ପ୍ରେମରେ ହେଲେ ଉବୁଟୁବୁ, ଅନ୍ୟ ଜାତିର ଜାଣିବା ପରେ ଯୁବକଙ୍କୁ ପିଟି ପିଟି ହତ୍ୟା କଲା ପ୍ରେମିକା

NEWS7
tamil-nadu-governor-asks-students-to-chant-jai-shri-ram-sparks-row

ଭଦ୍ରକ: ​​​​​​​ଏମିତି ବି ପ୍ରେମ , ଯେଉଁଠି ଜାତି ବାଧକ ହୋଇଛି । ହସ ଖୁସିର ପ୍ରେମରେ ଜାତି ବିବାଦ ଶେଷରେ ହତ୍ୟାର ରୂପ ନେଇଛି। ଭଦ୍ରକ ଜିଲ୍ଲା ବନ୍ତ ଥାନା କଣ୍ଟାପଡ଼ା ଅଞ୍ଚଳର ଯୁବକ ରଞ୍ଜନ ଦାସ ଭଣ୍ଡାରିପୋଖରୀ ଥାନା ଅଧୀନ ବିରିଡ଼ିର ଜଣେ ନାବାଳିକାଙ୍କୁ ଭଲ ପାଉଥିଲେ । ଅନ ଲାଇନ୍ ପ୍ରେମ ଧୀରେ ଧୀରେ ଅଫ ଲାଇନକୁ ଆସିଥିଲା । ଦୁହେଁ ସାଙ୍ଗରେ ବୁଲାବୁଲି କଲେ । ଏମିତି କି ଦୁହିଁଙ୍କ ପରିବାର ଲୋକେ ମଧ୍ୟ ଜାଣିଲେ । ଶେଷରେ ନାବାଳିକାକୁ ପାଇଲେ ଯେ ଯୁବକ ଜଣକ ନିଚ୍ଚ ଜାତିର । ତା ପରେ ଯୁବକଙ୍କୁ ଫୋନରେ ଗାଳିଗୁଲଜ କଲେ । ଏମିତି କି ବିବାଦ ଭିତରେ ଯୁବକ ଜଣକ ସିଧା ଅନ୍ୟ ରାଜ୍ୟରୁ ଆସି ଯୁବତୀଙ୍କ ଗାଁରେ ପହଞ୍ଚିଲେ । ଶେଷରେ ନାବାଳିକାଙ୍କ ନାବାଳିକା ସାଙ୍ଗମାନେ ଓ ଭିଣୋଇ ମିଶି ଯୁବକଙ୍କୁ ପିଟି ପିଟି ହତ୍ୟା କଲେ।

ରଞ୍ଜନ ପ୍ରେମିକାର ଫୋନ୍ ପାଇ ବେଙ୍ଗାଲୁରୁରୁ ବିରିଡ଼ି ଆସିଥିବା ବେଳେ ଫେରିବାର କିଛି ଦିନ ପରେ ପରିବାର ରଞ୍ଜନଙ୍କ ମୃତ୍ୟୁ ବିଷୟରେ ଖବର ପାଇଥିଲେ । ପରେ ଭଣ୍ଡାରିପୋଖରୀ ଥାନାରେ ରଞ୍ଜନଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦେଇଥିଲେ । ଏତଲା ଆଧାରରେ ତଦନ୍ତ ହେବା ବେଳେ ସତ ସାମ୍ନାକୁ ଆସିଥିଲା । ଏହି ଘଟଣାକୁ ନେଇ ପୋଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ସମୟରେ ଜାତି ପାଇଁ ନାବାଳିକା ପ୍ରେମିକା , ନାବାଳିକା ଙ୍କ ସାଙ୍ଗ ଓ ତାଙ୍କ ଭିଣୋଇ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା ।

ପ୍ରେମିକା ଓ ତାଙ୍କ ସମ୍ପର୍କୀୟ ୩ ଜଣ ରଞ୍ଜନଙ୍କୁ ହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ୍ କରିବା ପରେ ଗିରଫ କରିଛି ପୋଲିସ । ଚାଲିଛି ପ୍ରେମ ସପ୍ତାହ , କିନ୍ତୁ ପ୍ରେମ ପାଇଁ ଏଠି ଗୋଟିଏ ପରେ ଗୋଟିଏ ଜୀବନ ଯାଉଛି । ପୁଣି ସ୍ଥିତି ଏମିତି ହେଉଛି ଯେ ପ୍ରେମିକା ହିଁ ମୁଖ୍ୟ ଖଳନାୟିକା ବୋଲି ଜଣା ପଡ଼ୁଛି ।