ଟ୍ରମ୍ପ୍ ପାଇଲେ ନୋବେଲ ! ମଚାଡୋ ପୁରା କଲେ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱପ୍ନ

NEWS7
team-india-players-who-are-set-to-return-ranji-trophy-next-round-matches-virat-kohli-rishabh-pant

ନୂଆଦିଲ୍ଲୀ ୧୫/୦୧:ଟ୍ରମ୍ପଙ୍କୁ ମିଳିଗଲା ନୋବେଲ ପୁରସ୍କାର । ଯେଉଁ ପୁରସ୍କାର ପାଇଁ ସେ ନିଜର ପ୍ରଚାର କରୁଥିଲେ ତାହା ତାଙ୍କୁ ମିଳିଯାଇଛି । ତେବେ ସିଧାସଳଖ ନହେଲେ ମଧ୍ୟ ସେ ପାଇଛନ୍ତି ପରୋକ୍ଷ ନୋବେଲ । ଅର୍ଥାତ ଅନ୍ୟର ପୁରସ୍କାରରେ ନିଜେ ପୁରସ୍କୃତ ହୋଇଛନ୍ତି । ପ୍ରକୃତରେ ଗୁରୁବାର ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ମାରିୟା ମଚାଡୋ । ସେ ନିଜେ ଶାନ୍ତି ପାଇଁ ପାଇଥିବା ନୋବେଲକୁ ଟ୍ରମ୍ପଙ୍କୁ ପ୍ରଦାନ କରିଛନ୍ତି ।

ରିପୋର୍ଟ ଅନୁସାରେ, ଗୁରୁବାର ମଚାଡୋ ଟ୍ରମ୍ପଙ୍କୁ ଭେଟିଛନ୍ତି । ଭେନେଜୁଏଲାର ଭବିଷ୍ୟତ ପାଇଁ ଉଭୟେ ଆଲୋଚନା କରିଛନ୍ତି । ବର୍ଷ ଆରମ୍ଭରୁ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଆମେରିକା ଅପହରଣ କରିନେଇଥିଲା । ସେବେଠୁ ଦେଶରେ ରାଜନୈତିକ ଅସ୍ଥିରତା ଲାଗି ରହିଛି ।

ଉଭୟ ନେତା ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ । ଯେତେବେଳେ ମଚାଡୋ ହ୍ୱାଇଟ୍ ହାଉସରୁ ବାହାରିଥିଲେ ସେତେବେଳେ ସମର୍ଥକମାନେ ଜୋରଦାର ସ୍ୱାଗତ କରିଥିଲେ । ସେ କହିଥିଲେ ଯେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ତାଙ୍କର ଭରସା ରହିଛି । ଏହାପରେ କିଛି ସମର୍ଥକ ଧନ୍ୟବାଦ ଟ୍ରମ୍ପ୍ ନାରା ଲଗାଇଥିଲେ । ଏହାପରେ ସେ ଓ୍ୱାସିଂଟନରେ ଆଉ କିଛି ବୈଠକରେ ସାମିଲ ହୋଇଥିଲେ ।

ମଚାଡୋ ଆହୁରି କହିଛନ୍ତି ଯେ, ସେ ଟ୍ରମ୍ପଙ୍କୁ ନିଜର ନୋବେଲ ପଦକ ପ୍ରଦାନ କରିଥିଲେ । କିନ୍ତୁ ଟ୍ରମ୍ପ୍ ଏହାକୁ ସ୍ୱୀକାର କଲେ ନା ନାହିଁ ତାହା ମଚାଡୋ କହିନାହାଁନ୍ତି । କିନ୍ତୁ ପୂର୍ବରୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରୁଥିବା ସଂସ୍ଥା ପଦକକୁ ଅନ୍ୟ କାହାକୁ ଦେଇ ହେବ ନାହିଁ ବୋଲି ପୂର୍ବରୁ କହିସାରିଛି ।

ଟ୍ରମ୍ପ୍ ଦେଲେ ଉପହାର

ଭେନେଜୁଏଲା ବିରୋଧୀ ଦଳର ନେତା ମାରିୟା ମଚୋଡୋ ହ୍ୱାଉଟ୍ ହାଉସରୁ ଏକ ଉପହାର ବ୍ୟାଗ୍ ଧରି ବାହାରକୁ ଆସିଥିଲେ । ଏହା ଉପରେ ଟ୍ରମ୍ପଙ୍କ ନାଁ ଲେଖିଯାଇଥିଲା । ଏହାକୁ ସେ ନିଜ ପର୍ସ ସହ ହାତରେ ଝଧରିଥିଲେ । ନାଲି ରଙ୍ଗର ବ୍ୟାଗରେ ଟ୍ରମ୍ପଙ୍କ ଦସ୍ତଖତ ମଧ୍ୟ ରହିଥିଲା । ତେବେ ଏଥିରେ କଣ ରହିଛି ତାହା ସ୍ପଷ୍ଟ ହୋଇପାରି ନାହିଁ ।

ତେବେ ହ୍ୱାଇଟ୍ ହାଉସର ସଚିବ କହିଛନ୍ତି ଯେ, ମଚାଡୋ ହେଉଛନ୍ତି ଭେନେଜୁଏଲାର ଏକ ସାହସୀ ସ୍ୱର । ତେବେ ତାଙ୍କୁ ଦେଶର ନେତୃତ୍ୱ ଦିଆଯିବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ପୂର୍ବରୁ ଟ୍ରମ୍ପ୍ ସେ ଲୋକପ୍ରିୟ ନେତ୍ରୀ ନୁହେଁ ବୋଲି କହି ସାରିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ କଣ ଆଲୋଚନା ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ ।