ତହସିଲଦାରଙ୍କ ବାବୁ ଗିରି, ସାର୍‌ଙ୍କୁ ଅଭିଯୋଗ କରିବାକୁ ଆସିଲେ ଆସିବ ଜୋତା ଖୋଲି

Published By : Prameya-News7 Bureau | June 24, 2025 IST

ଆନନ୍ଦପୁର ୨୪/୦୬: ଆନନ୍ଦପୁର ଉପଖଣ୍ଡ ଘଷିପୁରା ତହସିଲଦାର ମନମୁଖୀ କାମ । ବାବୁ ସାଧାରଣ ଲୋକଙ୍କୁ ଦେଖାଉଛନ୍ତି ବାବୁ ଗିରି । ସାଧାରଣ ଲୋକଙ୍କ ପାଇଁ ରଖିଛନ୍ତି ଅନେକ ସର୍ତ୍ତ । ସର୍ତ୍ତ ଅନୁଯାୟୀ ଚାମ୍ବରକୁ ଆସୁଥିବା ଲୋକଙ୍କ ପାଇଁ ଜୋତା ଚପଲ ମନା । ଆପତି ଅଭିଯୋଗ କରିବାକୁ ବାବୁଙ୍କ ନିକଟକୁ ଆସୁଥିବା ଲୋକଙ୍କ ପାଇଁ ଚୌକି ମଧ୍ୟ କାଢି ଦେଇଛନ୍ତି ତହସିଲଦାର । 

ସାଧାରଣ ଲୋକଟେ ଯେତେବେଳେ ବାବୁଙ୍କ ନିକଟକୁ ଆସିବ ସେ ଛିଡାହୋଇ ତାର ଗୁହାରୀ ଜଣାଇବ । ଆଉ ବାବୁ ଚୌକିରେ ବସି ନିଜ ବାବୁଗିରି ଦେଖାଇ ଅଭିଯୋଗ ସୁଣିବେ । ସାଧାରଣ ଲୋକଙ୍କ ପାଇଁ  ତହସିଲଦାରଙ୍କ ଏଭଳି ହିନମାନ୍ୟତାକୁ ଏବେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । 


ସୂଚନା ଥାଉକି, ଘଷିପୁରା ତହସିଲଦାର ଅଭୟ କୁମାର ସ୍ୱାଇଁ  କାର୍ଯ୍ୟାଳୟ ଠାରେ ଥିବା ନିଜ ଚାମ୍ବର କାନ୍ଥରେ ପୋଷ୍ଟର ମାରିଛନ୍ତି । ସେଥିରେ ନିଜ ମଧ୍ୟ ଦସ୍ତଖତ କରିଛନ୍ତି । ସାଧାରଣ ଲେକଙ୍କ ପାଇଁ ଚାମ୍ବର ଭିତରକୁ ଜୋତା ପନ୍ଧି ଯିବାମନା ବୋଲି ଏଥିରେ ଉଲ୍ଲେଖ ରହିଛି । ହେଲେ କର୍ମଚାରୀ ମାନେ ଜୋତା ପିନ୍ଧି ଅବାଧ ପ୍ରବେଶ କରୁଛନ୍ତି । 
ସେପଟେ ଏ ମହାଶୟ ଏଠାରେ ଯୋଗଦେବା ପରଠାରୁ ଲୋକଙ୍କ ପାଇଁ ଥିବା ଚୌକିକୁ ହଟାଇଛନ୍ତି । ହେଲେ ବଡବଡିଆ ଆସିଲେ ଚୌକି ମଗାଇ ସେମାନଙ୍କୁ ବସାଇ ଯାଉଥିବା ଅଭିଯୋଗ ହୋଇଛି । ତେବେ ଏନେଇ ତହସିଲଦାରଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ, ଚାମ୍ବରରେ ଠାକୁର ଥିବାରୁ ଜୋତା ଚପଲ ମନା କରାଯାଇଛି । 

ଚେୟାର ପକାଇଲେ ଲୋକେ ବସି ଖଟି କରିବେ । କାମ ହେବ ନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି , କର୍ମଚାରୀ ମାନଙ୍କ ପାଇଁ କଣ ଠାକୁର ନାହାଁନ୍ତି  ନା ଯେଉଁ ଅଧିକାରୀ ମାନେ ସାଧାରଣଲୋକ ଙ୍କ ପାଇଁ ଚୌକିଟିଏ ରଖିଛନ୍ତି ସେଠାରେ କଣ କାମ ହେଉନାହିଁ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.