ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ଗୁଳି କରି ହତ୍ୟା, ୩ ସପ୍ତାହରେ ପଞ୍ଚମ ଘଟଣା

NEWS7
team-india-jersy-craze-in-barabati-match

ଢାକା: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି । ୩ ସପ୍ତାହ ମଧ୍ୟରେ ଏହା ପଞ୍ଚମ ଘଟଣା । ବାଂଲାଦେଶରେ ହିନ୍ଦୁଙ୍କୁ ନିର୍ମମ ହତ୍ୟା କରାଯାଉଛି । ଏହି ସଂଖ୍ୟା ଲଗାତାର ବୃଦ୍ଧି ପାଉଛି । ସୋମବାର ସନ୍ଧ୍ୟା ୫.୪୫ରେ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ନିର୍ମମ ହତ୍ୟାକାଣ୍ଡ ଜାଶୋର ଜିଲ୍ଲାର କୋପାଲିଆ ବଜାରରେ ଘଟିଛି । ମୃତକ ୪୫ ବର୍ଷୀୟ ରାଣା ପ୍ରତାପ ବୈରାଗୀ ବୋଲି ଚିହ୍ନଟ କରାଯାଇଛି ।

ରିପୋର୍ଟ ଅନୁସାରେ, ରାଣା ପ୍ରତାପ ବୈରାଗୀଙ୍କ ଉପରେ ହଠାତ୍ ଆକ୍ରମଣ କରାଯାଇଥିଲା। ଏହି ଘଟଣା ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି କରିଛି । ବାଂଲାଦେଶରେ ହିନ୍ଦୁମାନଙ୍କୁ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ପ୍ରଥମେ ଦୀପୁ ଚନ୍ଦ୍ର ଦାସଙ୍କୁ ହତ୍ୟା କରାଯାଇଥିଲା  । ତାଙ୍କୁ ହତ୍ୟା କରି, ଗଛରେ ଟଙ୍ଗେଇ ଦେଇଥିଲେ । ପରେ ତାଙ୍କ ମୃତଦେହରେ ନିଆଁ ଲଗେଇ ଦେଇଥିଲେ ମୁସଲିମ ମୌଳବାଦୀ । 

ସୂଚନା ଅନୁଯାୟୀ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାଣା ପ୍ରତାପଙ୍କ ମୃତଦେହକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀଙ୍କ ପରିଚୟ ଏବଂ ହତ୍ୟା ପଛରେ ଥିବା ଉଦ୍ଦେଶ୍ୟ ସଂପର୍କରେ ଜଣାପଡ଼ି ନାହିଁ ।

ଏହି ଘଟଣା ପୁଣି ଥରେ ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏପରି ଘଟଣା ବାରମ୍ବାର ଘଟିବା ଦ୍ୱାରା ସମ୍ପ୍ରଦାୟ ମଧ୍ୟରେ ଭୟ ଏବଂ ଅସୁରକ୍ଷାର ବାତାବରଣ ସୃଷ୍ଟି ହୋଇଛି।