LIVE TV

ଭକ୍ତି ଓ ବିଶ୍ୱାସର ଆଉ ଏକ ଚିତ୍ର, ସିଂହଦ୍ୱାରରେ କାନି ପତାଇ ବାପା-ମାଆ ମାଗିଲେ ଛୁଆର ଜୀବନ ଭିକ୍ଷା

NEWS7
teacher-sitten-children-out-of-class-room-because-of-anasudhia

ପୁରୀ ୨୩।୧୧ : ସେ ଜଗତର ନାଥ ଜଗନ୍ନାଥ । ଦୁଇ ହାତ ଡେରି ଡାକିଦେଲେ ହେ ମହାପ୍ରଭୁ... ଦୂରେଇ ଯାଏ ସବୁ ଦୁଃଖ ଆଉ କଷ୍ଟ । ଏହିପରି କିଛି ଭକ୍ତି ଓ ଭାବନାରେ ଦୃଶ୍ୟ ଶ୍ରୀମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଥିଲା । ପୁଅର ସୁସ୍ଥତା ପାଇଁ ମହାପ୍ରଭୁଙ୍କ ଶରଣରେ ବାପା-ମା ।

ରବିବାର ବଡ଼ି ଭୋରରୁ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ଅସୁସ୍ଥ ପୁଅର ସୁସ୍ଥତା କାମନା କରିବା ସହ ପଣତ କାନି ଦେଖାଇ ମହାପ୍ରଭୁଙ୍କୁ ଗୁହାରି କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ତେବେ ଏହି ଶିଶୁଟିର କଣ ରୋଗ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। କେଉଁ ଅଞ୍ଚଳରୁ ଆସିଛନ୍ତି ସେନେଇ କୌଣସି ସୂଚନା ମଧ୍ୟ ନାହିଁ। ହେଲେ ଭାବର ଠାକୁର ପାଖକୁ ଏହି ବାପା ମା ବିଶ୍ବାସର ସହିତ ଆସିଛନ୍ତି। ମନରେ ଆଶା ଅଛି ମହାପ୍ରଭୁ ନିଶ୍ଚିତ ତାଙ୍କ ପୁଅକୁ ସୁସ୍ଥ କରିଦେବେ। ଗତକାଲି ମଧ୍ୟ ଅସୁସ୍ଥ ପୁଅର ସୁସ୍ଥତା ପାଇଁ ଜଣେ ବ୍ୟକ୍ତି ମହାପ୍ରଭୁଙ୍କ ନିକଟକୁ ଆସିଥିଲେ। କୋମାରେ ଥିବା ପୁଅ ମହାପ୍ରଭୁଙ୍କ ଆଶୀର୍ବାଦରୁ ସାମାନ୍ୟ ସୁସ୍ଥ ହୋଇଥିଲା। ପରେ ଅତ୍ୟଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।