ନୂଆଦିଲ୍ଲୀ ୦୩।୧୧: ଟିମ୍ ଇଣ୍ଡିଆ ପ୍ଲେୟର । ନିଜର ଫିଟନେସ୍ ପାଇଁ ସାରା ବିଶ୍ୱରେ ପରିଚିତ । ଏଥିପାଇଁ ଏମାନେ ନିଜର ଖାଇବା ପିଇବା ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ଟିମ୍ ଇଣ୍ଡିଆର ବର୍ତ୍ତମାନର ଟିମ୍ରେ ଅନେକ ଖେଳାଳି ଏପରି ଅଛନ୍ତି ଯେଉଁମାନେ ଡାଏଟିସିଆନ୍ ଏବଂ ନିଜର ବ୍ୟକ୍ତିଗତ ରୋଷେୟାଙ୍କୁ ନିଜ ସହିତ ନେଇ ଯାଇଥାନ୍ତି ।
ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜରେ ମଧ୍ୟ ଟିମ୍ର ଅନେକ ପ୍ଲେୟର ଭାରତୀୟ ବୋର୍ଡ ଏବଂ ଷ୍ଟାଡିୟମରେ ମିଳୁଥିବା ଖାଦ୍ୟ ବଦଳରେ ବ୍ୟକ୍ତିଗତ ରୋଷେୟାମାନଙ୍କ ହାତରୁ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି। ଆସନ୍ତୁ ଜାଣିବା ଏହି ପ୍ଲେୟରଙ୍କ ବିଷୟରେ…
ଲିଷ୍ଟରେ ରହିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ରିଷଭ ପନ୍ତ, ସରଫରାଜ ଖାନ ଏବଂ କେ.ଏଲ୍ ରାହୁଲ । ଏମାନେ କେବଳ ବ୍ୟକ୍ତିଗତ ରୋଷେୟାମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଖାଉଛନ୍ତି । ଏହି ଖେଳାଳୀମାନେ ଡାଏଟିସିଆନ୍ଙ୍କ ସାପ୍ତାହିକ ଡାଏଟ ଚାର୍ଟକୁ ଫଲୋ କରୁଛନ୍ତି । ଏହା ଅନୁଯାୟୀ ହିଁ ଏମାନେ ଖାଦ୍ୟ ଖାଉଛନ୍ତି ।
ନିକଟରେ ଖବର ଆସିଥିଲା ଯେ ପନ୍ତ ସର୍ଫରାଜଖାନଙ୍କୁ ଜଣେ ରୋଷେୟା ଦେଇଛନ୍ତି । ଯିଏକି ତାଙ୍କ ଖାଦ୍ୟର ଯତ୍ନ ନେଉଛନ୍ତି। ସରଫରାଜ ଖାନ ଟିମ୍ ଇଣ୍ଡିଆର ଷ୍ଟ୍ରେନ୍ଥ ଏବଂ କଣ୍ଡିସନିଙ୍ଗ୍ କୋଚ୍ଙ୍କ ସହ ମିଶି ନିଜ ଫିଟନେସ୍ ଉପରେ କାମ କରୁଛନ୍ତି । ଯାହାଦ୍ୱାରା ସେ ଫିଟ୍ ରହିପାରିବେ ।