ଖୁସିରେ ଲାଗିଗଲା ଯୌତୁକର ଗ୍ରହଣ, ବିଷ ଦେଇ ନବବଧୂକୁ ମାରିଦେଲେ !

NEWS7
team-indias-west-indies-tour-schedule-announced

ଦିଗପହଣ୍ଡି ୦୫।୦୨ : ଯୌତୁକ ଜୁଇରେ ଜଳିଗଲା ନବବଧୂର ସ୍ୱପ୍ନ । କେଇ ଦିନରେ ଖୁସିରେ ଲାଗିଛି ବିରାମ । ଯୌତୁକ ପାଇଁ ନବବଧୂକୁ ହତ୍ୟା କରାଯାଇଥିବାର ଅଭିଯୋଗ ଆସିଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଜକରାପାଲି ଗାଁରୁ ଆସିଛି ଏପରି ସଙ୍ଗୀନ ଅଭିଯୋଗ ।

୨୦୨୧ ମସିହାରେ ଲାଠି ଗାଁରେ କାଳିଆ ସ୍ୱାଇଁଙ୍କ ଝିଅ ସନ୍ଧ୍ୟା ଜକରାପଲି ଗାଁରେ ନିରଞ୍ଜନ ବିଷୋୟୀଙ୍କ ପୁଅ ଅଜିତଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ସୁଖଶାନ୍ତିର ପରିବାର ଚାଲିଥିଲା । ହେଲେ ତାପରେ ଆରମ୍ଭ ହେଲା ବିବାଦ । ଅଧିକ ଯୌତୁକ ଦାବି କରି ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ସଂଧ୍ୟାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ । ତେଣୁ ତାଙ୍କ ଝିଅକୁ ଜୋର ଜବରଦସ୍ତି ବିଷ ଖୁଆଇ ମାରି ଦେଇଥିବାର ଅଭିଯୋଗ ଆଣିଛନ୍ତି ସଂଧ୍ୟାଙ୍କ ମା ସବିତା ସ୍ୱାଇଁ । ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି ।

ସେପଟେ ଅଭିଯୋଗକୁ ଆଧାର କରି ଦିଗପହଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି । ଏହାସହ ଘଟଣାରେ ସଂପୃକ୍ତ ଥିବା ସନ୍ଦେହରେ ସ୍ୱାମୀ ଅଜିତଙ୍କୁ ଅଟକ ରଖି ଜେରା ମଧ୍ୟ କରୁଛି ।