ଇରାକ ମୁହାଁ ଇରାନ ନାଗରିକ, ଇଣ୍ଟରନେଟ୍ ଓ ଖାଦ୍ୟ ପାଇଁ ସୀମା ପାର କରୁଛନ୍ତି ଲୋକେ

NEWS7
telangana-cm-revanth-reddy-refuses-100-crore-adani-group-donation

  • ଯୁଦ୍ଧ ଯୋଗୁ ଅତ୍ୟାବଶକୀୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ଲୋକଙ୍କୁ ଗୁରୁତର ପ୍ରଭାବିତ କରିଛି
  • ଇରାନର ଅଧିକାଂଶ ଅଞ୍ଚଳରେ ଇଣ୍ଟେରନେଟ ସେବା ପ୍ରଭାବିତ ହୋଇଛି
  • ରୋଜଗାର ସନ୍ଧାନରେ ଅନେକ ଇରାନୀ ସୀମା ପାର କରି ଇରାକକୁ ଯାଉଛନ୍ତି

ହାଜୀ ଓମେରାନ ୧୬।୩: ଯୁଦ୍ଧ ଯୋଗୁ ୧୬ ଦିନ ହେଲା ବନ୍ଦ ଥିବା ଇରାନ-ଇରାକ ସୀମା ପୁଣି ଖୋଲି ଯାଇଛି। ଏଣୁ ଯୁଦ୍ଧଗ୍ରସ୍ତ ଇରାନୀ ଶସ୍ତା ଖାଦ୍ୟ,ଇଣ୍ଟରନେଟ୍, ପରିଜନଙ୍କ ସହ ସମ୍ପର୍କ କରିବାକୁ ଓ କାମ ଧନ୍ଦା ସନ୍ଧାନରେ ଇରାକ୍ ମୁହାଁଇଛନ୍ତି। ଲଗାତାର ହେଉଥିବା ବିମାନ ଆକ୍ରମଣ ଓ ଖାଦ୍ୟଦ୍ରବ୍ୟର ବଢୁଥିବା ଦାମ ଇରାନରେ ଜୀବନ କଷ୍ଟକର ହୋଇପଡିଛି। ଏଥିରେ ଇରାନର କୁର୍ଦ୍ଦ କ୍ଷେତ୍ରରୁ ମାଲ ବୋଝେଇ ଟ୍ରକ୍ ହାଜି ଓମେରାନ ସୀମା ପାର କରି ଇରାନକୁ ପ୍ରବେଶ କରିବା ଲୋକଙ୍କୁ ଆଶ୍ୱସ୍ତ କରିଛି। ଏହା ଦ୍ୱାରା ଇରାନରେ ବଢୁଥିବା ଖାଦ୍ୟ ଦ୍ରବ୍ୟ ଦର ସାମାନ୍ୟ ହ୍ରାସ ହେବ ବୋଲି ଆଶା କରାଯାଉଛି।

ଆମେରିକା ଓ ଇସ୍ରାଏଲର ଇରାନ ଉପରେ ଆକ୍ରମଣ ପୂର୍ବରୁ ଇରାନୀ ଓ କୁର୍ଦ୍ଦ ଲୋକଙ୍କ ସୀମା ପାର ଯାତାୟାତଜାରି ଥିଲା। ଉଭୟକ୍ଷେତ୍ରର ଲୋକଙ୍କ ମଧ୍ୟରେ ପାରିବାରିକ, ସାଂସ୍କୃତିକ ଓ ଆର୍ଥିକ ସମ୍ପର୍କ ବେଶ୍ ଗଭୀର। ଏହା ଛଡା କ୍ଷେତ୍ରରେ ସୀମା ଖୋଲା ରହିବା ଯୋଗୁ ବାଣିଜ୍ୟ ଓ ଆବାଗମନ ନିୟମିତ ଥିଲା। ଏଣୁ ଯୁଦ୍ଧଗ୍ରସ୍ତ ଇରାନୀୟଙ୍କ ଲାଗି ବାହାର ଦୁନିଆ ସହ ସମ୍ପର୍କ ପାଇଁ ଇରାକର କୁର୍ଦ୍ଦ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି। ତେବେ ଯୁଦ୍ଧ ଆରମ୍ଭ ହୋଇଯିବା ଯୋଗୁ ଏହି କ୍ଷେତ୍ରର ସୀମାକୁ ବନ୍ଦ କରିଦିଆଯାଇଥିଲା।

