ରାଜ୍ୟରେ ବଢ଼ିବ ଦିନ ଓ ରାତି ପାରଦ, ୩ରୁ ୫ ଡିଗ୍ରୀ ବୃଦ୍ଧି ହୋଇପାରେ ଦିନ ତାପମାତ୍ରା

Published By : Prameya-News7 Bureau | March 09, 2025 IST

ଭୁବନେଶ୍ବର: ଦୁଇ ଦିନ ହେବ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଥଲାବେଳେ ଆଗାମୀ ୫ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଫଳରେ ଖରାର ପ୍ରକୋପ କମ୍ ରହିବ। ତାପମାତ୍ରାରେ  ବଡ଼ ବୃଦ୍ଧି ମଧ୍ୟ ହେବ ନାହିଁ ବୋଲି  ବିଭାଗ ପୂର୍ବାନୁମାନ କରିଛି। ଉପକୂଳରୁ ଆଭ୍ୟନ୍ତରୀଣ ୩୮ ଡିଗ୍ରୀ ଭିତରେ ରହିବ ତାପମାତ୍ରା। ହେଲେ ୫ ଦିନ ପରେ ପୁଣି ବଢ଼ିବ ପାରଦ ସ୍ତର। ଆଗାମୀ ୪ ରୁ ୫ ଦିନରେ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ସହ କିଛି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  

ସେପଟେ ଗତ ୨୪ ଘଂଟାରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ବୌଧ ୩୮.୦୦ ଡିଗ୍ରୀ ରେକର୍ଡ ହୋଇଥିବା  ବେଳେ ସର୍ବନିମ୍ନ ୧୩.୦୦ ଫୁଲବାଣୀରେ ରେକର୍ଡ ହୋଇଛି। ଭୁବନେଶ୍ୱର ସର୍ବାଧିକ ୩୫ .4 ଓ କଟକରେ ୩୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି  ।

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଆସନ୍ତା ୧୨ରୁ କଲବଲ କରିବ ତାତି। ବଢ଼ିବ ରାତି ସମେତ ଦିନର ତାପମାତ୍ରା। ୪୦ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁବ ଆଭ୍ୟନ୍ତରୀଣ ସମେତ ଉପକୂଳ ଜିଲ୍ଲାର ତାପମାତ୍ରା। ତେବେ ନୂଆପଡ଼ା, ଭବାନୀପାଟଣା, ସୋନପୁର, ବୌଦ୍ଧ,ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ଖରା ଯୋଗୁ ବିଶେଷ ପ୍ରଭାବିତ ହେବ। ଏହାରି ଭିତରେ କାଳ ବୈଶାଖର ମଧ୍ୟ ସମ୍ଭାବନା ରହିଛି । ଯଦି ବର୍ଷା ହୁଏ ସାମାନ୍ୟ ତାପମାତ୍ରା କମିପାରେ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.