LIVE TV

କେବଳ ମିଛ ଚାକିରି ନୁହେଁ ମିଛ କାମ ଦେଇ ଦୁଇ କୋଟି ଟଙ୍କା ଚଳୁ, ୨ ଜଣଙ୍କୁ ଗିରଫ କଲା ବୁର୍ଲା ପୋଲିସ

NEWS7
tata-may-merge-4-airlines-under-air-india-said-report

ସମ୍ବଲପୁର ୧୦: ଟଙ୍କା ନେଇ ମିଛ ଚାକିରି ଦେଲେ । କୋଟି କୋଟି ଙ୍କା ହଡପ କଲେ । କେବଳ ମିଛ ଚାକିରି ନୁହେଁ ମିଛ କାମ ଦେଇ ୧୮୦୦ ଲୋକଙ୍କ ଠାରୁ ଲୁଟ୍ କରିଛନ୍ତି ୨ କୋଟି ଟଙ୍କା । ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ RMAX ନାମକ ଏକ ଭୂତ କମ୍ପାନୀ ଖୋଲି ୧୮୦୦ ଲୋକଙ୍କୁ ସଫେଇ କର୍ମଚାରୀ ନିଯୁକ୍ତି ଦେବା ସହ ଜଣଙ୍କ ପିଛା ୧୨୦୦୦ ଟଙ୍କା ଲେଖାଏଁ ଲୁଟ୍ କରିଛନ୍ତି ସେପଟେ ସେମାନଙ୍କୁ ରାତି ୨.୩୦ରେ ୩ ଘଣ୍ଟା ଲେଖାଏଁ ସଫେଇ କାମ ଦେଇ ସନ୍ଦେହ ଦୂର କରି ପ୍ରାଥମିକ ଭାବେ ୧୫ ଦିନରେ କିଛି ଦରମା ଦେଇଥିଲା ଭୂତ କମ୍ପାନୀ ହେଲେ କମ୍ପାନୀର ନା ଥିଲା ଅଫିସ୍ ନା ଥିଲେ କର୍ମଚାରୀ ନିଯୁକ୍ତି ପାଇଥିବା ସଫେଇ କର୍ମଚୀରୀଙ୍କୁ ଢା କରି ଲୋକ ଯୋଗାଡ କରି ଟଙ୍କା ଲୁଟ୍ କରିଥିଲେ

ତେବେ ଅଭିଯୋଗ ପରେ ଦୁଇ ଜଣଙ୍କୁ ଗିରଫ କରିଛି ବୁର୍ଲା ପୋଲିସ l ଅଭିଯୁକ୍ତଙ୍କ ଠାରୁ ୬୨ ଲକ୍ଷ ଟଙ୍କା ଜବତ କରିବା ସହ ମିଛ ବା ଭୂତ କମ୍ପୀନୀର ପର୍ଦ୍ଦାଫାଶ କରିଛି ଏମାନେ ବରଗଡ, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ନିଜର ନେଟଓ୍ବର୍କ ଚଲାଇଥିବା ଏସ୍‌ପି କହିଛନ୍ତି ତେବେ ବୁର୍ଲା ପୋଲିସ ଅଭିଯୋଗ ଆଧାରରେ ରାହୁଲ ରାଏ ଓ ପଦ୍ମାୟା ତାଣ୍ଡି ନାମକ ୨ ଜଣଙ୍କୁ ଗିରଫ କରିଛି ତେବେ ଏହି ନେଟଓ୍ବର୍କରେ ଆଉ କିଏ କିଏ ସାମିଲ ଅଛନ୍ତି ତାର ମଧ୍ୟ ପର୍ଦ୍ଦାଫାଶ କରାଯିବ ବୋଲି ଏସ୍ପି କହିଛନ୍ତି

ଘଟଣା ପରେ ଗତକାଲି ବୁର୍ଲା ଥାନା ଘେରାଉ କରିଥିଲେ ଠକେଇର ଶିକାର ହୋଇଥିବା ଲୋକେ ଏପରିକି ଗିରଫ ରାହୁଲ ନୀରିହ ଓ ତାଙ୍କୁ ଛାଡି ଦିଆଯାଉ ବୋଲି ପୋଲିସ ପାଖରେ ଦାବି କରିଥିଲେ ତେବେ ଗୁରୁବାରସ୍‌ପିଙ୍କ ପ୍ରେସମିଟ୍‌ ପରେ ଏସ୍‌ପି ଅଫିସ୍ ନିକଟରେ ଠକେଇର ଶିକାର ହୋଇଥିବା ଶହ ଶହ ଯୁବକ, ଯୁବତୀ, ମହିଳା ଏକାଠି ହୋଇ ତାଙ୍କ ପଇସା ଫେରାଇବାକୁ ଦାବି କରିଛନ୍ତି ତେବେ ପୋଲିସ ପ୍ରଶାସନ ତାଙ୍କୁ ବୁଝାସୁଝା କରିଛନ୍ତି ।