ଏଠାକୁ ଯିବା ମାତ୍ରେ ବଦଳିଯାଏ ସମୟ ଓ ତାରିଖ; ଗାଡିର ମିଟର ହୋଇଯାଏ ଭୁଲ, ଜାଣନ୍ତୁ କେଉଁଠି ରହିଛି ଏହି ସ୍ଥାନ

Published By : Prameya-News7 Bureau | July 31, 2025 IST

ନୂଆଦିଲ୍ଲୀ ୩୧।୦୭: ଘଞ୍ଚ ଜଙ୍ଗଲ, କୋଇଲା ଖଣି, ଗୋଟିଏରୁ ବଳି ଆଉ ଏକ ଟୁରିଷ୍ଟ ପ୍ଲେସ୍‌ । ଏହାରି ମଧ୍ୟରେ ଲୁଚି ରହିଛି ଏକ ରହସ୍ୟମୟୀ ଘାଟି । ଏଠାକୁ ଯିବା ମାତ୍ରେ ଘଟିଥାଏ ରହସ୍ୟମୟୀ ଘଟଣା । ଏଠାରେ ଠିଆ ହେବା ମାତ୍ରେ ବଦଳିଯାଏ ସମୟ-ତାରିଖ । ଏମିତିକି ଗାଡିର ମିଟର ହୋଇଯାଇଥାଏ ଭୁଲ ।  ଏହି ଘାଟିକୁ କୁହାଯାଏ ମୃତ୍ୟୁର ହାଇଓ୍ବେ । ଏହି ଘାଟି ଝାଡ଼ଖଣ୍ଡରେ ରହିଛି । ଏହାର ନାଁ ହେଉଛି ତୈମାରା ଘାଟି । ଏହି ଘାଟିକୁ ନେଇ ରହିଛି ଅନେକ ଭୟାନକ କାହାଣୀ । 

ଏହି ଭୟଙ୍କର ସ୍ଥାନଟି ରାଞ୍ଚି-ଜମସେଦପୁର ରାଜପଥ ଅର୍ଥାତ୍ NH-33ରେ ଅବସ୍ଥିତ । ରାଜଧାନୀ ରାଞ୍ଚିରୁ ପ୍ରାୟ ୩୦ କିଲୋମିଟର ଦୂରରେ ରହିଛି ଏହି ତୈମାରା ଘାଟି ।  ହାଇଓ୍ବେରେ ଥିବା କାରଣରୁ ଅନେକ ଲୋକ ଏହି ଘାଟିକୁ କୁହନ୍ତି ‘ମୃତ୍ୟୁର ହାଇଓ୍ବେ’ ।  ଏହି ହାଇଓ୍ବେ ଘନ ଜଙ୍ଗଲ ମଧ୍ୟରେ ଅବସ୍ଥିତ । ଯେଉଁ କାରଣରୁ ଏହା ବହୁତ ଭୟଙ୍କର ମନେହୁଏ।

ତୈମାରା ଘାଟି ଗୋଟିଏ ଘଟଣା ପାଇଁ ନୁହେଁ ବରଂ ଅନେକ ଘଟଣା ପାଇଁ ପ୍ରସିଦ୍ଧ । ତୈମାରା ଘାଟି ଦେଖିବାକୁ ବହୁତ ସୁନ୍ଦର । କିନ୍ତୁ ଏହି ଘାଟି ଅନେକ ମୃତ୍ୟୁର ସାକ୍ଷୀ ମଧ୍ୟ ରହିଛି । କୁହାଯାଏ ଯେ ଏହି ଘାଟି ଦେଇ ଯିବା ସମୟରେ ସମୟ ଏବଂ ତାରିଖ ଆପେ ଆପେ ବଦଳିଯାଏ । ତୈମାରା ଉପତ୍ୟକା ବିଷୟରେ ଆଉ ଏକ କଥା ମଧ୍ୟ ରହିଛି । କୁହାଯାଏ ଯେ ଜଙ୍ଗଲ ଦେଇ ଯାଉଥିବା ଗାଡିର ସ୍ପିଡ୍ ମିଟର ଆପେଆପେ ହୋଇଯାଏ ପରିବର୍ତ୍ତନ । ଏହାବ୍ୟତୀତ ଏହି ଘାଟିରୁ ରାତି ହେଲେ ଆସିଥାଏ ଅଦ୍ଭୁତ ଅଦ୍ଭୁତ ଶବ୍ଦ । 

କୁହାଯାଏ ଭୟ କାରଣରୁ ଅନେକ ଲୋକ ଏହି ଘାଟି ଦେଇ ଏକା ଯିବାକୁ ଚାହାଁନ୍ତିନି । ଖାସ୍‌ କରି ରାତି ହେଲେ ଲୋକେ ଏହି ଘାଟି ଦେଇ ଯାତାୟତ କରିନଥାନ୍ତି । ତୈମାରା ଘାଟିର ସବୁଠାରୁ ବଡ ରୋଚକ ହୋଇଥାଏ ମୋବାଇଲରେ ତାରିଖ ଏବଂ ସମୟ ପରିବର୍ତ୍ତନ । ଏହି ଘାଟି ଦେଇ ଯେତେବେଳେ କେହି ଯାଇଥାଏ ସେତେବେଳେ ତାଙ୍କ ମୋବାଇଲରେ ବର୍ଷ, ତାରିଖ ଏବଂ ସମୟ ଆପେ ଆପେ ବଦଳିଯାଏ । ଅନେକ ଲୋକ ମୋବାଇଲରେ ବର୍ଷ, ତାରିଖ ଏବଂ ସମୟ ପରିବର୍ତ୍ତନ ପଛରେ କିଛି କିଛି କାହାଣୀ କହିଥାନ୍ତି  ।

ବିଶ୍ୱାସ କରାଯାଏ କି ଏହି ଘାଟିଠାରୁ କିଛି ଦୂରରେ ଏକ ଚୁମ୍ବକୀୟ ପଥର ଅଛି । ଯେଉଁ କାରଣରୁ ଏହି ସମସ୍ୟା ସୃଷ୍ଟି ହୁଏ । ଏହା ପଛରେ ଆଉ ଏକ କାରଣ ହେଉଛି ଘାଟି ଦେଇ ଯାଇଥାଏ କର୍କଟ କ୍ରାନ୍ତି । ଯେଉଁ କାରଣରୁ ଏପରି ସବୁ ଦେଖିବାକୁ ମିଳିଥାଏ । ତେବେ ପ୍ରତିଦିନ ଅନେକ ଲୋକ ଏହି ଘାଟିକୁ ଦେଖିବାକୁ ଦେଶ-ବିଦେଶରୁ ଆସିଥାନ୍ତି । ଆଉ ଏଠାକାର ରହସ୍ୟକୁ ଜାଣିବାକୁ ଚେଷ୍ଠା କରିଥାନ୍ତି । ଏହା କେବଳ ରହସ୍ୟମୟୀ ଘଟଣା ପାଇଁ ପ୍ରସିଦ୍ଧ ତା ନୁହେଁ ଏହା ନିଜର ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଗ୍ରୀଷ୍ମରୁତୁରେ ମଧ୍ୟ ଏଠାରେ ଥଣ୍ଡା ପବନ ବହିଥାଏ । ଯାହାର ମଜା ଉଠାଇବା ପାଇଁ ଲୋକେ ଦୂରଦୂରନ୍ତାରୁ ଏଠାକୁ ଛୁଟି ଆସନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.