କଲବଲ କରିବ ତାତି, ସୋମବାର ୪୪ ଡିଗ୍ରୀ ଛୁଇଁପାରେ ପାରଦ

Published By : Prameya-News7 Bureau | June 08, 2025 IST

ଭୁବନେଶ୍ୱର ୦୮।୦୬ : ଆସନ୍ତା ତିନିଦିନରେ ଦିନ ତାପମାତ୍ରା  ୨ରୁ ୩ ଡିଗ୍ରୀ ସେଲସିୟସ୍‌  ବଢ଼ିଯିବ । ୯ ତାରିଖରେ ତାତି ୪୪  ଡିଗ୍ରୀ ଛୁଇଁପାରେ । ଆଗକୁ ଭୀଷଣ ଗ୍ରୀଷ୍ମପ୍ରବାହ ସହିତ ଅସହ୍ୟ ଗରମ  ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି  ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

୯ ତାରିଖ ବା ସୋମବାର  ସୁନ୍ଦରଗଡ଼ ଓ ସୋନପୁର ଓ  ଦେବଗଡ଼ରେ ୪୪ ଡିଗ୍ରୀ, ବରଗଡ଼, ଟିଟିଲାଗଡ଼, ଭବାନୀପାଟଣା, ମାଲକାନଗିରି ଓ ନୟାଗଡ଼ରେ ୪୨ଡିଗ୍ରୀ ଛୁଇଁପାରେ । ୧୦ ତାରିଖରେ ସୁନ୍ଦରଗଡ଼ ଓ ଟିଟିଲାଗଡ଼ରେ ୪୪  ଡିଗ୍ରୀ ଛୁଇଁପାରେ । ସମ୍ବଲପୁର ଓ ବଲାଙ୍ଗିରରେ ୪୩, ଭବାନୀପାଟଣା, ଫୁଲବାଣୀ, ଦେବଗଡ଼, ନୂଆପଡ଼ା ଓ ବୌଦ୍ଧରେ ତାତି ୪୨ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ  ଓ ଗଜପତିରେ ଗରମ ଓ ଗୁଳୁଗୁଳି  ଅନୁଭୂତ ହୋଇପାରେ । ତେବେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଓ  ରାୟଗଡ଼ାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବି ବହିପାରେ ।  

ସୋମବାର (୯ ତାରିଖ)  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ  ଓ ଗଜପତିରେ ଅସହ୍ୟ ଗରମ ଓ  ଗୁଳୁଗୁଳି ହୋଇପାରେ । କିନ୍ତୁ ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ଘଡ଼ଘଡ଼ି ଓ ବର୍ଷା ସହିତ ପବନ ବହିବ ବୋଲି ପୂର୍ବାନୁମାନ ରହିଛି । ୧୦ ଓ ୧୧ ତାରିଖରେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ଶନିବାର ଟିଟିଲାଗଡ଼ରେ  ୧୩ମିମି, ସୁନ୍ଦରଗଡ଼ରେ ୧୧.୬ ଓ ନବରଙ୍ଗପୁରରେ ୫ମିମି ବର୍ଷା ହୋଇଛି ।

  • Weather
  • Weather Forecast
  • Weather update
  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.