ଇରାକୀ କୁର୍ଦ୍ଦ ପ୍ରଶାସନ ଦୀର୍ଘ ସମୟରୁ ଇରାନୀ ସମକକ୍ଷଙ୍କ ଦ୍ୱାରା ସୀମା ପୁଣି ଖୋଲିବା ପାଇଁ ଅପେକ୍ଷାରେ ଥିଲେ। ଏଣୁ ସୀମା ଖୋଲିଯିବା ପରେ ଇରାକ ଓ ସୀମାବର୍ତ୍ତି ଇରାନ ଲୋକେ ପୁଣି ସମ୍ପର୍କରେ ଆସିଛନ୍ତି। ଇରାନର ଅଧିକାଂଶ ଅଞ୍ଚଳରେ ଇଣ୍ଟେରନେଟ ସେବା ପ୍ରଭାବିତ ହୋଇଛି। ଏଣୁ ଲୋକେ ସୀମା ଖୋଲିବା ମାତ୍ରେ ଲୋକେ ଇରାକ ସୀମାରେ ଦାଖଲ ହୋଇଛନ୍ତି। ଇରାନ ସିମ କାର୍ଡ ଚଳୁ ନଥିବାରୁ ଲୋକେ ନିଜ ସମ୍ପର୍କୀୟଙ୍କ ସହ ଯୋଗାଯୋଗ ସ୍ଥାପନା ଲାଗି ଇରାକରେ ପହଞ୍ଚି ନୂଆ ସିମ କାର୍ଡ କିଣୁଛନ୍ତି।

ଯୁଦ୍ଧ ଯୋଗୁ ଅତ୍ୟାବଶକୀୟ ସାମଗ୍ରୀ ମୂଲ୍ୟ ବୃଦ୍ଧି ଲୋକଙ୍କୁ ଗୁରୁତର ପ୍ରଭାବିତ କରିଛି। ଏଣୁ ଇରାକ ସୀମାରେ ପ୍ରବେଶ ପରେ ଲୋକେ ଚାଉଳ ଓ ଖାଦ୍ୟ ତୈଳ କ୍ରୟ କରୁଥିବା ଦେଖା ଯାଉଛି, ଯାହା ଇରାକରେ ଅପେକ୍ଷାକୃତ କମ୍ ଦରରେ ମିଳୁଛି। ସେହିପରି ଇରାନରେ ଯୁଦ୍ଧ ଯୋଗୁ କାମଧନ୍ଦା ବନ୍ଦ ହୋଇଯାଇଛି। ଏଣୁ ରୋଜଗାର ସନ୍ଧାନରେ ଅନେକ ଇରାନୀ ସୀମା ପାର କରି ଇରାକକୁ ଯାଉଛନ୍ତି। ସେଠାରେ ନିର୍ମାଣ କାମରେ ନିଯୁକ୍ତି ମିଳିଯିବ ବୋଲି ଅନେକ ଆଶାୟୀ ଅଛନ୍ତି।

ଲଗାତାର ଆକ୍ରମଣ ଯୋଗୁ ଇରାକ ସୀମାରେ ଇରାନ ସୁରକ୍ଷା ଅଧିକାରୀ ରହୁ ନାହାନ୍ତି। ସେମାନେ ଚେକ୍ ପୋଷ୍ଟ ଛାଡି ପଳାଇଛନ୍ତି। ଏପରିକି ଆକ୍ରମଣ ଭୟରେ ସୁରକ୍ଷା ଅଧିକାରୀମାନେ ଗୋଟିଏ ସ୍ଥାନରେ ରହୁ ନାହାନ୍ତି। ସେମାନେ ଦିନରାତି ପାଟ୍ରୋଲିଂ କରୁଛନ୍ତି। ଏହାର ସୁଯୋଗ ନେଇ ଲୋକେ ଉତ୍ତର ଇରାକ ସୀମାକୁ ଅନୁପ୍ରବେଶ କରୁଛନ୍ତି।