ନୂଆଦିଲ୍ଲୀ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରସଙ୍ଗକୁ ପୁଣି ଥରେ ଉଠାଇଛନ୍ତି । ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ଶାସିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ୭ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚେନ୍ନାଇ ଆମନ୍ତ୍ରିତ କରିଛନ୍ତି । କେନ୍ଦ୍ର ଦ୍ୱାରା ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରସ୍ତାବ ବିରୋଧରେ ରାଜନୈତିକ ଦଳର ମିଳିତ କାର୍ଯ୍ୟାନୁଷ୍ଠାନ ସମିତିରେ ସାମିଲ ହେବା ପାଇଁ ଅପିଲ୍ କରିଛନ୍ତି ।
କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, ତେଲଙ୍ଗାନା ସିଏମ୍ ରେଭନ୍ତ ରେଡ୍ଡି, ଆନ୍ଧ୍ର ପ୍ରଦେଶର ଚନ୍ଦ୍ରବାବ ନାଇଡୁ ଓ ପୁଡୁଚେରୀର ଏନ୍ ରଙ୍ଗାସ୍ୱାମୀଙ୍କୁ ବୈଠକ ପାଇଁ ପତ୍ର ଲେଖିଛନ୍ତି । ମାର୍ଚ୍ଚ ୨୨ରେ ଚେନ୍ନାଇରେ ଏହି ମାମଲାରେ ବୈଠକ ହେବ ଓ ଏକ ମିଳିତ ରଣନୀତି ପ୍ରସ୍ତୁତ କରିବା ପାଇଁ ଯୋଜନା ରଖିଛନ୍ତି । ଷ୍ଟାଲିନ୍ ଏହି ରାଜ୍ୟର ଅନ୍ୟ ବରିଷ୍ଠ ନେତାଙ୍କୁ ବି ଆମନ୍ତ୍ରିତ କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, 'ସୀମା ନିର୍ଦ୍ଧାରଣ ସଂଘୀୟ ବ୍ୟବସ୍ଥା ଉପରେ ସିଧା ଆକ୍ରମଣ । ଏହା ଜନସଂଖ୍ୟା ନିୟନ୍ତ୍ରଣ ସୁନିଶ୍ଚିତ କରୁଥିବା ରାଜ୍ୟର ସ୍ୱରକୁ ସଂସଦରେ ଦବାଇବା କାମ କରିବ । ଏହା ସେମାନଙ୍କୁ ଦଣ୍ଡିତ କରିବା ପରି ଅଟେ । ଆମେ ଏହି ଗଣତାନ୍ତ୍ରିକ ଅନ୍ୟାୟକୁ ବରଦାସ୍ତ କରିବୁ ନାହିଁ ।'
The Union Govt's plan for #Delimitation is a blatant assault on federalism, punishing States that ensured population control & good governance by stripping away our rightful voice in Parliament. We will not allow this democratic injustice!
— M.K.Stalin (@mkstalin) March 7, 2025
I have written to Hon'ble Chief… pic.twitter.com/1PQ1c5sU2V
ଏମ୍କେ ଷ୍ଟାଲିନ୍ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ଗତ କିଛି ଦିନ କେନ୍ଦ୍ର ଉପରେ ଚାପ ପକାଇବାରେ ଲାଗିଛନ୍ତି । ବୁଧବାର ସେ ପ୍ରସ୍ତାବ ଦେଇଥିଲେ ଯେ ୧୯୭୧ ଜନଗଣନାକୁ ୨୦୨୬ରୁ ଆଗାମୀ ୩୦ ବର୍ଷ ଯାଏ ସଂସଦୀୟ ନିର୍ବାଚନ କ୍ଷେତ୍ରର ସୀମା ନିର୍ଦ୍ଧାରଣର ଆଧାର କରାଯାଉ । ଏହାସହ ଦକ୍ଷିଣ ଭାରତର ସବୁ ରାଜ୍ୟକୁ ସାମିଲ କରି ଏକ ଜେଏସି ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।
ଷ୍ଟାଲିନ ସୀମା ନିର୍ଦ୍ଧାରଣ ଉପରେ ସର୍ବଦଳୀୟ ବୈଠକ ଡାକିଥିଲେ, ଯେଉଁଥିରେ ମୁଖ୍ୟ ବିରୋଧୀ ଦଳ ଏଆଇଡିଏମକେ ସହିତ ଅନ୍ୟ ଦଳ ସାମିଲ ହୋଇଥିଲେ । ସେ କହିଥିଲେ ଯେ ସଂସଦରେ ସିଟ୍ ସଂଖ୍ୟା ବୃଦ୍ଧି ସ୍ଥିତିରେ ୧୯୭୧ର ଜନଗଣନାକୁ ଆଧାର କରାଯିବା ଦରକାର । ଏଥିପାଇଁ ଆବଶ୍ୟକୀୟ ସମ୍ୱିଧାନ ସଂଶୋଧନ କରାଯିବା ଦରକାର ।
ସିଏମ୍ ଷ୍ଟାଲିନ କହିବା ଅନୁସାରେ ୧୯୭୧ର ଜନଗଣନା ସଂଖ୍ୟାକୁ ୨୦୨୬ରୁ ଆଗାମୀ ୩୦ ବର୍ଷ ଯାଏ ଲୋକସଭା ଆସନ ସୀମା ନିର୍ଦ୍ଧାରଣର ଆଧାର କରାଯିବା ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଏହା ଉପରେ ଭରଷା ଦେବା ଦରକାର । ଷ୍ଟାଲିନଙ୍କ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ଅନୁସାରେ, ଜେଏସି ଏହି ସବୁ ଦାବିକୁ ଆଗରେ ରଖିବ ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ । ବୈଠକରେ ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ସର୍ବସମ୍ମତିରେ ବିରୋଧ କରାଯାଇଥିଲା । ପ୍ରସ୍ତାବରେ କୁହାଯାଇଥିଲା ଯାଏଁ ସଂସଦରେ ତାମିଲନାଡ଼ୁର ବର୍ତ୍ତମାନ ପ୍ରତିନିଧିତ୍ୱ ୭.୧୮ ପ୍ରତିଶତ, ଯାହାକୁ ଯେକୌଣସି ପରିସ୍ଥିତିରେ ବଦଳାଇବାକୁ ଦିଆଯିବ ନାହିଁ ।