ନୂଆଦିଲ୍ଲୀ: ଅନେକ ସମୟରେ ଯୁବ ମନସ୍କ ବ୍ୟକ୍ତିମାନଙ୍କୁ ଠାରୁ ଗୋଟିଏ କଥା ଶୁଣିବାକୁ ମିଳିଥାଏ। ତାହା ହେଲା ବୟସ କେବଳ ଗୋଟେ ସଂଖ୍ୟା ମାତ୍ର। ୭୩ ବର୍ଷୀୟ ତାମିଲନାଡୁ ରାଜ୍ୟପାଳ ରବିନ୍ଦ୍ର ନାରାୟଣ ରବି ଏହାକୁ ପ୍ରମାଣ କରି ଦେଖାଇଛନ୍ତି। ଜୁଲାଇ ୨୧ ତାରିଖ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ପାଇଁ ତାମିଲନାଡୁ ମାଦୁରାଇର ଭେଲାମ୍ମାଲ ଶିକ୍ଷାନୁଷ୍ଠାନରେ ହଜାର ହଜାର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଗହଣରେ ରାଜ୍ୟପାଳ ଏମିତି ଯୋଗ କରି ଦେଖାଇଥିଲେ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଯୋଗ ଦିବସ ପାଳନ ପାଇଁ ସେଠାରେ ୧୦,୦୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥିତ ଥିଲେ। ଯାହାଙ୍କୁ ସମ୍ବୋଧନ କରିଥିଲେ ତାମିଲନାଡୁ ରାଜ୍ୟପାଳ ଆରଏନ୍ ରବି। ଯୋଗ ଦିବସରେ ସେ ଛାତ୍ରଛାତ୍ରୀଙ୍କୁ କେବଳ ବକ୍ତୃତା ଦେଇ ନଥିଲେ ବଂର ସବୁ ଯୋଗ ଠିକ୍ ଭାବରେ କରିଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଥିଲା ଛାତ୍ରଛାତ୍ରୀଙ୍କ ମନୋବଳ ବଢାଇବା ପାଇଁ ସେ ତାଙ୍କର ପୁସ-ଅପ୍ସ ମାରିବା।
ରାଜ୍ୟପାଳ ଆଜି ଟ୍ରାକସୁଟ୍ ଏବଂ ଭେଷ୍ଟ ପିନ୍ଧି ବୟସକୁ ଭୁଲି ଯୋଗ କରିବା ଆରମ୍ଭ କରିଥିଲେ। ଭାରତୀୟ ପୋଲିସ ସେବା (IPS) ମିଳିଥିବା ତାଲିମ ଯୋଗୁ ସେ ପରିଣତ ବୟସରେ ବି ସମସ୍ତ ଯୋଗ ଠିକ୍ ଭାବରେ କରିଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ଥିଲା ୭୩ ବର୍ଷ ବୟସରେ ବି ସେ ଲଗାତର ୫୧ ଥର ପୁସ୍-ଅପ୍ସ ମାରିଥିଲେ। ଯାହା ଦେଖି ସେଠାରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
#WATCH | Tamil Nadu Governor RN Ravi did 51 push-ups at a grand Yoga event organised by Velammal Educational Trust in Madurai, on #InternationalDayofYoga2025. The 73-year-old Governor shared tips on maintaining the correct posture during push-ups.
— ANI (@ANI) June 21, 2025
(Video: Tamil Nadu Raj Bhavan) pic.twitter.com/d4kovH4tSc
ସୂଚନା ଥାଉକି ଶନିବାର ସାରା ବିଶ୍ୱରେ ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଥିମ ରହିଛି ଏକ ପୃଥିବୀ ଏକ ସ୍ୱାସ୍ଥ୍ୟପାଇଁ ଯୋଗ। ଏହି ଅବସରରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟନମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯୋଗ ଏକ ଶକ୍ତିଶାଳୀ ଅସ୍ତ୍ର। ବିଶ୍ୱବ୍ୟାପୀ ଅସ୍ଥିରତା ମଧ୍ୟରେ ମାନବତାକୁ ଟିକେ ନିଶ୍ୱାସ୍ ମାରିବାକୁ, ସନ୍ତୁଳନ ରକ୍ଷା କରିବାକୁ ଯୋଗ ଗୋଟେ ପଜ୍ ବଟନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମସ୍ତଙ୍କୁ ଏକାଠୀ କରିବାର ଏହା ଏକ ମାଧ୍ୟମ ହେବା ଉଚିତ୍ ବୋଲି ମୋଦୀ କହିଛନ୍ତି।