#Ind_US ଟ୍ରେଡ୍ ଡିଲ୍ ପରେ ସେୟାର ବଜାରରେ ଉତ୍ସାହ, ୨୦୦୦ ପଏଣ୍ଟ୍ ବଢିଗଲା ସେନସେକ୍ସ

NEWS7
tamil-nadu-bjp-unit-pm-narendra-modi-birthday-presenting-gold-rings-newborns

ନୂଆଦିଲ୍ଲୀ,୩|୦୨ : ଭାରତ ଏବ ଆମେରିକା ମଧ୍ୟରେ ହୋଇଛି ବଡ ଟ୍ରେଡ୍ ଡିଲ୍ । ଭାରତ ଉପରେ ଲଗାଇଥିବା ଟାରିଫ୍ କୁ ୨୫ ପ୍ରତିଶତରୁ ୧୮କୁ ହ୍ରାସ କରିଛି ଆମେରିକା । ଏହାର ପ୍ରଭାବ ସେୟାର ବଜାର ଉପରେ ପଡିଛି । ନିବେଶକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ତେଣୁ କାରବାର ଆରମ୍ଭରୁ ସେନସେକ୍ସ ଏବଂ ନିଫ୍ଟିରେ ବୃଦ୍ଧି ପରିଲକ୍ଷିତ ହୋଇଛି ।

ମଙ୍ଗଳବାର ଦିନ ୧୦ଟା ସୁଦ୍ଧା ଏନଏସଇ ନିଫ୍ଟି ୨୫,୬୬୩ରେ ଟ୍ରେଡ୍ କରୁଛି । ଏହା ପୂର୍ବଦିନ ଅପେକ୍ଷା ୫୭୪ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ବିଏସଇ ସେନସେକ୍ସ ୧୯୨୯ ପଏଣ୍ଟ ବୃଦ୍ଧି ପାଇ ୮୩୫୯୫ରେ ପହଁଚି ଯାଇଛି ।

ସେନସେକ୍ସରେ ୩୦ଟି ମୁଖ୍ୟ କମ୍ପାନୀରୁ ୨୭ଟି କମ୍ପାନୀ ଭଲ କରାବାର କରିଛନ୍ତି । ଆଦାନୀ ପୋର୍ଟ, ବଜାଜ ଫିନାନ୍ସ, ଇଟରନାଲ, ରିଲାଏନ୍ସ, ଟାଇଟନ, ଇନଫୋସିସ, ସନ୍ ଫାର୍ମା ଭଳି କମ୍ପାନୀର ସେୟାର ପ୍ରାଇସରେ ଅଭିବୃଦ୍ଧି ଘଟିଛି ।

ଅଟୋମୋବାଇଲ, ଆଇଟି, ଖଣି, ପିଏସୟୁ ଏବଂ ବିଭିନ୍ନ ଫାର୍ମା କମ୍ପାନୀ ମଙ୍ଗଳବାର ସକାଳେ ଭଲ କାରବାର କରିଛନ୍ତି । ଖାଲି ନିଫ୍ଟି ସେନସେକ୍ସ ନୁହେଁ, ଟଙ୍କା ମଧ୍ୟ ଡଲାର ତୁଳନାରେ 1 ପ୍ରତିଶତ ଶକ୍ତିଶାଳୀ ହୋଇଛି ।

ବଜେଟ୍ ପରେ ବିଗିଡିଥିଲା ମୁଡ୍

ରବିବାର ଦେଶରେ ସାଧାରଣ ବଜେଟ୍ ଉପସ୍ଥାପନା ହୋଇଥିଲା । ଏଥିରେ ସିକ୍ୟୁରିଟି ଟ୍ରାଞ୍ଜାକ୍ସନ ଟିକସ ବୃଦ୍ଧି ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ । ଏହାପରେ ନିଫ୍ଟି ଏବଂ ସେନସେକ୍ସ କ୍ରାସ୍ କରିଯାଇଥିଲା । ସେନସେକ୍ସ ପ୍ରାୟ ୨୪୦୦ ଅଙ୍କ ଖସିଥିଲା । ନିଫ୍ଟି ମଧ୍ୟ ୭୫୦ ଅଙ୍କ ହ୍ରାସ ପାଇଥିଲା । ବଜାରରେ ହାହାକାର ସୃଷ୍ଟି ହେବା ସହ ନିବେଶକଙ୍କ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଥିଲା ।

ସୋମବାର ଧିମା ଆରମ୍ଭ ପରେ ବଢିଲା

ସୋମବାର ବଜାର ଆରମ୍ଭରୁ କ୍ଷତିରେ ଥିଲା । ରବିବାର ସେନସେକ୍ସ ୮୦ ହଜାର ୭୨୨ରେ ବନ୍ଦ ହୋଇଥିଲା । ହେଲେ ସୋମବାର ଏହା ୮୦୫୫୫ରେ ଖୋଲିଥିଲା । ପରେ ଏହା ୮୦୪୮୦କୁ ଖସି ଆସିଥିଲା । କିନ୍ତୁ କିଛି ମିନିଟ୍ ପରେ ୪୬୬ ଅଙ୍କ ବୃଦ୍ଧି ପାଇ ୮୧ ହଜାର ୨୧୧ ସ୍ତର ଛୁଇଁଥିଲା । ନିଫ୍ଟି ମଧ୍ୟ ରବିବାର ୨୪,୮୨୫ରେ କାରବାର ବନ୍ଦ କରିଥିଲା ।