ନିଶା ମାଫିଆ ଘର ଉପରେ ବୁଲିଲା ବୁଲଡୋଜର, ମାଟିରେ ମିଶିଲା ସୁକାନ୍ତିଙ୍କ ଘର

NEWS7
tamannaah-has-charged-so-many-crores-for-the-item-number-nasha

ପୁରୀ ୦୪/୧୨: ନିଶା ମାଫିଆ ଘର ଉପରେ ବୁଲିଲା ବୁଲଡୋଜର। ନିଶା ମାଫିଆ ସୁକାନ୍ତି ପଣ୍ଡା ଘର ଉପରେ ବୁଲିଛି ବୁଲଡୋଜର। ପୁରୀ ସଦର ଥାନା ଅନ୍ତର୍ଗତ ନିଳଚକ୍ର ନଗରର ନିଶା ମାଫିଆ ସୁକାନ୍ତି ପଣ୍ଡା ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଜେଲରେ ଥିବାବେଳେ ଆଜି ସଦର ଥାନା ପୋଲିସ ସୁକାନ୍ତିର ଘରକୁ ମାଟିରେ ମିଶେଇଛି।

ପୁରୀ ଏସପି ପ୍ରତୀକ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ଆକ୍ସନ ନିଆଯାଇଛି। ଘଟଣାସ୍ଥଳରେ ପୁରୀ ଏସପି, ସଦର ଏସଡିପିଓ, ସଦର ଥାନା ଅଧିକାରୀ ଙ୍କ ସହିତ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ପୁରୀ ସହରରେ ନିଶା କାରବାର ଉପରେ ରୋକ୍ ଲଗାଇବା ସହ ନିଶା ବ୍ୟବସାୟୀଙ୍କ ବିରୁଦ୍ଧରେ କଡ଼ା ଆକ୍ସନ ନେବାପାଇଁ ଅଣ୍ଟା ଭିଡିଛି ପୋଲିସ। ଯେଉଁମାନେ ନିଶା କାରବାର ଚଳାଇ ନିଶା କବଳରେ ସହରକୁ ରଖିଛନ୍ତି ତାଙ୍କ ଉପରେ ମଧ୍ୟ ଏଭଳି ଆକ୍ସନ ନେବ ପୋଲିସ।

କେବଳ ପୁରୀ ସହର ନୁହେଁ ସମ୍ପୂର୍ଣ୍ଣ ଜିଲ୍ଲାରେ ନିଶା କାରବାର କରୁଥିବା ବ୍ୟକ୍ତି ମାନଙ୍କ ଉପରେ କଠୋର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସପି। ଏପଟେ ନିଶା ମାଫିଆ ସୁକାନ୍ତି ପଣ୍ଡା ନୀଳଚକ୍ର ନଗରରେ ସରକାରୀ ଜାଗା ଉପରେ ଚାରୋଟି ଘର କରିଥିବା ବେଳେ ଆଜି ଏହାକୁ ମାଟିରେ ମିଶାଇଛି ପୋଲିସ।