ହାଜତକୁ ଗଲେ କୋଟିପତି ଫରେଷ୍ଟର, ମିଳିଛି ୨୯୦ ପ୍ରତିଶତ ଆୟ ବହିର୍ଭୂତ ସମ୍ପତ୍ତି

NEWS7
tala-at-vice-collector-office

ଭୁବନେଶ୍ବର: ଜେଲ ଗଲେ ଫରେଷ୍ଟର ନିରଞ୍ଜନ ଶତପଥୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ନିରଞ୍ଜନ ଶତପଥୀଙ୍କୁ ଗିରଫ କରି ଜେଲ ପଠାଯାଇଛି। ତାଙ୍କର ଆୟ ଠାରୁ ଅଧିକ ୨୯୦ ପ୍ରତିଶତ ଥିବା ଥିବା ଜଣାପଡ଼ିଛି।ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟରେ ପଚାରଉଚରା ପରେ ତାଙ୍କୁ ଜେଲ ହାଜତକୁ ପଠାଯାଇଛି। ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।

 ଭିଜିଲାନ୍ସ ଏସପି ସରୋଜ ସାମଲଙ୍କ ସୂଚନା ଅନୁସାରେ, ନିରଞ୍ଜନଙ୍କ ଘରୁ ବହୁ ବିଦେଶୀ ମୁଦ୍ରା ଜବତ ହୋଇଥିବାରୁ ଏନେଇ ତନାଘନା ଜୋରଦାର କରାଯାଇଛି। ବିଟକଏନ ଜବତ ହୋଇଛି। ତାହାର ତଦନ୍ତ ହେଉଛି। ସୁନା, ହୀରା ଏ ସମସ୍ତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ତାଙ୍କ ପରିବାର ଲୋକେ ବିଦେଶ ଟ୍ରିପ କରିଛନ୍ତି।

’୬୬.୪୨ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ଓ ନଗଦ ୯ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ୨ଟି ବିଳାସପୂର୍ଣ୍ଣ ଘର, ୭ଟି ମୁଖ୍ୟବାନ ଜମି, ୧ କେଜି ସୁନା, ୭୫୦ ଗ୍ରାମ ରୁପା ଅଳଙ୍କାର ଜବତ। ଏହା ସହିତ ଡଲାର ଭଳି ବିଦେଶୀ ମୁଦ୍ରା, ଏକ ୪ ଚକିଆ ଗାଡ଼ି ଜବତ ହୋଇଛି। ଅନ୍ୟପଟେ ଘରେ ଲାଗିଥିବା ମୂଲ୍ୟବାନ କାଠ ଓ ଘରର ଆସବାବ ପତ୍ରର ମୂଲ୍ୟାଙ୍କନ ସହ, ପରିବାର ସଦସ୍ୟଙ୍କ ବ୍ୟାଙ୍କ କାରବାରର ତଥ୍ୟ ଯାଞ୍ଚ ଚାଲିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ଭିଜିଲାନ୍ସ ଏସପି।