ତତଲା କଢେଇରେ ଭାଜି ହେଲା ବିନିକା, ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ଜନଜୀବନ

Published By : Prameya-News7 Bureau | April 19, 2024 IST

ବିନିକା ୧୯/୦୪: ସାରା ଓଡିଶାରେ ଏବେ ଖରା । ତାତି ପାଇଁ ଜଳୁଛି ଗାଁଠୁ ସହର। ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ଜନଜୀବନ । ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ପାରଦ ଉପରମୁହାଁ ହୋଇଥାଏ । ୫ ଦିନ ହେବ ଲଗାତାର ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ସହିତ ଗରମ ପବନ ମଧ୍ୟ ବୋହୁଛି । 

ଯାହାକୁ ନେଇ ଜନସାଧାରଣ ଏବେ ଏକ ପ୍ରକାର ଗରମ ତାୱାରେ ସନ୍ତୁଳି ହେଉଛନ୍ତି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଯାତାୟତ କରୁଥିବା ସମୟରେ ମୁହଁରେ ଝାଞ୍ଜି ପବନ ବୋହୁଥିବାରୁ ଲୋକେ କାମ ନଥିଲେ କେହି ଘରୁ ବାହାରକୁ ବାହାରୁ ନାହାଁନ୍ତି । 

ଏପରିକି ଦିନ ୧୧ ବେଳକୁ ବଜାର ଖାଁ ଖାଁ ହୋଇଯାଉଛି । ଯାତାୟତ କରୁଥିବା ଲୋକେ ଜରୁରୀ କାମ ନଥିଲେ କେହି ବାହରକୁ ବାହାରୁ ନାହାନ୍ତି । ବାହାରକୁ ଆସିଲେ ସାଙ୍ଗରେ ପାଣି ବୋତଲ ନେଇ ଆସୁଛନ୍ତି । ଖରାର ତାତି ପାଇଁ ଲୋକେ ଯାତାୟାତ କରୁଥିବା ସମୟରେ ଗଛ ତଲ କିମ୍ୱା ପାଣି ଦେଖି ଅଟକି ଯାଉଥିବା କହିଛନ୍ତି ପଥଚାରୀ । 

ଦିନ ବେଳା ଅସହ୍ୟ ଗରମ ଖରର ପ୍ରଭାବ ରହିଥିବା ବେଳେ ରାତିରେ ମଧ୍ୟ ବହୁତ ଗୁଳୁଗୁଳି ଗରମ ପାଈଁ ବେଶି କଷ୍ଟ ଦେଉଛି । ଯାତାୟତ କରୁଥିବା ସମୟରେ ଖରା ତାତି ଏପରି ରହିଛି ନିଆଁ ଝାଞ୍ଜି ଦେହରେ ବାଜୁଥିବା ଭଳିଆ ଲାଗୁଥିବା କହିଛନ୍ତି ଅଞ୍ଚଳବାସୀ । ଘରେ ଏପରି ଭାବରେ ଗରମ ହେଉଛି ଘରେ ଲାଗିଥିବା ପଙ୍ଖା କୁଲର ଆଦୌ କାମ ଦେଉନି । ଲୋକେ ଘରେ ଗରମ ଜିନିଷ ଖାଇବାକୁ ପସନ୍ଦ କରୁନାହାଁନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.