Live Live
LIVE

ଆଗାମୀ ୩ ବର୍ଷ ପାଇଁ ଗୁଗଲ୍ ସିଇଓଙ୍କ ଦରମା ଫିକ୍ସ, ଏତେ ଟଙ୍କା ଆଗରୁ କେହି ପାଇନଥିଲେ

NEWS7
telugu-film-promoter-kp-choudhary-passes-away

ନୂଆଦିଲ୍ଲୀ: ଗୁଗଲ୍ ସିଇଓ ସୁନ୍ଦର ପିଚାଇ ଆଗାମୀ ତିନି ବର୍ଷ ମଧ୍ୟରେ ତାଙ୍କ କମ୍ପାନୀରୁ ମୋଟା ଦରମା ପାଇବାକୁ ଯାଉଛନ୍ତି। ଫାଇନାନ୍ସିଆଲ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ଆଲଫାବେଟ୍ ମାଲିକାନା ଥିବା ଗୁଗଲ୍ ଆଗାମୀ ତିନି ବର୍ଷ ପାଇଁ ସୁନ୍ଦର ପିଚାଇଙ୍କୁ ୬୯୩ ମିଲିୟନ ଡଲାର ବା ପ୍ରାୟ ୬,୩୦୦ କୋଟି ଟଙ୍କା ଦରମା ଦେବ। କିନ୍ତୁ ଏହି ଦରମା ପାଇବାକୁ ହେଲେ ପିଚାଇଙ୍କୁ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପୂରଣ କରିବାକୁ ପଡିବ।

ବାର୍ଷିକ ପ୍ୟାକେଜରେ ବୃଦ୍ଧି ପରେ, ସୁନ୍ଦର ପିଚାଇ ବିଶ୍ୱର ସବୁଠାରୁ ଅଧିକ ଦରମା ପାଉଥିବା ଅଧିକାରୀଙ୍କ ମଧ୍ୟରୁ ଜଣେ ହୋଇଯାଇଛନ୍ତି । ରିପୋର୍ଟ ଅନୁଯାୟୀ, ପ୍ୟାକେଜର ୧୨୬ ନିୟୁତ ଡଲାର, ଦୁଇଟି କିସ୍ତିରେ ବିଭକ୍ତ । ଏହା ପରଫରମାନ୍ସ ଷ୍ଟକ୍ ୟୁନିଟ୍ (PSU) ରୁ ଆସିଥାଏ। ଏହି ଷ୍ଟକ୍ଗୁଡ଼ିକ ଆଲଫାବେଟର ସେୟାରହୋଲ୍ଡର ରିଟର୍ଣ୍ଣ ସୂଚକାଙ୍କ ସହିତ ଜଡିତ ବୋଲି ଜଣାପଡ଼ିଛି। ଯଦି ପିଚାଇ ତାଙ୍କ ଲକ୍ଷ୍ୟ ପୂରଣ କରନ୍ତି, ତେବେ ମୋଟ ପରିମାଣ ୨୫୨ ନିୟୁତ ଡଲାରରେ ପହଞ୍ଚିପାରେ।

ରିପୋର୍ଟ ଅନୁଯାୟୀ, ସୁନ୍ଦର ପିଚାଇଙ୍କ ମୂଳ ଦରମା ୨୦୨୦ ପରଠାରୁ ବାର୍ଷିକ ୨ ନିୟୁତ ଡଲାର (ପ୍ରାୟ ୧୮-୧୯ କୋଟି) ରହିଛି । ସେ କୌଣସି ବାର୍ଷିକ ବୋନସ୍ ପାଉନାହାନ୍ତି। ଷ୍ଟକ୍ ଏବଂ କାର୍ଯ୍ୟଦକ୍ଷତା ଅନୁସାରେ ତାଙ୍କର ଦରମା ଉପର ତଳ ହୋଇଥାଏ । ଆଲଫାବେଟ୍ ପିଚାଇଙ୍କ ପ୍ୟାକେଜର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏହାର ଅନ୍ୟ ୟୁନିଟ୍ ସହିତ ଯୋଡ଼ିଛି । ଯେଉଁଥିରେ କମ୍ପାନୀର ପ୍ରଯୁକ୍ତିବିଦ୍ୟା କମ୍ପାନୀଗୁଡ଼ିକ ଅନ୍ତର୍ଭୁକ୍ତ, ଯେମିତିକି Waymo । ସୁନ୍ଦର ପିଚାଇଙ୍କ ନେତୃତ୍ୱରେ ଯଦି କମ୍ପାନୀ ତାର ସମସ୍ତ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହୁଏ, ତେବେ ସେ ଏହି ପ୍ୟାକେଜ ଅଧୀନରେ କେବଳ ପ୍ରାୟ ୮୨୦ କୋଟି ଟଙ୍କା ପାଇବେ।

ସୁନ୍ଦର ପିଚାଇଙ୍କ ନେତୃତ୍ୱରେ ଗୁଗଲ୍ ପ୍ରଗତି କରୁଛି । ତାଙ୍କୁ ୨୦୧୫ ମସିହାରେ ସିଇଓ ଭାବରେ ନିଯୁକ୍ତ କରାଯାଇଥିଲା। ସେବେଠାରୁ ଗୁଗଲର ବଜାର ପୁଞ୍ଜି ସାତ ଗୁଣ ବୃଦ୍ଧି ପାଇଛି । ଯାହା ୫୩୫ ବିଲିୟନ ଡଲାରରୁ ୩.୬ ଟ୍ରିଲିୟନ ଡଲାର ହୋଇଛି। ସୁନ୍ଦର ପିଚାଇଙ୍କ ବୟସ ୫୩ ବର୍ଷ ଏବଂ ସେ ଭାରତରେ ଜନ୍ମଗ୍ରହଣ କରିଥିଲେ। ପିଚାଇ ୨୦୦୪ ମସିହାରେ ଗୁଗଲରେ ଯୋଗ ଦେଇଥିଲେ। ସେ କ୍ରୋମ୍ ଏବଂ ଆଣ୍ଡ୍ରଏଡ୍ ଓଏସ୍ର ବିକାଶ ପାଇଁ ଜଣାଶୁଣା। ପିଚାଇଙ୍କ ନେତୃତ୍ୱରେ ଗୁଗଲ୍ ଏବେ ଏଆଇ କ୍ଷେତ୍ରରେ ଆଗକୁ ବଢ଼ୁଛି।