋରାପୁଟ ବନ ବିଭାଗ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ୫ଟି ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । କୋରାପୁଟର ବନ ବିଭାଗ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଆସିଥିଲା । ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି । ଭୁବନେଶ୍ୱର, ଜଗତସିଂପୁର ଏବଂ କୋରାପୁଟ ଜିଲ୍ଲାରେ ନିରଞ୍ଜନ ଶତପଥୀ ୫ଟି ଠିକଣାର ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।

ଭୁବନେଶ୍ୱର ଝାରପଡାର ପ୍ଲଟ୍ ନମ୍ବର ୪୦୮/୨୩୯୦/ ୬୩୮୮ରେ ଅବସ୍ଥିତ ଏକ ତିନି ମହଲା କୋଠା, ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁର ଥାନା ଅନ୍ତର୍ଗତ ବିଲା ଗାଁ ପୈତୃକ ଘର, କୋରାପୁଟ ବନ ବିଭାଗ ଅଧିନରେ ଥିବା ସେମିଳିଗୁଡ଼ା ସ୍ଥିତ ସରକାରୀ କ୍ୱାର୍ଟର, ସେମିଳିଗୁଡ଼ା ସ୍ଥିତ ବନ ବିଭାଗ କାର୍ଯ୍ୟାଳୟରେ ଥିବା ତାଙ୍କ ଚାମ୍ବର ରେ ଏକକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।