ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ, କାର୍ଯ୍ୟରେ ଅବହେଳା ପରେ ବଡ଼ ଆକ୍ସନ

NEWS7
team-india-celebrated-holi-the-players-had-a-lot-of-fun-by-painting-the-bus

ଜୟପୁର ୦୮/୦୧: ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ । ଦରମା ବନ୍ଦ ନିର୍ଦ୍ଦେଶ ଦେଲେ ରାଜ୍ୟ ପରିବହନ ନିଗମ ଏମ୍‌ଡି । କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗ ଦେବା ଯାଏଁ ଦରମା ବନ୍ଦ । କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ଏଥିରେ ଅଛନ୍ତି ଜୟପୁର ଡିପୋର ୨ ଜଣ ଓ ସୁନ୍ଦରଗଡ ଡିପୋର ଜଣେ କର୍ମଚାରୀ ।

ସୂଚନା ଥାଉକି, କାର୍ଯ୍ୟରେ ଅବହେଳା କାରଣରୁ ରାଜ୍ୟ ସଡକ ପରିବହନ ବିଭାଗର ୩ ଜଣ କର୍ମଚାରୀଙ୍କ ଦରମା ବନ୍ଦ ହୋଇଛି । ଏଥିରେ ଅଛନ୍ତି ଜୟପୁର ଡିପୋର ୨ ଜଣ ଓ ସୁନ୍ଦରଗଡ ଡିପୋର ଜଣେ କର୍ମଚାରୀ । ଜୟପୁର ଡିପୋର ଜିଲ୍ଲା ପରିଚାଳକ DM ଇଶ୍ବର ମହାପାତ୍ର ଓ ସହାୟକ ପରିଚାଳକ Asst Manager ଜ୍ୟୋତି ରଂଜନ ବେହେରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ରାଜ୍ୟ ସଡକ ପରିବହନ ବିଭାଗ। ଇଶ୍ବର ପାଣିଗ୍ରାହୀଙ୍କ ସ୍ଥାନରେ ଦାୟିତ୍ୱ ନେଲେ ଅରୋଶ୍ରୀ ସାହୁ ।